ଆଜିର ଅନୁଚିନ୍ତା

ତାରିଖ - ୧୧:୦୬:୨୦୨୧(ଶୁକ୍ରବାର)

0 418

➡️ବୟସରେ କିଏ ବଡ ହୋଇପାରେ କିଏ ସାନ କିନ୍ତୁ ପ୍ରକୃତରେ ବଡ ସେଇ ହୋଇଥାଏ ଯାହାର ହୃଦୟରେ ସମସ୍ତଙ୍କ ପାଇଁ ପ୍ରେମ, ସ୍ନେହ ଓ ସମ୍ମାନର ଭାବନା ରହିଥାଏ ।
➡️ଜୀବନରେ ଗୋଟିଏ କଥା ସବୁବେଳେ ମନେରଖିଥିବେ ମଣିଷ କୁ ବିଶ୍ୱାସ କରିବା ଉଚିତ କିନ୍ତୁ ତା ପୂର୍ବରୁ ଭଲ ଭାବରେ ବୁଝି ନେବା ଜରୁରୀ ସେ ପ୍ରକୃତରେ ମଣିଷ କି ନୁହେଁ।
➡️ମାଳି ପ୍ରତିଦିନ ଗଛକୁ ପାଣି ଦେଇଥାଏ, କିନ୍ତୁ ଫଳ କେବଳ ଋତୁ ଆସିଲେ ହିଁ ଫଳିଥାଏ ! ଏଥିପାଇଁ ପ୍ରତିଦିନ ଭଲ କାମ କରିବା ଦରକାର, ପରିଣାମ ସମୟ ଆସିଲେ ନିଶ୍ଚିତ ମିଳିଥାଏ ।
➡️ଆଘାତ କେବଳ କଷ୍ଟ ଦିଏ ନାହିଁ ଜଣକୁ ବି ବଦଳେଇ ଦିଏ,,,,,,।
➡️ବେଳେ ବେଳେ ଆମ Life ରେ କିଛି ଲୋକ ଏମିତି Important ହେଇ ଯାଆନ୍ତି ଯେ ତାଙ୍କ ଜାଗା ଆମ Life ରେ ଅନ୍ୟ କେହି ନେଇ ପାରନ୍ତି ନାହିଁ ।
-ଆଜିର ସୁଵିଚାର-
✍️ସମସ୍ତ ସଂସାରୀ ବ୍ଯକ୍ତି ସଂସାର କୁ ଦୁଃଖାଳୟ ବୋଲି କୁହନ୍ତି ଓ ଟିକିଏ ଟିକିଏ କଥାରେ କୁହନ୍ତି ‘ମୁଁ ମରିଯାଆନ୍ତି କି ତରି ଯାଆନ୍ତି ।’ କିନ୍ତୁ ମରିଗଲେ କେହି ତରିଯାଆନ୍ତି ନି ଅର୍ଥାତ୍ ଜନ୍ମ-ମୃତ୍ୟୁ ଚକ୍ରରୁ ମୁକ୍ତ ହୋଇଯାଆନ୍ତି ନାହିଁ । କାରଣ ଜନ୍ମ-ମୃତ୍ୟୁ ଗୋଟିଏ ଚକ୍ର । ମୃତ୍ୟୁ ହେଲେ ଜନ୍ମ ନିଶ୍ଚିତ ହେବ ହିଁ ହେବ। ଏଣୁ ଯେପର୍ଯ୍ଯନ୍ତ ତୁମକୁ ଜ୍ଞାତ ହୁଏନା ଯେ ମୃତ୍ୟୁ କାହାର ହେଉଛି ସେପର୍ଯ୍ଯନ୍ତ ଏହି ଚକ୍ର ଚାଲୁରହିବ। ସାଧୁପୁରୁଷ ଙ୍କ ମତରେ ଏ ସଂସାର ଦୁଃଖାଳୟ ସେହି ମାନଙ୍କ ପାଇଁ ଯିଏ ନାରାୟଣ ଙ୍କୁ ଭୁଲି ଯାଇଛନ୍ତି । ଏ ସଂସାର ସେମାନଙ୍କ ପାଇଁ ସ୍ବର୍ଗର ନନ୍ଦନବନ ଯାହାର ପ୍ରଭୁ ଙ୍କ ସାଙ୍ଗରେ ପ୍ରେମରୁପୀ ସମ୍ବନ୍ଧ ଯୋଡି ହୋଇଯାଇଛି । ଯାହର ପରମାତ୍ମା ଙ୍କ ଉପରେ ଆସ୍ଥା ଯେତେ କମ୍ ସେ ସଂସାର ରେ ସେତେ ଦୁଃଖୀ ହୋଇଥାଏ ।ଶୁଭ ସକାଳ,ଦିନଟି ଆପଣଙ୍କ ପାଇଁ ମଙ୍ଗଳମୟ ହେଉ,ଜୟ ଜଗନ୍ନାଥ

Leave A Reply

Your email address will not be published.