ପୁରୀରେ ଅସମ୍ଭାଳ ଭିଡ

0 149

ପୁରୀ, ୩୧ା୧୨(ଏସଏସନିଉଜ)ଆଜିହେଉଛି ୨୦୨୨ର ଶେଷଦିନା ଆସୁଛି ନୂଆ ବର୍ଷ ।ନୂତନବର୍ଷ ୨୦୨୩କୁ ସ୍ୱାଗତପାଇଁ ପୁରୀ ଲୋକାରଣ୍ୟ ହୋଇଛି। ରାଜ୍ୟ ଓ ରାଜ୍ୟବାହାରୁ ଶ୍ରୀକ୍ଷେତ୍ରକୁ ଛୁଟୁଛି ଶ୍ରଦ୍ଧାଳୁଙ୍କ ଭିଡଲାଗିରହିଛି । ଶ୍ରୀଜିଉ ଦର୍ଶନପାଇଁ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଚି । ଏଠାକୁ ଗତ ଦୁଇଦିନଧରି ଶ୍ରଦ୍ଧାଳୁ ଓ ପର୍ଯ୍ୟଟକ ମାନଙ୍କ ଆଗମନ ବଢ଼ିବାରେ ଲାଗିଛି। ଆଜିସୁଦ୍ଧା ଶ୍ରୀଜିଉଙ୍କ ଦର୍ଶନପାଇଁ ଲକ୍ଷାଧିକଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିବା କୁହାଯାଉଛି। ଆଜିସକାଳୁ ପୁରୀ ବଡ଼ଦାଣ୍ଡ, ସମୁଦ୍ରକୂଳ ସମେତ ଅଧିକାଂଶସ୍ଥାନରେ ପର୍ଯ୍ୟଟକଙ୍କ ଭିଡ଼ ଜମିଛି। ସ୍ଥିତି ନିୟନ୍ତ୍ରଣ ପୁଲିସପ୍ରଶାସନ ପାଇଁ ବଡ ଚ୍ୟାଲେଞ୍ଜ ହୋଇଛି । ଶ୍ରୀଜିଉଙ୍କ ଦର୍ଶନ ପାଇଁ ବଡ଼ଦାଣ୍ଡର ଅସ୍ଥାୟୀସେଡ୍ ଓ ବ୍ୟାରିକେଡରେ ଶ୍ରଦ୍ଧାଳୁଙ୍କଗହଳି ମଧ୍ୟ ଲାଗିରହିଛିା । ଶୃଙ୍ଖଳିତ ଦର୍ଶନପାଇଁ ପ୍ରଶାସନପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛିା ଏହି ଭିଡ଼କୁ ଦେଖି ପ୍ରଶାସନ ପକ୍ଷରୁ ୩ ଥାକିଆ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ନୂଆବର୍ଷ ପାଇଁ ଯେହେତୁ ଡିସେମ୍ବର ୩୧ ଓ ଜାନୁଆରି ୧ ତାରିଖରେ ଅଧିକ ଭିଡ଼ ରହିବ, ଏହି ଦୁଇଦିନ ମାର୍କେଟ୍ ଛକରୁ ସିଂହଦ୍ବାରପର୍ଯ୍ୟନ୍ତ ଉଠାଦୋକାନୀଙ୍କୁ ବନ୍ଦ ରଖିବାକୁ କୁହାଯାଇଛି ।

 

Leave A Reply

Your email address will not be published.