ବିନା ଅନୁମତିରେ ସ୍ତ୍ରୀର କଲ୍ ରେକର୍ଡିଂ କରିବା…..

ସକାଳର ଖବର, ୧୨-ଡିସେମ୍ବର-୨୦୨୧,ରବିବାର

0 291

➡️୧-ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଗଞ୍ଜାମ ଜିଲ୍ଲା ଗସ୍ତ ।ନିର୍ବାଚନ ମଣ୍ଡଳି ହିଞ୍ଜିଳିରେ ବିଭିନ୍ନ ପ୍ରକଳ୍ପର ଶୁଭ ଉଦଘାଟନ କରିବା ସହ ବିଜୁସ୍ବାସ୍ଥ୍ୟ ସ୍ମାର୍ଟ କାର୍ଡ ବଣ୍ଟନର କରିବେ ଶୁଭାରମ୍ଭ ।
➡️୨-ଜୱାଦ କ୍ଷୟକ୍ଷତିର ଆକଳନ ପାଇଁ ଭୁବନେଶ୍ୱର ପହଁଚିଲେ କେନ୍ଦ୍ରୀୟ ଟିମ୍ । ଆଜିଠାରୁ ଏହି ଟିମ୍ ବାତ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ବୁଲି କ୍ଷୟକ୍ଷତିର ଆକଳନ କରିବେ ।
➡️୩-୧୫ ମାସର ଆନ୍ଦୋଳନ ପରେ ଘରକୁ ଫେରିଲେ ଚାଷୀ । ଚାଷୀଙ୍କ ଏହି ବିଜୟ ପରେ ଆକାଶରୁ ଉଡାଜାହାଜ ଜରିଆରେ ଫୁଲର ବର୍ଷା କଲେ ଜଣେ ପ୍ରବାସୀ ଭାରତୀୟ ।
➡️୪-ଫଣି ପ୍ରଭାବିତଙ୍କ ସହ ୧୩ଲକ୍ଷ ହିତାଧିକାରୀଙ୍କୁ ପିଏମଏୱାଇରେ ସାମିଲ କରିବା ପାଇଁ ମୁଖ୍ୟମନ୍ତ୍ରୀ ଚିଠି ଲେଖି ପ୍ରଧାନମନ୍ତ୍ରୀଙ୍କୁ କଲେ ଅନୁରୋଧ ।

➡️୫-ଐତିହାସିକ ନିଷ୍ପତ୍ତିକ୍ରମେ ଅନ୍ତର୍ଜାତୀୟ ସୌର ମେଣ୍ଟକୁ ପର୍ଯ୍ୟବେକ୍ଷକ ମାନ୍ୟତା ଦେଲା ମିଳିତ ଜାତିସଂଘ।
➡️୬-ନିର୍ବାଚନ ପୂର୍ବରୁ ଉତ୍ତରପ୍ରଦେଶ ଜନତାଙ୍କୁ ପ୍ରଧାନମନ୍ତ୍ରୀଙ୍କ ଭେଟି । ୯,୮୦୦ କୋଟିର ସରାୟୁ କେନାଲ ପ୍ରକଳ୍ପର ଉଦଘାଟନ କଲେ ମୋଦୀ ।
➡️୭-ଆସିଲା ବିଶ୍ବ ବ୍ୟାଙ୍କର “ଦି ଚେଞ୍ଜିଙ୍ଗ୍ ୱେଲଥ୍ ଅଫ୍ ନେସନ୍ସ ୨୦୨୧” ରିପୋର୍ଟ । ବାୟୁ ପ୍ରଦୂଷଣ ହେତୁ ଦକ୍ଷିଣ ଏସିଆର ବାସିନ୍ଦା ବିଶ୍ବରେ ସବୁଠାରୁ ଅଧିକ ପ୍ରଭାବିତ ହୋଇଛନ୍ତି ।
➡️୮-ରାୟଗଡାର ରାମନାଗୁଡା ଲ୍ୟାମ୍ପସ୍ ରୁ ଚିହ୍ନଟ ହେଲେ ୭୪ ନକଲି ଭାଗ ଚାଷୀ, ଜମି ମାଲିକଙ୍କ ଅଜାଣତରେ ହୋଇଥିଲା ପଞ୍ଜିକରଣ, ଧରିଲା ଯାଞ୍ଚ କମିଟି।
➡️୯-ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଦେଶର ପ୍ରଥମ ସିଡିଏସ୍ ଜେନେରାଲ ବିପିନ ରାଓ୍ବତ୍ ଏବଂ ତାଙ୍କ ସ୍ତ୍ରୀ ମଧୁଲିକାଙ୍କ ଶେଷକୃତ୍ୟ ପରେ ଗତକାଲି ହରିଦ୍ୱାରଠାରେ ଗଙ୍ଗାନଦୀରେ ହେଲା ଅସ୍ଥି ବିସର୍ଜନ । ସେପଟେ ତାଳଚେର ରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସହିଦ୍ ରାଣା ପ୍ରତାପ ଦାସଙ୍କ ଶେଷକୃତ୍ୟ ସଂପନ୍ନ ।
➡️୧୦-ବିବାଦରେ ଓଟିଟି ପ୍ଲାଟଫର୍ମ କଞ୍ଚାଲଙ୍କା, ପ୍ରତିବାଦ ପରେ ବଦଳିଲା ୱେବ ସିରିଜ ଗ୍ୟାଙ୍ଗସ ଅଫ୍ ପୁରୀର ପୋଷ୍ଟର ।
➡️୧୧-ଛାତିରେ ଯନ୍ତ୍ରଣା ଯୋଗୁଁ ସ୍ୱାସ୍ଥ୍ୟାବସ୍ଥା ବିଗିଡିବାରୁ ହାଇଦ୍ରାବାଦକୁ ଏୟାରଲିଫ୍ଟ ହେଲେ ଘଷିପୁରା ବିଧାୟକ ବଦ୍ରି ପାତ୍ର ।
➡️୧୨-ବିନା ଅନୁମତିରେ ସ୍ତ୍ରୀର କଲ୍ ରେକର୍ଡିଂ କରିବା ଗୋପନୀୟତା ଅଧିକାରର ଉଲ୍ଲଂଘନ ବୋଲି ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟ ର ଏକ ରାୟରେ କଲେ ସ୍ପଷ୍ଟ
➡️୧୩-ଦିଦି କଲେ ବଡ଼ ଘୋଷଣା, ଗୋଆରେ ନିର୍ବାଚନ ଜିତିଲେ ମହିଳା ମାନଙ୍କୁ ମାସିକ ୫ ହଜାର ଟଙ୍କା ଲେଖାଏଁ ପ୍ରଦାନ କରିବେ ବୋଲି ଘୋଷଣା କଲେ ଦିଦି ।
➡️୧୪-ଦେଶରେ ବଢୁଛି ଓମିକ୍ରନ୍ ସଂକ୍ରମଣ । ମୁମ୍ବାଇରେ ଲାଗିଲା ୧୪୪ ଧାରା, ଡର ବଢାଇଲାଣି ମହାରାଷ୍ଟ୍ର ।
➡️୧୫-ଇସଲାମିକ ଦେଶକୁ ଘରିଲାଣି ଆତଙ୍କବାଦୀ ଭୟ, ତବଲିଗି ଜମାତ୍ ଉପରେ ରୋକ ଲଗାଇଲା ସାଉଦି ଆରବ।
➡️୧୬-ତାଲିବାନ ଦ୍ୱାରା ଆଫଗାନିସ୍ତାନ ଦଖଲ ପରେ ପ୍ରଥମ ଥର ପାଇଁ ଆଫଗାନିସ୍ତାନ ଲୋକଙ୍କ ପାଇଁ ଭାରତ ପଠାଇଲା ୧.୬ ମେଟ୍ରିକ ଟନ ଜୀବନ ରକ୍ଷାକାରୀ ଔଷଧ ।
➡️୧୭-ସିଗାରେଟ ଉପରେ ଲାଇଫଟାଇମ ବ୍ୟାନ ବା ସର୍ବକାଳୀନ ନିଷେଧାଦେଶ ଜାରି କଲେ ନ୍ୟୁଜିଲ୍ୟାଣ୍ଡ ସରକାର । ଏହି କଠୋର ଆଇନ ଆସନ୍ତା ବର୍ଷରୁ ହେବ ଲାଗୁ ।

➡️୧୮-ଆମେରିକାରେ କେଣ୍ଟକିରେ ଝଡର ତାଣ୍ଡବଲୀଳା । ଝଡ ଯୋଗୁଁ ପ୍ରାୟ ୫୦ ଜଣଙ୍କ ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି। ଏନେଇ କେଣ୍ଟକି ଗଭର୍ନର ଏଣ୍ଡି ବେଶିୟର ଏମର୍ଜେନ୍ସି କଲେ ଘୋଷଣା ।
➡️୧୯-ଇଂଲଣ୍ଡକୁ ହରାଇ ବିଶ୍ଵ ଟେଷ୍ଟ ଚାମ୍ପିଅନଶିପ୍ ଟେବୁଲରେ ଅଷ୍ଟ୍ରେଲିଆ ପହଁଚିଲା ଦ୍ଵିତୀୟ ସ୍ଥାନରେ, ଖସିଲେ ଭାରତ-ପାକିସ୍ତାନ । ପଏଣ୍ଟ ଟେବୁଲ୍ ର ଶୀର୍ଷରେ ରହିଛି ଶ୍ରୀଲଙ୍କା।
➡️୨୦-ବେଙ୍ଗାଳୁରୁରେ ସର୍ବ ଭାରତୀୟ ମହିଳା ହକି ଚାମ୍ପିୟନ୍‌ସିପ୍‌ : ବ୍ରୋଞ୍ଜ ପଦକ ହାସଲ କଲା ଓଡ଼ିଶା ମହିଳା ପୋଲିସ ହକି ଟିମ୍‌ । ମହାରାଷ୍ଟ୍ରକୁ ୬-୦ ଗୋଲ୍‌ରେ ହରାଇ ତୃତୀୟ ସ୍ଥାନ ଅଧିକାର କଲା ଓଡ଼ିଶା ।
➡️ପ୍ରତ୍ୟେକ ବ୍ୟକ୍ତି ଟୀକା ନିଅନ୍ତୁ, ସର୍ବଦା ମାସ୍କ ପିନ୍ଧନ୍ତୁ, ହାତ ଧୁଅନ୍ତୁ ଓ ସାମାଜିକ ଦୂରତା ବଜାୟ ରଖନ୍ତୁ ।।ଶୁଭ ସକାଳ,ସୁପ୍ରଭାତ

Leave A Reply

Your email address will not be published.