ରମ୍‌ଜାନ ଉପରେକଟକଣା ଲଗାଇଲା କମିଶନରେଟ୍ ପୋଲିସ

0 288

ଭୁବନେଶ୍ୱର୨୪/୪(ଏସଏସନିୟୁଜ) ରମ୍‌ଜାନ ଉପରେ କଟକଣା ଲଗାଇଲା କମିଶନରେଟ୍ ପୁଲିସ୍ । ରାଜଧାନୀରେ କୌଣସି ମସଜିଦ୍ ରେ ସମୂହ ନମାଜପାଠ ହୋଇପାରିବନି । ଏହା ସହ ଇଫ୍ତାର ପାର୍ଟି ପାଳନ ଉପରେ ମଧ୍ୟ କଟକଣା ହୋଇଛି । ତେବେ ସାମାଜିକ ଦୂରତା ରକ୍ଷା କରି ଘରେ ଇଫ୍ତାର ଓ ନମାଜ ପାଠ କରିବାକୁ ହୋଇଥିବା ଆଲୋଚନାରେ ମୁସଲିମ୍ ସମୁଦାୟର ଧାର୍ମିକ ନେତାମାନେ ସମ୍ମତି ଜଣାଇଛନ୍ତି ।ଏଥିପାଇଁ ବୁଧବାରଦିନ ଭୁବନେଶ୍ୱରରର ୧୨ଟି ମସଜିଦ ର ମୁଖ୍ୟମାନଙ୍କ ସହ କମିସିନେରେଟ ପୋଲିସର ଆଲୋଚନା ହୋଇଥିଲା । ମସଜିଦରେ କେବଳ ଜଣେ ମୌଲବି ଏବଂ ଅନ୍ୟ ତିନି ଜଣ ରହି ନମାଜ ପାଠ କରିପାରିବେ । ଏଠାକୁ ଅନ୍ୟମାନଙ୍କର ପ୍ରବେଶକୁ ବାରଣ କରାଯାଇଛି । ନିଜ ଘର ବା ପରିବାର ଲୋକଙ୍କ ଛଡା ଅନ୍ୟ କେହି ଘରକୁ ଆସି ଭିଡ କରି ପ୍ରାର୍ଥନା ବା ନମାଜପାଠ କରିପାରିବେ ନାହିଁ । କୌଣସି ମୌଲବି କୌଣସି ଲୋକଙ୍କ ଘରେ ଯାଇ ନମାଜପାଠ କରେଇ ପାରିବେ ନାହିଁ । ଏହି ସମୟରେ ବାହାରର କୌଣସି ବ୍ୟକ୍ତି ସାହି-ବସ୍ତି ଭିତରେ ଯଦି ପ୍ରବେଶ କଲେ କଲେ ଦୃଢ କାୟ୍ୟାନୁଷ୍ଠାନ  ଗ୍ରହଣ କରାଯିବ ବୋଲି ନିଷ୍ପତି ହୋଇଥିବାର ଜଣାପଡିଛି ।

Leave A Reply

Your email address will not be published.