ଆଜିର ଅନୁଚିନ୍ତା

ତାରିଖ - ୧୨:୧୨:୨୦୨୧ (ରବିବାର)

0 295

➡️”ସର୍ବଦା ଜଳ ପରି ହେବାକୁ ଚେଷ୍ଟା କରନ୍ତୁ ପଥର ପରି ନୁହେଁ , କାହିଁକିନା ଜଳ ନିଜ ପଥ ନିଜେ ତିଆରି କରୁଥିବା ବେଳେ ପଥର ଅନ୍ୟମାନଙ୍କ ପଥକୁ ଅବରୋଧ କରିଥାଏ !!
➡️”ଯଦି ଆପଣ ଦୁନିଆକୁ କିଛି ନୂଆ କରି ଦେଖେଇବାକୁ ଚାହୁଁଛନ୍ତି ତେବେ କଠିନ ପରିଶ୍ରମର ଝାଳରେ ଏପରି ଭିଜି ଯାଆନ୍ତୁ ଯେପରି ଗରମ ପବନ ମଧ୍ୟ ଆପଣଙ୍କୁ ଥଣ୍ଡା ଲାଗୁଥିବ !!
➡️”ସମ୍ମାନ ମିଳୁ କି ଅପମାନ ଦୁଇଟି ଯାକ ଭଲ ହୋଇଥାଏ କାହିଁକିନା ସମ୍ମାନ ଆଗକୁ ଯିବା ପାଇଁ ପ୍ରେରଣା ଯୋଗାଇ ଥାଏ , ଆଉ ଅପମାନ ଭଲ ବାଟକୁ ଯିବା ପାଇଁ ଶିକ୍ଷା ଦେଇଥାଏ !!
➡️”କଠିନ ରାସ୍ତା ଦେଖି କେବେ ଡ଼ରି ଯାଆନ୍ତୁ ନାହିଁ . କାହିଁକିନା ସବୁ କଠିନ ରାସ୍ତାର ଅନ୍ତ ଭଗବାନ ସବୁବେଳେ ସୁନ୍ଦର ଜାଗାରେ ହିଁ କରିଥାନ୍ତି !!
🦋ନକାରାତ୍ମକ ପରିସ୍ଥିତିରେ ମଧ୍ୟ ଆମେ ସକାରାତ୍ମକ ଚିନ୍ତା କରିବା ଉଚିତ୍ ,ତେଣୁକରି ତ କଥାରେ ଅଛି ଆମର ସକରାତ୍ମକ ଚିନ୍ତାଧାରା ହିଁ ଆମର ସମସ୍ତ ସମସ୍ୟାର ସମାଧାନ କରିଥାଏ ।

🦋ଯଦି ଜୀବନରେ ଖୁସିରେ ରହିବାକୁ ଚାହୁଁଛନ୍ତି ତାହାଲେ…ଦୁନିଆ କଣ କହିବ ସେ କଥାକୁ ନ ଭାବି,ସର୍ବଦା ଯେଉଁଟା ଆତ୍ମା କହୁଛି ସେଇଟା କରନ୍ତୁ…ଦେଖିବେ ସର୍ବଦା ଖୁସିରେ ରହିବେ ।
🦋ସର୍ବଦା ମନେ ରହିବେ…..ଯେଉଁଠି ଲାଗିବ, ଯଦି ତୁମ ପାଇଁ ଅନ୍ୟ ମାନଙ୍କୁ….କଷ୍ଟ ହେଉଛି ତାହାଲେ , ସେଠାରୁ ହଟିଯିବା ହିଁ…..ବହୁତ ଭଲ ହୋଇଥାଏ ।
🦋କଥାରେ ଅଛି ଅହଙ୍କାରଶୂନ୍ୟ ଆଚରଣ ହିଁ ପ୍ରକୃତ ଆଧ୍ୟାତ୍ମିକତା, ଟିକେ ମନେ ରହିବେ ନିଶ୍ଚିତ ।
ଆଜିର ସୁବିଚାର
➡️”ଦୁଷ୍ଟ ମଣିଷର ମିଠାକଥାକୁ କେବେ ଭରସା କରନାହିଁ , କାରଣ ଦୁଷ୍ଟ ମଣିଷ କେବେହେଲେ ତାର ମୂଳ ପ୍ରଭାବ ଛାଡିନଥାଏ । ଯେମିତିକି ସିଂହ ତାର ହିଂସା କୁ ଛାଡିନଥାଏ !!
➡️”ଯଦି କାହାକୁ ଧୋକା ଦେଇ ଥାଅ ଭାବି ଖୁସି ହୁଅନି ଯେ ସେ ଲୋକଟା ନିହାତି ମୁର୍ଖ ଓ ବୋକା ବୋଲି ,।ମନେ ରଖୁବା ଉଚିତ ସେ ତୁମକୁ ବିଶ୍ବାସ କରିଥିଲା ଯାହାର ଯୋଗ୍ୟ ତୁମେ ନୁହଁ !!
➡️”କାହାକୁ କିଛି କହିବା ପୂର୍ବରୁ ସତର୍କ ରୁହନ୍ତୁ କାରଣ ଆଜି ଯିଏ ବନ୍ଧୁ କାଲି ସିଏ ଶତ୍ରୁରେ ପରିଣତ ହୋଇପାରେ !!
➡️”ଡେରିରେ ହେବ କିନ୍ତୁ ଠିକ୍ ହିଁ ହେବ ମନେ ରଖ ତୁମ ସମୟଟା ଖରାପ ତୁମ ଜିବନଟା ନୁହେଁ ଟିକେ ଅପେକ୍ଷା କର , ସମୟ ସବୁକିଛି ଫେରାଇ ଦେବ !!

ଆଜିର ନୀତିବାଣୀ
➡️”ସର୍ବଦା ସାହାର୍ଯ୍ୟ ଲୋଡୁଥିବା ବ୍ୟକ୍ତିଙ୍କୁ ସାହାର୍ଯ୍ୟ କରିଚାଲନ୍ତୁ , ଭଗବାନ ଆପଣଙ୍କୁ ନିଶ୍ଚିତ ଭାବରେ ସାହାର୍ଯ୍ୟ କରିବେ !!
➡️”ଯଦି କାହାର ଖରାପ ଗୁଣକୁ ବାହାର କରିବାକୁ ଚାହୁଁଛନ୍ତି ତେବେ ପ୍ରଥମେ ନିଜଠାରୁ ଆରମ୍ଭ କରିଦିଅନ୍ତୁ, ଅନ୍ୟଠାରୁ ନୁହେଁ !!
➡️”ଯୋଉ ଲଢେଇରେ ନିଜର ମଣିଷ ଶତୃ ହୋଇ ଯାଆନ୍ତି ସେଇ ଲଢେଇରେ ମଣିଷ କେବେବି ଜିତି ପାରି ନ ଥାଏ !!
➡️”ଅଙ୍ଗୁର ହାତରେ ଧରି ଖାଇ ନପାରୁଥିବାରୁ ଶୃଗାଳ ମତରେ ଅଙ୍ଗୁର ଖଟା !!
🙏🏾ଓଁ ସୂର୍ଯ୍ୟ ଦେବାୟ ନମଃ🙏🏾ଶୁଭ ସକାଳ, ଆଜି ରବିବାର ପ୍ରଭୁ ସୂର୍ଯ୍ୟ ନାରାୟଣ ଙ୍କ ନିକଟରେ ମୋର କୋଟି କୋଟି ପ୍ରଣାମ,ପ୍ରଭୁ ସୂର୍ଯ୍ୟ ନାରାୟଣ ଆପଣଙ୍କର ମନସ୍କାମନା ପୂର୍ଣ୍ଣ କରନ୍ତୁ ଆପଣଙ୍କ ପରିବାରକୁ ନିରୋଗ ରହିବା ସହିତ ହସ ଖୁସିରେ ରଖନ୍ତୁ ଆପଣଙ୍କ ଦିନଟିକୁ ମଙ୍ଗଳମୟ କରନ୍ତୁ ମୋର ପ୍ରଭୁଙ୍କ ନିକଟରେ ଏତିକି ପ୍ରାର୍ଥନା।

 

 

 

 

 

 

Leave A Reply

Your email address will not be published.