ରାଜଧାନୀରେ ବିସ୍ଫୋରଣ!

0 57

ଭୁବନେଶ୍ୱର,୨।୧(ଏସଏସନିଉଜ)ରାଜଧାନୀରେ ଭୟଙ୍କର ବିସ୍ଫୋରଣ ଘଟିଛି।ବିସ୍ଫୋରଣ ରେ ଝାରପଡା ଅଞ୍ଚଳରେ ଉଡିଛି ଛାତ ଓ ଭାଙ୍ଗିଛି କାନ୍ଥ।ଗତକାଲି ବିଳମ୍ବିତ ରାତିରେ ଘଟିଛି ଏହି ଅଘଟଣ।ପୂର୍ବଶତ୍ରୁତାରୁ ବୋମାମାଡ଼ ହୋଇଥିବା ନେଇ ଥାନାରେ ଏତଲା ହୋଇଛି।ସେପଟେ ବୋମାମାଡ଼ ଅଭିଯୋଗକୁ ପୋଲିସ ଖଣ୍ଡନ କରିଛି।ଘର ଭିତରେ ବ୍ୟାପକ ପରିମାଣର ଡିଓଡ୍ରାଣ୍ଟ ଥିବାରୁ ବିସ୍ଫୋରଣ ହୋଇଥିବା ସନ୍ଦେହ କରିଛି ପୋଲିସ।ପାରିପାର୍ଶ୍ବିକ ପରିସ୍ଥିତି ଓ ଘଟଣାସ୍ଥଳକୁ ଯାଇ ଲକ୍ଷ୍ମୀସାଗର ଥାନା ପକ୍ଷରୁ ଛାନଭିନ ଆରମ୍ଭ କରାଯାଇଛି।
ବିସ୍ଫୋରଣ ରେ ଝାରପଡା ଅଞ୍ଚଳର କବିରାଜ ସ୍ୱାଇଁ
ଆହତ ହୋଇଥିବାର ଜଣାପଡିଛି।

Leave A Reply

Your email address will not be published.