ରାଜଧାନୀ ଉପକଣ୍ଠରେ ଯୁବକଙ୍କୁ ହତ୍ୟା

ଘଟଣାଉପରୁ ପରଦାଉଠାଇଲା ଚନ୍ଦକାପୋଲିସ

0 256

ବାରଙ୍ଗ,୨ା୩(ଏସଏସନିଉଜ) ରାଜଧାନୀଉପକଣ୍ଠ ଚନ୍ଦକାଥାନା ଅଞ୍ଚଳରେ ବୁଧବାରଦିନ ଯୁବକଙ୍କୁ ତଣ୍ଟିଚିପି ହତ୍ୟା କରାଯାଇଥିବା ଘଟଣା ଉପରୁ ପରଦା ଉଠାଇବା ସହ ମୁଖ୍ୟ ଅଭିଯୁକ୍ତ ବାପି କୁ ଗିରଫ କରି ଗୁରୁବାରଦିନ କୋର୍ଟଚାଲାଣ କରିଛନ୍ତି ।
ପୋଲିସ ସୁଚନାମୁତାବକ ରାଉରକେଲା ବାସନ୍ତୀକଲୋନୀର ଦିପକ କୁମାର ସ୍ୱାଇଁ ଚନ୍ଦକାଥାନାଅନ୍ତର୍ଗତ ତୁଳସୀଦେଇପୁରରେ ଥିବା ସୋଲସୋକ୍ ଫାର୍ମ ହାଉସରେ ବୈଦ୍ୟୁତିକ ସହାୟକଭାବରେ କାର‌୍ୟ୍ୟନ କରୁଥିଲେ । ସେଠାରେ ଏକ ନିର୍ମାଣାଧୀନକୋଠା ଅଛି ଯେଉଁଠାରେ ବାପି ଓରଫ ସୁଭେନ୍ଦୁକୁମାରଦାସ ରହିବାସହ ସେମଧ୍ୟ ଉକ୍ତଫାର୍ମରେ ଲେବର ଭାବରେକାର୍ଯ୍ୟ କରୁଥିଲେ । ବୁଧବାରଦିନ ଅନ୍ୟ ଲେବରମାନେ ଦୋଳପୂର୍ଣ୍ଣିମା ପାଇଁ ଛୁଟିରେ ଯାଇଥିବା ବେଳେ ଦିପକ ଓ ବାପି ଉଭୟେ ଉକ୍ତ ନିର୍ମାଣାଧିନ କୋଠାରେଥିଲେ । ଭୋଜିକରି ଖାଇବା ସମୟରେ କୌଣସି ଏକ କଥାକୁନେଇ ଉଭୟଙ୍କ ମଧ୍ୟରେ ଝଗଡା ହୋଇଥିଲା ।ଏହିଘଟଣାରେ ରାଗିଯାଇ ବାପି, ବିଦ୍ୟୁତ ତାରରେ ଦିପକକୁ ବାନ୍ଧି ଦେଇଥିଲେ ।ଏହାପରେ ଏକ ଟାୱେଲରେ ଦୀପକର ବେକକୁ ବାନ୍ଧି ହତ୍ୟା କରିଥିଲେ ।ଦିପକ ମରିଯିବାପରେ କଣ୍ଟ୍ରାକ୍ଟରକୁ ଫୋନକରି ଘଟଣା ବିଷୟରେ ବାପି ଜଣାଇଥିଲେ ।ପକୃତ ଘଟଣା ଜାଣିବାପାଇଁ କଂଟ୍ରାକ୍ଟର ସୁପରଭାଇଜରକୁ କହିଥିଲେ ।ଦିପକ ମୃତ୍ୟୁବରଣ କରିଥିବାର ସୁପରଭାଇଜରଙ୍କଠାରୁ ଜାଣିବାପରେ ଦିପକର ପରିବାର ସହ ଚନ୍ଦକାଥାନାକୁ କଂଟ୍ରାକ୍ଟର ଜଣାଇଥିଲେ ।ଖବର ପାଇ ପୋଲିସ ଆସି ଘଟଣାସ୍ଥଳରୁ ମୃତଦେହକୁ ଜବତ କରିଥିଲ।।ଅନ୍ୟପଟେ ମୃତକଙ୍କ ଭଉଣୀ ରଶ୍ମିତା ନାୟକ ତାର ଭାଇକୁ ହତ୍ୟା କରାଯାଇଛି ବୋଲି ଚନ୍ଦକାଥାନାରେ ଲିଖିତ ଅଭିଯୋଗ କରିଥିଲେ । ଘଟଣାସ୍ଥଳରୁ ପୋଲିସ ବାପିକୁ ଥାନାକୁ ଆଣି ପଚରାଉଚରା କରିବାପରେ ସେ ଦିପକକୁ ଟାୱାଲରେ ତଂଟିଚିପି ହତ୍ୟା କରିଥିବାର ମାନିଯାଇଥିଲା ।ପୋଲିସ ୬୫/୨୩କେଶନଂରେ ଏକ ମକଦ୍ଦମା ରୁଜୁକରି ଅଭିଯୁକ୍ତ ଜଗତସିଂହପୁର ଜିଲ୍ଲା ବାଲିକୁଦାଥାନାଅଧିନସ୍ଥ ସୋଫିପୁରଗାଁର ବାପି ଓରଫ ସୁଭେନ୍ଦୁ କୁମାର ଦାସକୁ ଗିରଫ କରି ଗୁରୁବାରଦିନ କୋର୍ଟଚାଳଣ କରିଛି ।(ପଦ୍ମଚରଣବଡଜେନାଙ୍କ ରିପୋର୍ଟ)

 

Leave A Reply

Your email address will not be published.