ରାସ୍ତା ଅବରୋଧ କଲେ ଚାଷୀ

0 457

ଚନ୍ଦକା,୬/୧୨(ଏସ୍‌ଏସ୍‌ନିୟୁଜ)ଏବେ ଚାଷୀମାନ ଙ୍କର  ଧାନ ଅମଳ କରିବା ସମୟ ଆସିଯାଇଛି ।ଚାଷ ବିଲକୁ ଯିବାପରେ ପାଚିଲାଧାନ ବିଲରେ ପାଣି କମି ରହି ଧାନ ଫସଲ ସବୁ ନଷ୍ଟ କରିଦେଇଛି ।ଯାହା ଚାଷୀମାନଙ୍କର ମେରୁଦଣ୍ଡକୁ ହଲାଇ ଦେଇଥିବାବେଳେ ସେମାନଙ୍କର ସ୍ୱପ୍ନ ଭାଙ୍ଗିଯାଇଛି ।ଧାରକରଜ କରି କରିଥିବା ଚାଷ ଜମିର ଉଜୁଡା କ୍ଷେତକୁ ଦେଖି ଚାଷୀ ନିଜ ହକ ପାଇଁ ରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହୋଇଛିା ଏହିଭଳି ଏକ ଘଟଣା ଚନ୍ଦକାଥାନା ଅର୍ନ୍ତଗତ କୁଜିମହଲ ଗ୍ରାମମୁଣ୍ଡରେ ଦେଖିବାକୁ ମିଳିଛି ।ଚାଷୀମାନେ ଠାରେ ରାସ୍ତାରେ ଟାୟାର ଜାଳି ଅବରୋଧ କରିଛନ୍ତି ।
ପ୍ରକାସ ଯେ, କୁଜିମହଲଗ୍ରାମବାସୀ ନିର୍ଭର କରୁଥିବା ଧାନବିଲ ରେ ଯାଇଥିବା   ଏକ ଶଙ୍ଖ ମୁହଁରେ ଅବରୋଧ ଯୋଗୁ ଜଳ ନିସ୍କାସନରେ ବାଧକ ସୃଷ୍ଟି ହୋଇ ଚାଷକ୍ଷେତରେ ପାଣି ଜମାଟ ବାନ୍ଧି ପାଚିଲାଧାନ ଫସଲକୁ ନଷ୍ଟ କରିଦେଇଥିଲା ।ଯାହାକୁ ନେଇ ଚାଷୀମାନେ ଚିନ୍ତା ପ୍ରକଟ କରି ଧାନଫସଲ ନଷ୍ଟ ହୋଇଯାଇଥିବାର ଅଭିଯୋଗ କରି ରାସ୍ତା ଅବରୋଧ କରିଥିଲେ ।କୁଜିମହଳ ଗ୍ରାମର ଚାଷୀମାନେ ଚନ୍ଦକା-ମେଣ୍ଢାଶାଳ ମୁଖ୍ୟରାସ୍ତାର କୁଜିମହଲ ଠାରେ  ଟାୟାର ଜାଳି ରାସ୍ତା ଅବରୋଧ କରିରେ ବା ଧକ ସୃଷ୍ଟି ହୋଇଥିଲା ।ଖବରପାଇ ଚନ୍ଦକା ଥାନା ଅଧିକାରୀ ଦେବେନ୍ଦ୍ରବିଶ୍ୱାଳ ସଦଳବଳେ ପହଁଚି ଉତ୍ୟକ୍ତ ଗ୍ରାମବାସୀମାନଙ୍କୁ ବୁଝାସୁଜା କରୁଥିବାର ଜଣାପଡିଛିା

 

Leave A Reply

Your email address will not be published.