ଆଜିର ରାଶିଫଳ

0 217

ସର୍ବସମ୍ମତ ପାପନାଶିନୀ (ଆମର୍ଦ୍ଦକୀ)ଏକାଦଶୀ ,୩-୩-୨୦୨୩(ଶୁକ୍ରବାର)କୁମ୍ଭ ଦି୧୯ନ, ଏକାଦଶୀ ଦ୭।୨୫ ଦିଘ୯।୭,ପୁନର୍ବସୁ ଦ୨୫।୨୭ ଦିଘ ୪।୨୦,ମିଥୁନ ଚନ୍ଦ୍ର ଦ୮।୩୨ ଦିଘ୧।୩୪।ବିଛା ଧନୁ ମୀନରାଶିମାନଙ୍କର ଘାତବାର । ଦ୍ଵାଦଶୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ । ଶିମ୍ବ , ପୋଇଶାଗ ଭକ୍ଷଣ ନିଷେଧ । ସର୍ବସମ୍ମତ ପାପନାଶିନୀ ଏକାଦଶୀ, ଉପବାସ, ବ୍ରତ ଓ ହଳ ନିଷେଧ ।
ମେଷ:-ମାନସିକ ସ୍ଥିତି ଦୃଢ଼ ରହିବା ହେତୁ ନିଜରକାର୍ଯ୍ୟ ସ˚ପୂର୍ଣ୍ଣ କରିନେବେ। ରାଜନୀତିରେ ବଡ଼ ଓ ପ୍ରତିଷ୍ଠିତ ଲୋକଙ୍କ ସହିତ ମିଳାମିଶା ହେବ।
ବୃଷ:-ନିଜର ଶକ୍ତିର ସଠିକ୍ ବିନିଯୋଗ କରିବେ। ଲାଗି ରହିଥିବା ସମସ୍ୟାର ସମାଧାନ ହୋଇଯିବ। ବ୍ୟବସାୟରେ ଲାଭ କରିବା ପାଇଁ କାହାରି ସହଯୋଗ ପାଇବେ।
ମିଥୁନ:-ବ୍ୟବସାୟ ସମ୍ବନ୍ଧରେ ନିଷ୍ପତ୍ତି ନେବା କଠିନ ହୋଇପାରେ। ଘରକୁ ବନ୍ଧୁ ଯିବାଆସିବା ଲାଗି ରହିବ। ଅଫିସରେ ଉପରିସ୍ଥ କର୍ମଚାରୀ ଦୁର୍ବ୍ୟବହାର କରିପାରନ୍ତି।
କର୍କଟ:-କୌଣସି ବଡ଼ ନିଷ୍ପତ୍ତି ନେଇ ପାରନ୍ତି। ଆଇନ ମାମଲାରେ ଆଶ୍ବସ୍ତି ମିଳିବ। ଅଫିସର ବାତାବରଣ ଭଲ ରହିବ। ଆମଦାନି ପାଇଁ ସୁଯୋଗ ଆସିବ।
ସି˚ହ:-ଆତ୍ମବିଶ୍ବାସ ଅତୁଟ ରହିବ। ଆପଣ ସମସ୍ତଙ୍କୁ ସାଥୀରେ ନେଇ ଆଗକୁ ବଢ଼ିବେ। ସବୁ କାମ ସହଜରେ ସ˚ପୂର୍ଣ୍ଣ ହୋଇଯିବ। ସୁଖଦ ସମାଚାର ପାଇବେ।
କନ୍ୟା:-ବନ୍ଧୁଙ୍କ ପାଇଁ ବିଶେଷ ଭୂମିକା ତୁଲାଇବେ। ବ୍ୟବସାୟୀଙ୍କୁ ଲାଭ ହୋଇପାରେ। ଅଫିସରେ ଆପଣଙ୍କ କାମର ପ୍ରଶ˚ସା ହେବ।
ତୁଳା:-ମନରେ କୌଣସି କଥାକୁ ନେଇ ଉତ୍ସାହ ବଜାୟ ରହିବ। ଜରୁରୀ ମାମଲାରେ ବଡ଼ଙ୍କ ପରାମର୍ଶ କାମରେ ଆସିପାରେ। ଘର ପାଇଁ ଦରକାରୀ ଜିନିଷ କିଣିବେ।
ବିଛା:-ଲୋକେ ଆପଣଙ୍କ କାମର ପ୍ରଶ˚ସା କରିବେ। ବେପାର ସମ୍ବନ୍ଧରେ ଭଲ ଖବର ପାଇବେ। ରାଜନୀତିରେ ମହତ୍ତ୍ବାକା˚କ୍ଷା ପୂରଣ ହେବ।
ଧନୁ:-ଆପଣଙ୍କର ସ୍ବଭାବ ନେତାଙ୍କ ଭଳି ରହିବ। ଅଧୁରା ରହିଥିବା ଜରୁରୀ କାମ ସ˚ପୂର୍ଣ୍ଣ କରିବେ। ସୁସମ୍ବାଦ ପାଇବେ। ଧନଲାଭର ଅବସର ଦୃଷ୍ଟିଗୋଚର ହେବ।
ମକର:-ଯାହା ବି କାମ କରିବେ ନିଶ୍ଚିତ ସଫଳତା ପାଇବେ। ପରିବାରର ସବୁ ଲୋକ ଆପଣଙ୍କ ପ୍ରତି ଖୁସି ରହିବେ। ଘରକୁ ନୂଆ ବନ୍ଧୁ ଆସିବେ।
କୁମ୍ଭ:-ଭାଗ୍ୟ ବୃଦ୍ଧି ଲାଗି ଅଧିକ ପରିଶ୍ରମ କରିବାକୁ ପଡ଼ିବ। ସାମାଜିକ ପରିସର ବଢ଼ିପାରେ। ପରିବାରର ଆବଶ୍ୟକତା ପ୍ରତି ଗୁରୁତ୍ବ ଦିଅନ୍ତୁ।
ମୀନ:-ଆପଣ ଲକ୍ଷ୍ୟ ହାସଲ ଲାଗି ଠୋସ୍ ଯୋଜନା କରିବେ। ସାମାଜିକ କ୍ଷେତ୍ରରେ ଆପଣଙ୍କର ସକ୍ରିୟତା ବଢ଼ିପାରେ। ଦାମ୍ପତ୍ୟ ଜୀବନରେ ମଧୁରତା ବଢ଼ିବ ।!!ଜୟଜଗନ୍ନାଥ,ଜୟସୋମନାଥ,ଜୟମାଯୋଗମାୟା!!

 

Leave A Reply

Your email address will not be published.