ରାସ୍ତାପ୍ରଶସ୍ତିକରଣ ନାଁରେ ଚାଲିଛି ଗଛକଟା

 ନୀରବଦ୍ରଷ୍ଟା ସାଜିଛି ବନ ବିଭାଗ

0 251

ବାରଙ୍ଗ,୨୪/୧୨(ଏସଏସନିୟୁଜ)ରାଜଧାନୀ ଉପକଣ୍ଠ ଦାଢ଼ା ପଞ୍ଚାୟତର ପଦାସାହି ଗ୍ରାମ ଠାରୁ ଝିଙ୍କରଡ଼ିହ ଗ୍ରାମ ପର୍ଯ୍ୟନ୍ତ ଥିବା ଗ୍ରାମ୍ୟ ଉନ୍ନୟନ ବିଭାଗର ରାସ୍ତା ପ୍ରଶସ୍ତିକରଣ କାର୍ଯ୍ୟ ଆରମ୍ଭ ହୋଇଛି।ପଦାସାହି ନିକଟ ଦୟା ଦକ୍ଷିଣ ଶାଖା କେନାଲ ବନ୍ଧ ରାସ୍ତାର ଉଭୟ ପାର୍ଶ୍ବରେ ବହୁ ଛୋଟ ବଡ଼ ମୂଲ୍ୟବାନ ଗଛ ରହିଛି।ବର୍ତ୍ତମାନ ଏହି କେନାଲ ବନ୍ଧରାସ୍ତା ପ୍ରଶସ୍ତିକରଣ ନାଁରେ ଏସବୁ ମୂଲ୍ୟବାନ ଗଛ ସବୁ କଟାଯାଉଛି।ଗୋଟିଏ ପଟେ ବନବିଭାଗ ପକ୍ଷରୁ ପରିବେଶ ସୁରକ୍ଷା ପାଇଁ ବୃକ୍ଷରୋପଣ କରି କୃତ୍ରିମ ଜଙ୍ଗଲ ସୃଷ୍ଟି କରାଯାଇ ଜନ ସାଧାରଣଙ୍କୁ ସଚେତନ କରାଯାଉଛି।ପଥ ପାର୍ଶ୍ଵ ବନୀକରଣ ଯୋଜନା ଓ କାମ୍ପା ଯୋଜନାରେ ଲକ୍ଷାଧିକ ଟଙ୍କା ବିନିମୟ କରି ବନବିଭାଗ ବୃକ୍ଷରୋପଣ କରୁଥିବା ବେଳେ କେଉଁ ପରିସ୍ଥିତିରେ ରାସ୍ତା କଡ଼ରୁ ଏହି ବଡ଼ ବଡ଼ ଆମ୍ବ ଗଛ,ବର ଗଛ,ବାଉଁଶ ଗଛ,ଚାକୁଣ୍ଡା, କୃଷ୍ଣଚୂଡ଼ା ଆଦି ଅନେକ ମୂଲ୍ୟବାନ ଗଛ ସବୁ କଟାଯାଉଛି ଏନେଇ ଅଞ୍ଚଳବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି।ସେପଟେ ଏଭଳି ଗୁରୁତ୍ୱପୂର୍ଣ୍ଣ ଘଟଣାକୁ ଦେଖି ନ ଦେଖିଲା ଭଳି ଚୁପ୍ ବସିଛି ବନ ବିଭାଗ।ଏ ସଂକ୍ରାନ୍ତରେ ଗ୍ରାମ୍ୟ ଉନ୍ନୟନ ବିଭାଗ କନିଷ୍ଠ ନିର୍ବାହୀ ଯନ୍ତ୍ରୀ ଚକ୍ରଧର ବେହେରା କହିଛନ୍ତି,ରାସ୍ତା ପ୍ରଶସ୍ତିକରଣ ପାଇଁ ଉଭୟ ପାର୍ଶ୍ଵର ବନ୍ଧ ଉପରୁ ଛୋଟ ଅନାବନା ଗଛ ସଫା କରାଯାଉଛି।ଯେଉଁ ଜାଗା ପର‌୍ୟ୍ୟନ୍ତ ରାସ୍ତା ପ୍ରଶସ୍ତିକରଣ ହେବ ସେ ପର୍ଯ୍ୟନ୍ତ ସଫା କରାଯାଉଛି।ହେଲେ ବନ୍ଧ ତଳେ ଥିବା ଗଛ ଗୁଡ଼ିକୁ କାଟିବାକୁ ନିର୍ଦ୍ଦେଶ ଦିଆଯାଇନାହିଁ। (ଗୈାତମରାଉତଙ୍କ ରିପୋର୍ଟ)

Leave A Reply

Your email address will not be published.