କଟକ, ୯।୨(ଏସଏସନିଉଜ)ନରାଜ ଗାଁ ମୁଣ୍ଡ ରାସ୍ତା କଡ଼ରେ ଲାଗିଥିବା ନିଆଁକୁ ଆୟତ କରିଛି ବାରଙ୍ଗ ଅଗ୍ନିଶମ ବାହିନୀ। ସୋମବାର ଅପରାହ୍ନ ସାଢେ ୧୨ଟା ସମୟରେ ଗୋଡିସାହି ଫାଣ୍ଡି ଅନ୍ତର୍ଗତ ନରାଜ ଗ୍ରାମମୁଣ୍ଡ ବଙ୍ଗଳା ଛକ ନିକଟ ରାସ୍ତାକଡ଼ରେ କୌଣସି କାରଣରୁ ନିଆଁ ଲାଗି ଯାଇଥିଲା। ନିଆଁ ଲାଗି ସମଗ୍ର ଅଞ୍ଚଳରେ ଥିବା ଶୁଖିଲା ଘାସ ପତ୍ର ସବୁ ଜଳିବା ସହିତ ନିକଟସ୍ଥ ମୟୁର ଜଙ୍ଗଲ ଆଡ଼କୁ ନିଆଁ ମୁହାଁଇଥିଲା। ଏହା ଦେଖି ସ୍ଥାନୀୟ ଲୋକମାନେ ବାରଙ୍ଗ ଅଗ୍ନିଶମ ବାହିନୀକୁ ସୂଚନା ଦେଇଥିଲେ। ସୂଚନା ପାଇ ବାରଙ୍ଗ ଅଗ୍ନିଶମ ବାହିନୀର କର୍ମଚାରୀମାନେ ଘଟଣାସ୍ଥଳରେ ପହଂଚି ନିଆଁକୁ ଆୟତ୍ତ କରିଥିଲେ।
