ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ହେଲା ଅନ୍ତିମ ସଂସ୍କାର

0 204

ଭୁବନେଶ୍ବର,୧୧/୧୨(ଏସଏସନିୟୁଜ) ସହିଦ ହୋଇଥିବା ଓଡ଼ିଆ ଯବାନ ରାଣାପ୍ରତାପ ଦାସଙ୍କ ପାର୍ଥିବ ଶରୀରକୁ ଜନ୍ମମାଟିରେ ଅନ୍ତିମ ସଂସ୍କାର କରାଯାଇଛି। ଯବାନଙ୍କ ପାର୍ଥିବ ଶରୀରରେ ପୁତୁରା ଆଶିଷ ଦାସ ମୁଖାଗ୍ନି ଦେଇଥିଲେ। କୃଷ୍ଣଚନ୍ଦ୍ରପୁର ଗାଁରେ ପହଞ୍ଚିବା ପରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। ପାର୍ଥିବ ଶରୀର ଦର୍ଶନ କରିବା ପାଇଁ ଲୋକଙ୍କ ଭିଡ ଲାଗିରହିବାସହ ବିଭିନ୍ନ ଦଳର ନେତାଆସି ସମ୍ମାନ ଜଣାଇଥିଲେ। ତାଙ୍କୁ ରାଷ୍ଟ୍ରୀୟ ସମ୍ମାନର ସହିତ ଗାର୍ଡ ଅଫ୍ ଅର୍ନର ଦିଆଯାଇଥିଲା ।ତାମିଲନାଡ଼ୁର କୁନ୍ନୁରଠାରେ ଗତ ୮ ତାରିଖ ଦିନ ହେଲିକପ୍ଟର ଦୁର୍ଘଟଣାର ସିଡିଏସ୍ ବିପିନ୍ ରାୱତଙ୍କ ସହ ଓଡ଼ିଆ ଯବାନ ରାଣାପ୍ରତାପ ଦାସ ସହିଦ ହୋଇଥିଲେ ।

Leave A Reply

Your email address will not be published.