ପୁରୀର କୌଣସି ସ୍ଥାନରେ ସ୍ଥଳଭାଗ ଛୁଇଁବ ବାତ୍ୟା ଜୱାଦ୍!

0 191

ଭୁବନେଶ୍ବର,୩/୧୨(ଏସଏସନିୟୁଜ) ଆସନ୍ତା ୪ତାରିଖ ସନ୍ଧ୍ୟା କିମ୍ବା ୫ତାରିଖରେ ପୁରୀ ଜିଲ୍ଲାର କୌଣସି ସ୍ଥାନରେ ସ୍ଥଳଭାଗ ଛୁଇଁବ ବାତ୍ୟା। ସ୍ଥଳଭାଗ ଛୁଇଁଲା ବେଳକୁ ପବନର ବେଗ ୬୦-୭୦ କିମି ରହିବ ଏବଂ ବେଳେ ବେଳେ ପବନର ଝଟକା ୧୦୦ ଛୁଇଁବ ଏହାଫଳରେ ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା ଏବଂ ଖୋର୍ଦ୍ଧା ଜିଲ୍ଲା ଉପରେ ବାତ୍ୟାର ପ୍ରଭାବ ଅଧିକ ରହିବ ବୋଲି ସୂଚନା ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିସନର।
ସୂଚନା ଅନୁଯାୟୀ, ଆଜି ମଧ୍ୟରାତ୍ରୀରୁ ବର୍ଷା । ଆରମ୍ଭ ହୋଇ କାଲିଠାରୁ ବର୍ଷାର ପରିମାଣ ବଢିବ । ଲାଣ୍ଡଫଲ ବେଳେ ପବନର ବେଗ ୮୦ରୁ ୯୦ କିମି ରହିବ । ଗଞ୍ଜାମ, କଟକ, ଖୋର୍ଦ୍ଧାରେ ପବନର ବେଗ ୬୦ରୁ ୭୦ କିମି ରହିବ ।
ସମୁଦ୍ର ଭିତରେ ଥିବା ବେଳେ ରିକର୍ଭ କରିବ ବାତ୍ୟା । କିଛି ଜିଲ୍ଲାରେ ୧୦୦ରୁ ୨୦୦ ମିଲିମିଟର ବର୍ଷା ସମ୍ଭାବନା ରହିଛି ।ଭାରତୀୟ ପାଣିପାଗ ବିଭାଗ ଅନୁଯାୟୀ ପୁରୀର କୌଣସି ଜାଗାରେ ଏହା ସ୍ଥଳ ଭାଗ ଛୁଇଁ ପାରେ, ଅଳ୍ପ ପଶି ପୁଣିଥରେ ସମୁଦ୍ରକୁ ଯାଇପାରେ। ୪ ତାରିଖ ସନ୍ଧ୍ୟା ଓ ୫ ତାରିଖ ସକାଳ ଭିତରେ ହୋଇପାରେ ସ୍ଥଳ ଭାଗ ଛୁଇଁପାରେ ।ସମାନ୍ତରାଳ ହୋଇ ଓଡ଼ିଶା ଉପକୂଳ ଦେଇ ପଶ୍ଚିମବଙ୍ଗ ଆଡ଼କୁ ମଧ୍ୟ ଯାଇପାରେ ବୋଲି ପୂର୍ବାନୁମାନ କରାଯାଇଛି ।ଖୋର୍ଦ୍ଧା, ଜଗତସିଂହପୁର, ପୁରୀରେ ବର୍ଷା ହେବାସହ ଅନ୍ୟ ଜିଲାରେ ମଧ୍ୟମ ଧରଣର ବର୍ଷା ହେବ। ଗଞ୍ଜାମ, ପୁରୀ ଓ ଚିଲିକା ପାର୍ଶ୍ୱବର୍ତ୍ତୀ ଅଞ୍ଚଳ ଓ କଟକ ଜିଲ୍ଲା ତଳୁଆ ଅଞ୍ଚଳରେ ଥିବା କଚାଘରୁ ଲୋକଙ୍କୁ ସ୍ଥାନାନ୍ତର କରିବାପାଇଁ ଅବସ୍ଥାଦେଖି କାର୍ଯ୍ୟ କରିବାକୁ ଜିଲ୍ଲାପାଳମାନଙ୍କୁ କୁହାଯାଇଛି ।ସାମୟିକ ଭାବେ ବିଦ୍ୟୁତ କଟାଯାଇପାରେ।ବାତ୍ୟାକୁ ନେଇ ଭୟଭୀତ ନ ହୋଇ ସତର୍କ ରହିବାକୁ ଅନୁରୋଧ କଲେ ଏସଆରସି । ଆସନ୍ତାକାଲି ଅପରାହ୍ଣରୁ ପବନ ବେଗ ବଢିବ। ବାହାରେ ଲୋକେ ନ ବୁଲିବା ସହ ୨ ଦିନ ପାଇଁ ପିଇବା ପାଣି ଷ୍ଟକ କରି ଲୋକେ ରଖିବା ଜରୁରୀ ବୋଲି କହିଛନ୍ତି ।

Leave A Reply

Your email address will not be published.