ଭୁବନେଶ୍ୱରରେ ରାତି ୧୨ଯାଏଁ ମେଲୋଡ଼ି

0 95

ଭୁବନେଶ୍ୱର,୫।୧୦(ଏସଏସନିଉଜ)ଆଉ ଦିନ କେଇଟା ପରେ ଧରାବତରଣ କରିବେ ମା ଦୁର୍ଗା।ଏଥିପାଇଁ ଚଳଚଞ୍ଚଳ ହୋଇଉଠିଲାଣି ଧରାପୃଷ୍ଟ।ବିଭିର୍ଣ ସ୍ଥାନରେ ମାଙ୍କ ପୂଜାପାଇ ଆରମ୍ଭ ହୋଇଗଲାଣି ପ୍ରସ୍ତୁତିପର୍ବ।ଆଜି ଭୁବନେଶ୍ୱରରେ ଥିବା ପୂଜାମଣ୍ଡପର କର୍ମକର୍ତା ମାନଙ୍କୁ ନେଇ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।ଏଥିରେ ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତଙ୍କ ସମେତ ପୂଜା କମିଟିର କର୍ମକର୍ତାମାନେ ଉପସ୍ଥିତ ଥିଲେ।ଏଥର ଭୁବନେଶ୍ୱର ପୂଜାରେ ରାତି ୧୨ଟା ଯାଏଁ ଚାଲିବ ମେଲୋଡ଼ି।ରାତି ୧୦ଟା ପରିବର୍ତ୍ତେ ରାତି ୧୨ଟା ପର୍ଯ୍ୟନ୍ତ ଚାଲିବ ମେଲୋଡ଼ି।ଦୁର୍ଗାପୂଜା , ଭସାଣି ପାଇଁ ପୋଲିସ- ପୂଜା କମିଟି ବୈଠକରେ ଏହି ନିଷ୍ପତ୍ତି ହୋଇଛି।ଏବର୍ଷ ଭୁବନେଶ୍ୱର ରେ ଦୁର୍ଗାପୂଜାରେ ୧୮୩ ପୂଜା ମଣ୍ଡପ ହୋଇଛି।

Leave A Reply

Your email address will not be published.