ରାତି ପାହିଲେ ଦେବସ୍ନାନ ପୂର୍ଣ୍ଣିମା

0 327

ପୁରୀ,୧୩/୬(ଏସଏସନିଉଜ) ଦୁଇବର୍ଷ ପରେ ପୁଣି ଦିବ୍ୟସ୍ନାନ ଲୀଳା ଦର୍ଶନ କରିବେ ଭକ୍ତ । ରାତି ପାହିଲେ ଦେବସ୍ନାନ ପୂର୍ଣ୍ଣମୀ । ରତ୍ନବେଦୀରୁ ସ୍ନାନବେଦୀକୁ ଓହ୍ଲାଇ ଆସିବେ ମହାବାହୁ । ଆସନ୍ତାକାଲି, ସ୍ନାନ ନୀତି ନିର୍ଘଣ୍ଟ ଅନୁସାରେ ଭୋର ସାଢ଼େ ୩ଟାରେ ମଙ୍ଗଳାର୍ପଣ ପରେ ୪ଟାରୁ ଆରମ୍ଭ ହେବ ପହଣ୍ଡି । ସକାଳ ୬ଟା ସୁଦ୍ଧା ଚତୁର୍ଦ୍ଧାମୂର୍ତ୍ତି ସ୍ନାନ ମଣ୍ଡପରେ ବିରାଜମାନ କରିବେ । ସକାଳ ସାଢ଼େ ୯ଟାରୁ ସାଢ଼େ ୧୧ଟା ଭିତରେ ଜଳବିଜେ, ମଧ୍ୟାହ୍ନ ୧୨ଟା ୧୫ରୁ ୧୨ଟା ୪୫ ଭିତରେ ଛେରାପହଁରା, ୧୨ଟା ୪୫ରୁ ୨ଟା ୩୦ ମଧ୍ୟରେ ହାତୀବେଶ କରାଯିବ । ସନ୍ଧ୍ୟା ୬ଟାରୁ ରାତି ୯ଟା ୩୦ ପର‌୍ୟ୍ୟନ୍ତ ଚାଲିବ ସାହାଣ ମେଲା ଦର୍ଶନ । ଭକ୍ତମାନେ ବ୍ୟାରିକେଡ୍‌ରେ ଯାଇ ସ୍ନାନମଣ୍ଡପ ପାଖରେ ଶ୍ରୀଜୀଉଙ୍କ ହାତିବେଶ ଦର୍ଶନ କରିପାରିବେ । ରାତି ୧୦ଟାରୁ ରାତି ଗୋଟାଏ ଭିତରେ ବାହୁଡ଼ା ପହଣ୍ଡି ପାଇଁ ସ୍ଥିର ହୋଇଛି ।

 

 

Leave A Reply

Your email address will not be published.