ରାଜ୍ୟରେ ପୁଣି ୨ ଓମିକ୍ରନ ଆକ୍ରାନ୍ତ

0 173

ଭୁବନେଶ୍ୱର,୨୩/୧୨(ଏସଏସନିୟୁଜ) ଆଜି ଓଡ଼ିଶାରୁ୨ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତ ହୋଇଥିବା ୨ ଜଣ ନାବାଳିକାଙ୍କ ମଧ୍ୟରୁ ଜଣଙ୍କ ବୟସ ୧୧ ହୋଇଥିବା ବେଳେ ଅନ୍ୟ ଜଣଙ୍କ ବୟସ ୧୫ ବର୍ଷ । ଉଭୟ ଭୁବେନଶ୍ୱରର ଘରୋଇ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ସମସ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା ଠିକ୍ ଅଛି ।୧୩ ତାରିଖରେ ବାପାମାଆଙ୍କ ସହ ୨ ଝିଅ ନାଇଜେରିଆରୁ ଫେରିଥିଲେ । ବାପା,ମାଆ ଓ ଡ୍ରାଇଭରଙ୍କ ରିପୋର୍ଟ ନେଗେଟିଭ ଆସିଥିବା ବେଳେ ୨ ଝିଅଙ୍କ ନମୂନା ଓମିକ୍ରନ ପଜିଟିଭ ଆସିଛି ବୋଲି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି ।

Leave A Reply

Your email address will not be published.