ରାବଣ ଚରିତ୍ରରେ ନଜର ଆସିବେ ହ୍ରିତିକ ରୋଶନ

ସକାଳର ଖବର,୧୧-ଜୁନ-୨୦୨୧, ଶୁକ୍ରବାର

0 251

➡️୧-ଏଥର ମଧ୍ୟ ଭକ୍ତଶୁନ୍ୟ ହେବ ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ରା । ଟିକାର ଦୁଇଟି ଡୋଜ୍ ନେଇଥିବା ସେବାୟତ ହେବେ ସାମିଲ, ପୁରୀ ଛଡା ଅନ୍ୟ ସ୍ଥାନରେ କେବଳ ନୀତିକାନ୍ତି ପାଇଁ ଅନୁମତି । ଅନ୍ୟ ମନ୍ଦିର ର ସେବାୟତ ଆଣିଲେ ଆପତ୍ତି ।
➡️୨-ମୌସୁମୀ ବର୍ଷା ଓ ଲଘୁଚାପ ଜନିତ ବର୍ଷାକୁ ଦୃଷ୍ଟିରେ ରଖି ଜଳ ସମ୍ପଦ ବିଭାଗ ପ୍ରମୁଖ ଶାସନ ସଚିବଙ୍କ ସ୍ଥିତି ସମୀକ୍ଷା। ବିଭିନ୍ନ ଜଳ ଭଣ୍ଡାରର ସ୍ଥିତି ଓ ଏହାର ପରିଚାଳନା ସହ ପୁଙ୍ଖାନୁପୁଙ୍ଖ ଆଲୋଚନା କରି ଦେଲେ ଆବଶ୍ୟକ ନିର୍ଦ୍ଦେଶ ଓ ପରାମର୍ଶ ।
➡️୩-ସାଇବର ଫ୍ରଡ ସମ୍ବନ୍ଧରେ ପୋଲିସକୁ ଜଣାଇବା ହେଲା ଅତି ସହଜ । ସାଇବର ଠକାମିର ଶିକାର ରୁ ବର୍ତ୍ତିବା ପାଇଁ ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକଙ୍କ ନିଶୁଳ୍କ ନମ୍ବର ୧୫୫୨୬୦ ଜାରୀ ।ସାଇବର ଠକାମିର ଶିକାର ରୁ ବର୍ତ୍ତିବା ପାଇଁ ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକଙ୍କ ନିଶୁଳ୍କ ନମ୍ବର ୧୫୫୨୬୦ ଜାରୀ ।
➡️୪-ଆସନ୍ତାକାଲି ଏବଂ ପହରଦିନ ୪୭ତମ ଜି-୭ ଶିଖର ସମ୍ମିଳନୀର ଆଉଟରିଚ୍‍ ଅଧିବେଶନରେ ଭର୍ଚୁଆଲ୍‍ ମୋଡ଼ରେ ଅଂଶଗ୍ରହଣ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।
➡️୫-ଓଡ଼ିଶା ଛୁଇଁଲା ମୌସୁମୀ । ଓଡ଼ିଶାର ବିଭିନ୍ନ ସ୍ଥାନରେ ଆରମ୍ଭ ହେଲା ବର୍ଷା । ସେପଟେ ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଲଘୁଚାପ, ପ୍ରବଳ ବର୍ଷା ନେଇ ସତର୍କ କରାଇଲା ପାଣିପାଗ ବିଭାଗ
➡️୬-ଏଣିକି ଅନ୍ୟ ଏଟିଏମରୁ ଟଙ୍କା ଉଠାଇବା ପଡିବ ମହଙ୍ଗା, ବଢ଼ିଲା ଏଟିଏମ ଇଣ୍ଟରଚେଞ୍ଜ ଫିସ୍ । ପୂର୍ବରୁ ଥିଲା ୧୫ ଏବେ ହେଲା ୧୭ ଟଙ୍କା । ତେବେ ଫିସ ୨୦୨୨ ଜାନୁଆରୀ ୧ ତାରିଖରୁ ଲାଗୁ ହେବ ।
➡️୭-ପଦ୍ମ ପୁରସ୍କାର ୨୦୨୨ ଲାଗି ଆରମ୍ଭ ହେଲା ନାମାଙ୍କନ ପ୍ରକ୍ରିୟା, ନାମାଙ୍କନର ଶେଷ ତାରିଖ ୧୫ ସେପ୍ଟେମ୍ବର ୨୦୨୧।
➡️୮-ସାବିତ୍ରୀ ପରେ ଟ୍ବିନ ସିଟିରେ ବଢ଼ିଲା କଟକଣା। ରଜ ପୂର୍ବରୁ ପୁଲିସର ସ୍ବତନ୍ତ୍ର ଅଭିଯାନ। ଏଣିକି କଟକଣା ଖିଲାପ କଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ। ହୋଇପାରେ ଦୋକାନ ସିଲ, ଆବଶ୍ୟକ ପଡ଼ିଲେ ଗିରଫ ମଧ୍ୟ କରାଯିବ ।
➡️୯-କେବଳ ପୁରୀକୁ ଛାଡି ବାକି ସବୁଠି ରଥଯାତ୍ରା ବନ୍ଦ ନିଷ୍ପତ୍ତି ପରେ ଏଥର ମଧ୍ୟ ଖାଲି ପଡ଼ିବ ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାର ବଡ଼ଦାଣ୍ଡ ।
➡️୧୦-Covid ଦ୍ୱିତୀୟ ଲହର ବଢ଼ାଇଲା ବିମାନ ଉଦ୍ୟୋଗର କ୍ଷତି, ଛିଡା ହୋଇଛନ୍ତି ଏୟାର ଏସିଆର ୯୦% ଜାହାଜ ।
➡️୧୧-ଭେଣ୍ଟିଲେଟର, ଏନ-୯୫ ମାସ୍କ ଓ ସାନିଟାଇଜର ଭଳି ସାମଗ୍ରୀ ହୋଇପାରେ ଶସ୍ତା । ଏଭଳି ସାମଗ୍ରୀ ଉପରେ ଜିଏସଟି କମାଇବାକୁ ସରକାରଙ୍କୁ ପ୍ରସ୍ତାବ ।
➡️୧୨-ବାତ୍ୟା ‘ୟାସ’ ପ୍ରଭାବିତ କୃଷକଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ସହାୟତା ଘୋଷଣା । କୃଷି ଯାନ୍ତ୍ରିକୀକରଣ ପାଇଁ କୋଡ଼ିଏ କୋଟି ଟଙ୍କାର ରିହାତି ସହାୟତା ସହ ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ ଗୃହ ନିର୍ମାଣ ଓ ଅନ୍ୟ ସହାୟତା । ୩୩% ବା ତାଠାରୁ ଅଧିକ ଫସଲ କ୍ଷତି ସହିଥିବା ଛୋଟ ଓ ନାମମାତ୍ର ଚାଷୀଙ୍କ ପାଇଁ ମିଳିବ ଇନପୁଟ ସହାୟତା ।
➡️୧୩-ପ୍ରସିଦ୍ଧ ବଙ୍ଗଳା ଚଳଚ୍ଚିତ୍ର ନିର୍ମାତା ବୁଦ୍ଧଦେବ ଦାସଗୁପ୍ତାଙ୍କ ପରଲୋକ । ତାଙ୍କର ୫ଟି ଚଳଚ୍ଚିତ୍ରକୁ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ମିଳିଥିବା ବେଳେ ନିର୍ଦ୍ଦେଶକ ଭାବରେ ସେ ଦୁଇଥର ଜାତୀୟ ପୁରସ୍କାର ପାଇଥିଲେ।
➡️୧୪-ଏଣିକି ECMO ଚିକିତ୍ସା ପାଇଁ ଆଉ ବାହାର ରାଜ୍ୟକୁ ଯିବାକୁ ପଡିବ ନାହିଁ । ଭୁବନେଶ୍ୱର ଏମ୍ସରେ ଖୁବଶୀଘ୍ର ସ୍ଥାପନ ହେବ ଦୁଇଟି ECMO ମେସିନ, ଖୁବଶୀଘ୍ର ଆରମ୍ଭ ହେବ ଚିକିତ୍ସା ।ଭୁବନେଶ୍ୱର ଏମ୍ସରେ ଖୁବଶୀଘ୍ର ସ୍ଥାପନ ହେବ ଦୁଇଟି ECMO ମେସିନ, ଖୁବଶୀଘ୍ର ଆରମ୍ଭ ହେବ ଚିକିତ୍ସା ।
➡️୧୫-କରୋନା ସଂକ୍ରମିତ ଶିଶୁଙ୍କ ପାଇଁ ଜାରି ହେଲା ନୂଆ ଗାଇଡଲାଇନ, ସଂକ୍ରମିତ ଶିଶୁଙ୍କୁ ଆଣ୍ଟି ଭାଇରଲ ରେମଡେସିଭିର ଦେବାକୁ ହେଲା ସମ୍ପୂର୍ଣ୍ଣ ମନା ।
➡️୧୬-ଏଣିକି ଏଲପିଜି ସିଲିଣ୍ଡର ରିଫିଲ ପାଇଁ ନିଜେ ଗ୍ୟାସ ବିତରକୁ ବାଛିପାରିବେ ଉପଭୋକ୍ତା । ଅର୍ଥାତ ଯଦି ଆପଣ ବିତରକ କମ୍ପାନୀ ଉପରେ ଖୁସି ନାହାଁନ୍ତି ତେବେ ଆପଣ ଅନ୍ୟ କୌଣସି ବିତରକଙ୍କୁ ଚୟନ କରିପାରିବେ ।
➡️୧୭-ଗତ ୨ ମାସ ମଧ୍ୟରେ ଅମାନିଆଙ୍କ ଠାରୁ ପୁଲିସ ଆଦାୟ କରିଛି ସାଢ଼େ ୧୪ କୋଟି ଜରିମାନା ।
➡️୧୮-କର୍ଣ୍ଣାଟକ ରେ ଜୁନ୍‌ ୨୧ ଯାଏ ବଢ଼ିଲା ଲକଡାଉନ, କିଛି ସ୍ଥାନରେ କୋହଳ ହେଲା କଟକଣା ।
➡️୧୯-ମୁମ୍ବାଇ ପଶ୍ଚିମ ମଲାଡ଼ ନ୍ୟୁ କଲେକ୍ଟର କମ୍ପାଉଣ୍ଡର କୋଠା ଭୁଶୁଡିବାରୁ ୮ ଶିଶୁଙ୍କ ସମେତ ୧୧ ଜଣଙ୍କ ମୃତ୍ୟୁ । ଘଟଣାର କ୍ଷତିପୂରଣ ଘୋଷଣା କଲେ ମୋଦି: ମୃତକଙ୍କ ପରିବାରକୁ ୨ ଲକ୍ଷ ଓ ଆହତଙ୍କୁ ମିଳିବ ୫୦ ହଜାର ଟଙ୍କା କ୍ଷତିପୂରଣ ।
➡️୨୦-ରାମାୟଣରେ ରାବଣ ଚରିତ୍ରରେ ନଜର ଆସିବେ ହ୍ରିତିକ ରୋଶନ: ଲୁକ୍ ଡିଜାଇନ୍ କରିବ ‘ଅବତାର’ର କଷ୍ଟ୍ୟୁମ୍ ଟିମ୍ ।
➡️୨୧-ସୋନୁ ସୁଦଙ୍କ ବଡ ପଦକ୍ଷେପ: ସମଗ୍ର ଦେଶରେ ଲଗାଇବେ ୧୫ରୁ ୧୮ ଅକ୍ସିଜେନ୍ ପ୍ଲାଣ୍ଟ୍ ।
➡️୨୨-ପୁଣି ଦିଲ୍ଲୀ ସୀମାରେ ଦେଖିବାକୁ ମିଳିବେ ହଜାର ହଜାର କୃଷକ । ଆନ୍ଦୋଳନରେ ଯୋଗଦେବାକୁ ହରିଆଣାରୁ ବାହାରିଲେ ୫ ହଜାର କୃଷକ ।
➡️୨୩-ମିଆଁମାର ମାଣ୍ଡାଲେ ସହର ନିକଟରେ ବାୟୁସେନା ବିମାନ ଧ୍ୱଂସ୍ତ, ୧୨ ମୃତ, ଅଳ୍ପକେ ବର୍ତ୍ତିଲେ ପାଇଲଟ ।
➡️୨୪-ଟ୍ବିଟରକୁ ନିଷିଦ୍ଧ କରିବା ପରେ ଭାରତୀୟ ମାଇକ୍ରୋ ବ୍ଲଗିଂ ସାଇଟ୍ ‘କୁ’ରେ ଆକାଉଣ୍ଟ ଖୋଲିଲେ ନାଇଜେରିଆ ସରକାର ।
➡️୨୫-ଚୀନର ଗ୍ବାଙ୍ଗଝୋରେ କରୋନା ସଂକ୍ରମଣ, ସମଗ୍ର ସହରରେ ହେଲା କଠୋର ଲକଡାଉନ ଲାଗୁ ।
➡️୨୬-କ୍ରୀଡ଼ାର ବିକାଶ ପାଇଁ ନିର୍ବାଚନୀ ନାରା ‘ଖେଲା ହୋବେ’ କୁ ସରକାରୀ ଯୋଜନା କଲେ ବେଙ୍ଗଲ ସରକାର । ରାଜ୍ୟ ସରକାରଙ୍କ କ୍ରୀଡା ବିଭାଗରେ ଥିବା ପ୍ରତି କ୍ଲବକୁ ମିଳିବ ଫୁଟବଲ୍ ।
➡️୨୭-ଶ୍ରୀଲଙ୍କା ବିପକ୍ଷ ସିରିଜ୍‌ ପାଇଁ ଭାରତୀୟ ଦଳ ଘୋଷିତ, ଶିଖର ଧାଓ୍ବନଙ୍କୁ ମିଳିଲା ଅଧିନାୟକ ଦାୟିତ୍ବ ।
➡️୨୮-ଏସିଆନ୍‌ ଗେମ୍ସରେ ସ୍ବର୍ଣ୍ଣ ପଦକ ବିଜେତା ପୂର୍ବତନ ଭାରତୀୟ ବକ୍ସର ଡିଙ୍କୋ ସିଂହଙ୍କ ପରଲୋକ । ୧୦୯୮ରେ ଅର୍ଜୁନ ଫୁରସ୍କାର ସହ ୨୦୧୩ରେ ପଦ୍ମଶ୍ରୀ ପୁରସ୍କାରରେ ମଧ୍ୟ ହୋଇଥିଲେ ସମ୍ମାନିତ ।
➡️୨୯-ବିଶ୍ୱନାଥନ୍ ଆନନ୍ଦଙ୍କ ସହ ଚେସ୍ ମ୍ୟାଚ୍ ଖେଳିବେ ଆମୀର ଖାନ୍ । ଜୁନ୍ ୧୩ ତାରିଖରେ ଖେଳାଯିବାକୁ ଥିବା ଏହି ମ୍ୟାଚକୁ ସନ୍ଧ୍ୟା ୫ଟାରୁ ରାତି ୮ଟା ଯାଏ ଚେସ୍ ଇଣ୍ଡିଆର ୟୁଟ୍ୟୁବ୍ ଚ୍ୟାନେଲରେ ଲାଇଭ୍ ଦେଖି ହେବ।
➡️୩୦-ପ୍ରତ୍ୟେକ ବ୍ୟକ୍ତି ଟୀକା ନିଅନ୍ତୁ ,ସର୍ବଦା ମାସ୍କ ପିନ୍ଧନ୍ତୁ, ହାତ ଧୁଅନ୍ତୁ ଓ ସାମାଜିକ ଦୂରତା ବଜାୟ ରଖନ୍ତୁ । ଶୁଭ ସକାଳ,ସୁପ୍ରଭାତ

Leave A Reply

Your email address will not be published.