ରସିକିଆ କଳା ଶିକ୍ଷକ !

ଖବର ଆଜିର,ତାରିଖ ୨୦-୦୨-୨୦୨୧ ଶନିବାର

0 444

୧-ପୁଣି କଡ଼ାକଡ଼ି ହେବ କୋଭିଡ୍ ନିୟମ, ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖିଲେ ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ।
୨-ଚାଷୀ ପ୍ରସଙ୍ଗରେ ଉଠିଲା ପଡିଲା ବିଧାନସଭା, ଗୃହରେ ଭଙ୍ଗାରୁଜା: ବିରୋଧୀଙ୍କ ଚେତାବନୀ- ଧାନ ନଉଠିବା ଯାଏଁ ଗୃହ କାର୍ଯ୍ୟ ଚଳାଇ ଦେବୁ ନାହିଁ
୩-ରସିକିଆ କଳା ଶିକ୍ଷକ ! ୧୦ ବର୍ଷରେ ୪ ଯୁବତୀଙ୍କୁ କରିଥି‌ଲେ ବିବାହ, ପତ୍ନୀଙ୍କ ଏତଲା ପରେ ଧରିଲା ପୁଲିସ। ।କଟକରେ କଳା ଶିକ୍ଷକଙ୍କ କଳା କାରନାମା ସାମ୍ନାକୁ ଆସିଛି ।
୪–ବିହାର ବିଧାନସଭାରେ ବିଚିତ୍ର ଚିତ୍ର । ରୋଷେଇ ଗ୍ୟାସ ଦରବୃଦ୍ଧିକୁ ନେଇ ଅଭିନବ ପ୍ରତିବାଦ । ମାଟି ଚୁଲା ଓ କାଠ ଜାଳେଣି ନେଇ ବିଧାନସଭା ପହଂଚିଲେ କଂଗ୍ରେସ ବିଧାୟକ ।
୫-ଟ୍ରମ୍ପଙ୍କ ୩୪ ମହଲା କୋଠା ଧ୍ୱଂସ, ୩୦୦୦ ଡିନାମାଇଟ୍ ଲଗାଇ ଉଡାଇ ଦିଆଗଲା, ଭିଡିଓ ଭାଇରାଲ ।
୬-ଓଡିଶା ସୀମାରେ ପଶି ନିର୍ମାଣ କାମ ଚଳାଇଛି ଆନ୍ଧ୍ର : ରାୟଗଡା ସାନଲୁକୁଟି ଗାଁରେ ରାସ୍ତା ଓ ବ୍ରିଜ ନିର୍ମାଣ ।
୭-କୋଟିଆ ମାମଲା: ପ୍ରତିଜବାବ ଦାଖଲ ପାଇଁ ଓଡ଼ିଶାକୁ ୪ ସପ୍ତାହ ସମୟ ଦେଲେ ସୁପ୍ରମିକୋର୍ଟ ।
୮-ମାର୍ଚ୍ଚ ୧୫ରୁ ଆରମ୍ଭ ହେବାକୁ ଯାଉଛି କୃଷି ଓଡିଶା ୨୦୨୧ । ଏଥରର ବିଷୟବସ୍ତୁ ‘ସମନ୍ୱିତ ଚାଷ: ଚାଷୀଙ୍କ ବିକାଶ’ ।
୯-ନିଶାମୁକ୍ତ ହେବ ଶିକ୍ଷାନୁଷ୍ଠାନ: ଅରୁଣ ସାହୁ ।
୧୦-ଓସ୍କାରର ରେସରେ ନୀଳ ମାଧବ ପଣ୍ଡାଙ୍କ ଓଡ଼ିଆ ଫିଲ୍ମ ‘କାଲିର ଅତୀତ ।
୧୧-ଅମିତ ଶାହାଙ୍କ ବିରୋଧରେ ମାନହାନୀ କେସ୍ କଲେ ମମତାଙ୍କ ପୁତୁରା, ସମନ ପଠାଇଲେ କୋର୍ଟ।
୧୨-ଚୀନ ଜାରି କଲା ଗଲଓ୍ଵାନ ସଂଘର୍ଷର ଭିଡିଓ, ଭାରତୀୟ ସୈନିକଙ୍କ ଉପରେ ଲଗାଇଲା ଆକ୍ରମଣର ଆରୋପ ।
୧୩-ମହିମା ଆଶ୍ରମରେ ମାଘ ସପ୍ତମୀ ପାଳିତ, ଅଲେଖ ମହିମା ଧ୍ୱନୀରେ ପ୍ରକମ୍ପିତ ହେଲା କାମାକ୍ଷାନଗର ।
୧୪-ଚୀନ ଜାରି କଲା ଗଲଓ୍ଵାନ ସଂଘର୍ଷର ଭିଡିଓ, ଭାରତୀୟ ସୈନିକଙ୍କ ଉପରେ ଲଗାଇଲା ଆକ୍ରମଣର ଆରୋପ
୧୫-ଆନନ୍ଦ ପୁର -ବସ୍ ଉପରେ ଖସିପଡ଼ିଲା ଲୁହାପଥର ବୋଝେଇ ଟ୍ରକ୍ : ୫୦ ଯାତ୍ରୀଙ୍କୁ ବଞ୍ଚାଇଦେଲେ ବସ୍ ଡ୍ରାଇଭର୍‌
ଶୁଭ ସକାଳ,ସୁପ୍ରଭାତ

Leave A Reply

Your email address will not be published.