ରଥକାଠ ଅନୁକୂଳପାଇଁ ଗଲାମାଳ

0 131

ପୁରୀ,୨୭ା୧୨(ଏସଏସନିଉଜ) ଆଜିଠାରୁ ରଥଯାତ୍ରାର ଆଦ୍ୟପର୍ବ ଆରମ୍ଭ ହୋଇଛି। ଆସନ୍ତାବର୍ଷର ରଥଯାତ୍ରାପାଇଁ ଆବଶ୍ୟକ ରଥକାଠକାଟିବାର ଅନୁମତିମାଗିବାକୁ ଶ୍ରୀମନ୍ଦିରପ୍ରଶାସନର ୪ଜଣିଆଦଳ ସୋମବାରଦିନ ମହାପ୍ରଭୁଙ୍କମାଳ, ମାହାର୍ଦ୍ଦ ସହ ଲାଗି ଖଣ୍ଡୁଆ, ନଡ଼ିଆଆଦିନେଇ ନୟାଗଡ଼ଜିଲ୍ଲା ଗସ୍ତ କରିଛନ୍ତି। ଆଜି ନୟାଗଡ଼ ବନଖଣ୍ଡ ଅଧୀନ ଗଣିଆ ବନାଞ୍ଚଳ ବଡ଼ମୂଳସ୍ଥିତ ବନଦେବୀ ବଡ଼ରାଉଳ ଠାକୁରାଣୀଙ୍କ ପୀଠରେ ଭବ୍ୟ ପୂଜାର ଆୟୋଜନ କରାଯାଇଛି। ଏହିଅବସରରେ ବଡ଼ରାଉଳ ଠାକୁରାଣୀଙ୍କୁ ମହାପ୍ରଭୁଙ୍କ ମାଳ, ମାହାର୍ଦ୍ଦ ସହ ଲାଗି ଖଣ୍ଡୁଆ, ନଡ଼ିଆ ଆଦି ସମର୍ପଣ କରି ନୟାଗଡ଼ ବନଖଣ୍ଡରୁ ରଥଯାତ୍ରାରେ ତିନି ରଥ ପାଇଁ ଆବଶ୍ୟକ କାଠ କାଟିବାର ଅନୁମତି ମଗାଯିବ।

 

Leave A Reply

Your email address will not be published.