ରେଳ ବ୍ରିଜରେ ଝୁଲୁଛି ରଜଦୋଳି

କଟକ,୧୭।୬(ଏସଏସନିଉଜ)ରଜ ଆସିଲେ ଦୋଳିଖେଳର କଥା ମନକୁ ଆସେ।କିଏ ଘର ଅଗଣାରେ ତ କିଏ ଆମ୍ବ ତୋଟା,ଗଛ ଡ଼ାଳରେ ଦୋଳି ବାନ୍ଧିଥାଆନ୍ତି ଓ ଏହାର ମଜା ପିଲାମାନେ ଉଠାଇଥାନ୍ତି।କିନ୍ତୁ କଟକ ଜିଲ୍ଲା ବାରଙ୍ଗ ବ୍ଲକର କଣ୍ଟାପାଟଣା ନିକଟ ପୁରୀ ମେନକେନାଲରେ ଏକ ନିଆରା ଦୋଳି ଖେଳ ଦୃଶ୍ୟ ଦେଖିବାକୁ ମିଳିଛି।ବିପଦପୂର୍ଣ୍ଣ ଭାବେ କେନାଲ ଉପରେ ଯାଇଥିବା ରେଳଧାରଣା ବ୍ରିଜରେ ଦୋଳି ଲାଗିଛି।ଦୋଳିଟି ସିଧା ସଳଖ ଭାବେ କେନାଲ ପାଣିକୁ ପାଖାପାଖି ସଂଯୋଗ କରୁଛି।ଗାଧୋଇବାକୁ ଆସୁଥିବା ପିଲାମାନେ ଗାଧୋଇବା ସହ ଦୋଳିର ମଜା ଉଠାଉଥିବାର ବୁଧବାର ଦେଖିବାକୁ ମିଳିଛି।ବିପଦସଙ୍କୁଳ ଭାବେ ଯୁବକମାନଙ୍କ ଦୋଳିଖେଳ ସେମାନଙ୍କୁ
ସାମୟିକ ସୁଖ ଦେଉଛି କିନ୍ତୁ କେତେବେଳେ ଯେ ଅଘଟଣର ଶିକାର ହେବେ ତାହା କହିବା କଷ୍ଟକର ହୋଇଉଠିଛି।ତେବେ ଏହି ନିଆରା ଦୋଳି ଖେଳ ଦୃଶ୍ୟ ଆଜି ସୋସିଆଲମିଡ଼ିଆରେ ଭାଇରଲ ହେବାରେ ଲାଗିଛି।

- Advertisement -

Leave A Reply

Your email address will not be published.