ପୁତୁରା ପରେ ଫ୍ୟାନ୍ ରେ ଝୁଲି ଆତ୍ମହତ୍ୟା କଲା ଦାଦା

0 496

ବାରଙ୍ଗ୨/୩(ଏସଏସନିୟୁଜ) ନିଜ କୁଟୁମ୍ବର ପୁତୁରା ବେକରେ ରଶି ଲଗାଇ ଫ୍ୟାନ୍ ରେ ଝୁଲି ଆତ୍ମହତ୍ୟା କରିବାର ୩ଦିନ ନପୁରୁଣୁ ଆଜି ଦାଦା ସେମ୍ ଷ୍ଟାଇଲରେ ଆତ୍ମହତ୍ୟା କରିଥିବା ଜଣାପଡିଛି । ଏଭଳି ଘଟଣା ବାରଙ୍ଗଥାନା ଅର୍ନ୍ତଗତ ବେଂଟକାରପଡା ଗ୍ରାମରେ ଘଟିଛି । ଆତ୍ମହତ୍ୟାର ପକୃତ କାରଣ ଜଣାପଡି ନଥିବା ବେଳେ ପୋଲିସ ତଦନ୍ତ ଜାରିରଖିଛି ।  ପ୍ରକାସ ଯେ , ଗତ ୨୮ ତାରିଖ ରାତିରେ  ବିଜନଭୁୟାଁ ଓରଫ ବିଜୁ (୨୬) ନାମକ ଯୁବକ ରାତିରେ ଖାଇପିଇ ସାରି ଅର୍ଦ୍ଧନିର୍ମିତ କୋଠାଘରେ ଶୋଇଥିଲେ । ଶନିବାରଦିନ ସକାଳେ ବିଜନ ଉଠିବା ଡେରି ହେବାରୁ ପରିବାର ଲୋକ ଶୋଇବା ଘରକୁ ଯାଇ ବିଜନ ଏକ ରଶିରେ ଫ୍ୟାନରେ ଝୁଲୁଥିବାର ଦେଖିଥିଲେ । ସଙ୍ଗେସଙ୍ଗେ ବିଜନକୁ ଫ୍ୟାନରୁ ତଳକୁ କାଢିବା ପରେ ସେ ମୃତ୍ୟୁବରଣ କରିଥିବାର ଜାଣିବାକୁ ପାଇଥିଲେ ।ଏଯାବତ୍ ଆତ୍ମହତ୍ୟା ର ପକୃତ କାରଣ ଜଣାପଡିନଥିବା ବେଳେ ପୁଣି ଆଜି ସନ୍ଧ୍ୟା ବେଳେ ଦାଦା ହୃଦାନନ୍ଦ ଭୁୟାଁ ଓରଫ ଚଗଲା (୪୪) ସେମ୍ ଷ୍ଟାଇଲ ରେ ଆତ୍ମ ହତ୍ୟା କରିଛି ।ପରିବାର ଲୋକ ଚଗଲା ଫ୍ୟାନ୍ ରେ ଝୁଲୁଥିବାର ଦେଖି ପ୍ରଥମେ ଷଣ୍ଢପୁର ପ୍ରଥମିକ ଚିକିତ୍ସାଳୟକୁ ନେଇଥିଲେ । ସେଠାରେ ଡାକ୍ତର ମନା କରିବା ପରେ ତାକୁ କଟକ ବଡ ମେଡିକାଲ କୁ ନେଇଥିଲେ । ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ ।ଏବିଷୟରେ ପରିବାରଲୋକଙ୍କଠାରୁ ଖବରପାଇ ଗୋଡିସାହି ଫାଣ୍ଡି  ପୋଲିସ ଆସି ଏକ ଅପମୃତ୍ୟୁ ମାମଲାରୁଜୁକରି ଶବବ୍ୟବଛେଦ ପାଇଁ ପଠାଇଥିଲେ ।ବ୍ୟବଛେଦ ରିପୋର୍ଟ ଆସିଲେ ମୃତ୍ୟୁର ପକୃତ କାରଣ ଜଣାପଡିବ ବୋଲି ପୋଲିସ କହିଛି । ତେବେ ଚଗଲା ର  ଗୋଟେ ଝୀଅ ବିବାହ ହୋଇଥିବା ବେଳେ ଗୋଟିଏ ପୁଅ ଅଛି । ତେବେ କଣ ପାଇଁ ଚଗଲା ଆତ୍ମହତ୍ୟା କରିଛି ତାହା ଜଣାପଡିନଥିବା ବେଳେ ପାରିବାରିକ କଳହ କାରଣରୁ ଆତ୍ମହତ୍ୟା କରିଥିବ ବୋଲି ପୋଲିସ ଅନୁମାନ କରୁଛନ୍ତି ବୋଲି ସୁଚନା ମିଳିଛି ।

Leave A Reply

Your email address will not be published.