ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକଙ୍କ ନୂଆପଡ଼ା,କଳାହାଣ୍ଡି ଜିଲ୍ଲା ଗସ୍ତ

0 169

ଭୁବନେଶ୍ୱର,୧୬/୧(ଏସ୍‌ଏସ୍‌ନିଉଜ) ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ସୁନୀଲ କୁମାର ବଂସଲ ଆଜି ନୂଆପଡ଼ା ଏବଂ କଳାହାଣ୍ଡି ଜିଲ୍ଲା ଗସ୍ତ କରିଛନ୍ତି । ଏହି ଅବସରରେ ଗୁଇନ୍ଦା ନିର୍ଦ୍ଦେଶକ, ଶ୍ରୀ ଲଳିତ ଦାସ, ଆଇଜି (ଅପରେସନ୍‌) ଶ୍ରୀ ଅମିତାଭ ଠାକୁର, ଡିଆଇଜି(ଏସ୍‌ଆଇଡବ୍ଲ୍ୟୁ) ଶ୍ରୀ ଅନିରୁଦ୍ଧ ସିଂଙ୍କ ସମେତ ଉଭୟ ଜିଲ୍ଲାର ଏସ୍‌ପି ପ୍ରମୁଖ ସାମିଲ ହୋଇଥିଲେ । ଉଭୟ ଜିଲ୍ଲା ଗସ୍ତ ସମୟରେ ଡିଜିପି ଶ୍ରୀ ବଂସଲ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ ଏବଂ ନିମ୍ନଲିଖିତ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ ସମ୍ପର୍କରେ ସମୀକ୍ଷା କରିଛନ୍ତି । ମାଓ କାର୍ଯ୍ୟକଳାପ ସ୍ଥିତିର ସମୀକ୍ଷା ଏବଂ ଭବିଷ୍ୟତ ନିମନ୍ତେ ସ୍ୱତନ୍ତ୍ର କାର୍ଯଶୈଳୀ ।ଅପରାଧ, ଆଇନ୍ ଓ ଶୃଙ୍ଖଳାର ସମୀକ୍ଷା ।ସାରା ରାଜ୍ୟରେ ଅନୁଷ୍ଠିତ ହେବାକୁ ଯାଉଥିବା ତ୍ରି-ସ୍ତରୀୟ ପଂଚାୟତ ନିର୍ବାଚନର ପ୍ରସ୍ତୁତି ସମ୍ପର୍କରେ ।ଗତ ଜାନୁଆରୀ ୯ ତାରିଖ ଓ ୧୨ ତାରିଖରେ ମାଓ ଦମନରେ ସାମିଲ ହୋଇଥିବା ଏସ୍‌ଓଜି ଏବଂ ଡିଭିଏଫ୍ ଟିମ୍ ସହ ବିଶେଷ ଆଲୋଚନା ।ନୂଆପଡ଼ା ଏବଂ ଭବାନୀପାଟଣାଠାରେ ସିଆର୍‌ପିଏଫ୍‌ର ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା ।ଭବାନୀପାଟଣାଠାରେ ଆଲୋଚନା ସଭାରେ ଅଂଶଗ୍ରହଣ ।ଭବାନୀପାଟଣାଠାରେ ଶୁଭାରମ୍ଭ ହୋଇଥିବା ସାଇବର ଥାନା ମଧ୍ୟ ପରିଦର୍ଶନ କରିଥିଲେ ।

Leave A Reply

Your email address will not be published.