ରାମଲାଲାଙ୍କୁ ସାଷ୍ଟାଙ୍ଗ ପ୍ରଣାମ କଲେ ପ୍ରଧାନମନ୍ତ୍ରୀ

0 234

ଅଯୋଧ୍ୟା,୫/୮ (ସତ୍ୟସନ୍ଧାନ ଡେସ୍କ)ହିନ୍ଦୁମାନ ଙ୍କର ଦୀର୍ଘ ବର୍ଷର ପ୍ରତୀକ୍ଷା ଆରଇ ପୁର୍ଣ ଚ୍ଛେଦ ପଡିଛି । ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଯୋଧ୍ୟାରେ ରାମମନ୍ଦିରର ଶିଳାନ୍ୟାସ କରିଛନ୍ତି। ମୋଦିଙ୍କର ଆଜି ଭକ୍ତିଭାବର ବେଶଭୂଷା ରହିଥିଲା । ପାରମ୍ପରିକ ଧୋତି, କୁର୍ତ୍ତା ପିନ୍ଧିଥିଲେ ପ୍ରଧାନମନ୍ତ୍ରୀ ।ପ୍ରଧାନମନ୍ତ୍ରୀ ଶିଳା ରଖି ଭୂମିକୁ ପ୍ରଣାମ କରିଥିଲେ।ଭୂମିପୂଜାର ସମସ୍ତ ପ୍ରକ୍ରିୟା ଶେଷ କରିବା ପରେ ପ୍ରଧାନମନ୍ତ୍ରୀ ଶୁଭ ମୁହୂର୍ତ୍ତରେ ରୁପା ଇଟା ଆଦି ମାଟିରେ ରଖିଥିଲେ। ପୂଜା ସ୍ଥଳରେ ସାମାଜିକ ଦୂରତା ସହ ଅତିଥି ମାନେ ମାସ୍କ ପିନ୍ଧିଥିବାର ଦେଖାଯାଇଛି। ଭୂମିପୂଜା ପରେ ଭକ୍ତିଭାବର ସହିତ ମୋଦି ରାମଲାଲାଙ୍କ ସମ୍ମୁଖରେ ପହଞ୍ଚି ସାଷ୍ଟାଙ୍ଗ ପ୍ରଣାମ କରିଥିଲେ ପ୍ରଧାନମନ୍ତ୍ରୀ।ଏହାପରେ ପୂଜା ସ୍ଥଳ ପରିସରରେ ଏକ ପାରିଜାତ ଚାରା ଲଗାଇଥିଲେ।

Leave A Reply

Your email address will not be published.