ପଲସ୍‌ରକୁ ପିଟିଲା ଟ୍ରକ୍: ଜଣେ ମୃତ, ୨ଗୁରୁତର

0 209

ନରସିଂହପୁର,୨୨/୧୨(ଡିଏନଏ)ବଡମ୍ବାଥାନା ଅର୍ନ୍ତଗତ ରତାପଟ-ବେଲ୍ଲୀଆପାଳ ନିକଟରେ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ଜଣେ ମୃତ୍ୟୁବରଣ କରିଥିବାବେଳେ ଦୁଇଜଣ ଗୁରୁତର ଆହତ ହୋଇଛନ୍ତି ।ଗୁରୁତର ଆହତ ହୋଇଥିବା ଦୁଇଜଣଙ୍କୁ ଚିକିସ୍‌ାପାଇଁ ବଡମ୍ବା ଡାକ୍ତରଖାନାକୁ ପଠାଇଯାଇଛି ।ନରସିଂହପୁର ରଜକସାହିର ଶିବୁସେଠୀ,ଆଠମଲ୍ଲି ଦୋଳମୁଣ୍ଡାଇ ଅଂଚଳର ମୁନାସେଠୀ ଏକ ପଲସରରେ ବଡମ୍ବାରୁ ନରସିଂହପୁରକୁ ଆସୁଥିବାବେଳେ ରତାପାଟ ପାଖରେ ଏକ ଟ୍ରକ ସହ ଧକ୍କା ହୋଇଥିଲା ।ଫଳରେ ଘଟଣାସ୍ଥଳରେ ଫଳରେ ସମସ୍ତ ଆହତଙ୍କୁ ଉଦ୍ଧାର କରାଯାଇ ବଡମ୍ବା ମେଡ଼ିକାଲକୁ ନେଇଥିବା ବେଳେ ସେଠାରେ ଡାକ୍ତର ନୟାଗଡ଼ ଜିଲ୍ଲା ଛାମୁଣ୍ଡିଆ ଅଞ୍ଚଳର ଗୋବିନ୍ଦ ସେଠୀଙ୍କୁ ମୃତ ଘୋଷଣା କରିଥିଲେ ।ଘଟଣାସ୍ଥଳରେ ଦୁର୍ଘଟଣାଗସ୍ତ ବାଇକ୍ ଓ ଟ୍ରକ୍‌କୁ ଜବତ କରି ବଡମ୍ବାପୋଲିସ ତଦନ୍ତ ଆରମ୍ଭ କରିଛି।

Leave A Reply

Your email address will not be published.