ରାସ୍ତାରେ ଜମିଛି ଆଣ୍ଠୁଏ ଉଚ୍ଚର ପାଣି

0 287

ବାରଙ୍ଗ,୫/୮(ଏସ୍‌.ଏସ୍‌.ନିୟୁଜ)ରାଜଧାନୀ ଉପକଣ୍ଠ କଳାଝରୀ ଓ ଓସ୍ତପଡା ଗ୍ରାମଦୁଇଟିକୁ ସଂଯୋଗ କରିଥିବା ରାସ୍ତାରେ ଆଣ୍ଠୁଏ ଉଚ୍ଚର ପାଣି । ଏହି ଗ୍ରାମକୁ ସଂଯୋଗ କରୁଥିବା ପୁରୁଣା ବ୍ରିଜ୍‌ଟି ଭଙ୍ଗାଯାଇ ନୁଆରୁପରେଖରେ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି ।ବିଭାଗୀୟ ଠିକାଦାରଙ୍କ ଖାମଖିଆଲ ମନୋଭାବ ସାଙ୍ଗକୁ ତଦାରଖ ଦାୟିତ୍ୱରେ ଥିବା ଅଧିକାରୀମାନଙ୍କ ଚାପ ନରହିବାରୁ କାମ ମନ୍ଥର ଗତିରେ ଚାଲିବାରୁ ଲୋକମାନଙ୍କ ଦୁର୍ଦ୍ଦଶା ବଢିଯାଇଛି ।ଗତ ୪ମାସତଳୁ ବ୍ରିଜ୍ କାମ ଆରମ୍ଭ ହୋଇଥିଲେ ମଧ୍ୟ ଆଶାନୁରୁପକ ଭାବେ କାମ ଆଗେଇପାରିନାହିଁ ।ଯାହାଫଳରେ ଠିକାଦାର ଦୁଇଟି ଗ୍ରାମବାସୀମାନଙ୍କ ୍‌ଯାତାୟତ ପାଇଁ ଅସ୍ଥାୟୀ ଭାବେ ଏକ ବାଇପାଶ ରାସ୍ତା କରିଥିଲେ ମଧ୍ୟ ଏହି ରାସ୍ତାରେ ଆଣ୍ଠୁଏ ଉଚ୍ଚର ପାଣି ଜମି ରହିବାରୁ ଯାତାୟତରେ ବାଧକ ସାଜିଛି ।ଯାହାଫଳରେ ଗ୍ରାମବାସୀମାନେ ଦୁଇକିଲୋମିଟର ଦୁର ଅନ୍ୟଗ୍ରାମଦେଇ ବୁଲିକି ନିଜ ଗ୍ରାମକୁ ଆସିବାକୁ ପଡୁଛି ।ସାମାନ୍ୟ ବର୍ଷାରେ ଏହି ସ୍ଥିତି ଉପୁଜିଥିବାବେଳେ ଲଗାଣ ବର୍ଷା ଲାଗିରହିଲେ ଗ୍ରାମବାସୀ ବାହରକୁ ବାହାରିବାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।(ବାରଙ୍ଗରୁ -ଗୈାତମରାଉତଙ୍କ ରିପୋର୍ଟ)

Leave A Reply

Your email address will not be published.