ଆଜିର ରାଶିଫଳ

ଜୁନ୍ ମାସ ୧୯ତାରିଖ ୨୦୨୬ମସିହା(ଶୁକ୍ରବାର)ଜ୍ୟେଷ୍ଠମାସ-ଶୁକ୍ଳପକ୍ଷ,ତିଥି- ପଞ୍ଚମୀ ଦିବାଘ୦୪/୫୭ଗତେ ପଞ୍ଚମୀ,ନକ୍ଷତ୍ର-ଅଶ୍ଳେଷା ଦିବା ଘ୧୦/୪୧ ଗତେ ମଘା,ଚନ୍ଦ୍ର-କର୍କଟ ଦିବା ଘ୧୦/୪୧ଗତେ ସିଂହ,ସୁର୍ୟୋଦୟ-ପ୍ରାତଃ ଘ୦୫/୧୩ /୦୯,ସୂର୍ଯ୍ୟାସ୍ତ-ସନ୍ଧ୍ୟା ଘ୦୬/୨୫/୦୯,ଯୋଗିନୀ ଦକ୍ଷିଣେ ଦିବାଘ୦୪/୫୭ ଗତେ ପଶ୍ଚିମେ,ବିଛା,ଧନୁ ଓ ମୀନରାଶିର ଘାତବାର,କର୍କଟ ଓ ମକର ରାଶିର ଘାତଚନ୍ଦ୍ର,ପାଞ୍ଚମୀର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ,ମୃତେ ପୁଷ୍କର ଦୋଷ ନ।ସ୍ତି,କାଳବେଳା ଓ ବାରବେଳା-ଦିବା ଘ୦୮/୩୦ ଗତେ ଘ୧୧/୫୦ ମଧ୍ୟେ,ବିଶୁଦ୍ଧ ଅମୃତବେଳା-ଦିବା ୧୧/୫୧ ଗତେ ଘ୦୨/୦୦ ମଧ୍ୟେ ଓ ରାତ୍ରି ଘ୦୬/୫୮ଗତେ ଘ୦୮/୪୯ମଧ୍ୟେ ରାତ୍ରି ଘ୦୩/୫୭ ଗତେ ଘ୦୪/୪୬ ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ରବେଳ।-ଦିବା ୦୬/୪୯ ମଧ୍ୟେ ଓ ଘ୦୯/୧୩ ଗତେ ଘ୧୦/୦୧ ମଧ୍ୟେ,ଅଦ୍ୟ ବେଲ ଦିବାଘ୦୪/୫୭ଗତେ ନିମ୍ବଭକ୍ଷଣ ନିଷେଧ।
ମେଷ:-ଘରେ ଲାଗିରହିଥିବା ଅଶାନ୍ତି ହିଁ ଆପଣଙ୍କ ଚ଼ିନ୍ତାର କାରଣ । ଆପଣଙ୍କର ପରିସ୍ଥିତିକୁ ବୁଝିବା ଉଚ଼ିତ୍ ଏବଂ ଜାଣିବାପାଇଁ ଚ଼େଷ୍ଟାକରନ୍ତୁ ଯେ ଭୁଲ କାହାର ଏବଂ କେଉଁଠି ହୋଇଛି।ନିଜତରଫରୁ ନିଜର କ୍ରୋଧ ସମ୍ବରଣ କରିବାକୁ ଚ଼େଷ୍ଟାକରନ୍ତୁ ।
ବୃଷ:-ସପ୍ତାହରୁ ଚ଼ାଲି ଆସୁଥିବାସମସ୍ୟା ଏବଂ ଚ଼ିନ୍ତାରୁ ଆପଣ ନିଜେ କ୍ଳାନ୍ତ ଅନୁଭବ କରୁଥିବେ।ବେଶୀ ଚ଼ିନ୍ତା କରନ୍ତୁନାହିଁ ଏବଂ କଳିରୁ ବଞ୍ଚିବାକୁ ଚ଼େଷ୍ଟା କରନ୍ତୁ।ନିଜ ବନ୍ଧୁ ଏବଂ ପରିବାରରେ ଭଲବ୍ୟବହାର କରନ୍ତୁ ।ବ୍ୟବସାୟ ବାଣିଜ୍ୟରେ ଆସାତିତ ଲାଭହେବ।
ମିଥୁନ:-ପୂର୍ବରୁ ବିରୁଦ୍ଧରେ ଥିବା ନିଷ୍ପତ୍ତି ଏବେ ଆପଣଙ୍କ ସପକ୍ଷରେ ରହିବ । ଏବେ ଆପଣଙ୍କୁ ଆପଣଙ୍କ ଉଦ୍ୟମରଫଳ ମିଳିପାରିବ।ଶତ୍ରୁ ଅପସରି ଯିବେ । କିନ୍ତୁ ଆପଣ ନିଜ କ୍ରୋଧଉପରେ ଅକ୍ତିଆର ରଖିବାକୁ ହେବ।ଏବେ ଖୁସିର ସମୟ ଆସିଗଲାଣି ।
କର୍କଟ :-କିଛି ବ୍ୟକ୍ତିଗତ ସମସ୍ୟା ଆପଣଙ୍କୁ କୌଣସି ବ୍ୟସ୍ତତାରେ ପକାଇଦେବ।ଏହି ସମସ୍ୟା ଆପଣଙ୍କକାର୍ଯ୍ୟରେ ବାଧା ସୃଷ୍ଟିକରିବ।ଏହି ସମସ୍ୟାକୁ ଆପଣ ସାହସରସହିତ ମୁକାବିଲା କରନ୍ତୁ ଏବଂ ଆପଣଙ୍କୁ ବିଜୟ ସୁନିଶ୍ଚିତ ମିଳିବ ।
ସିଂହ:-ଆଜି ଆପଣ ନିତିଦିନ କାର୍ଯ୍ୟକ୍ରମରେ କିଛି ନୂତନତା ଆଣିବାକୁ ଚ଼େଷ୍ଟା କରିବେ।ଆପଣ ସେହି କାର୍ଯ୍ୟକରନ୍ତୁ ଯାହା ଆପଣଙ୍କର ବହୁତ ଦିନରୁ କରିବାର ଇଚ୍ଛାଥିଲା ।ଯାତ୍ରାକରିବା ସମୟରେ ସାବଧାନତା ଅବଲମ୍ବନ କରନ୍ତୁ ।
କନ୍ୟା:-ଅବାଞ୍ଛିତ ଭାବେ ଉଚ୍ଚଅଧିକାରୀ ଆଜି ଆପଣଙ୍କୁ ସାହାଯ୍ୟ କରିବେ । ଯଦି ଆପଣଙ୍କୁ ଆପଣଙ୍କକାର୍ଯ୍ୟରେ କୌଣସିପ୍ରକାରର ସମସ୍ୟା ଦେଖାଯାଏ ତାହେଲେ ନିଜଅଧିକାରୀଙ୍କୁ ନିଶ୍ଚିତ ଜଣାନ୍ତୁ।ତାଙ୍କୁ କାର୍ଯ୍ୟାଳୟର ପରିବେଶଟିକୁ ଭଲ କରିବା କଥା କୁହନ୍ତୁ ।
ତୁଳା:-ଆଜି ବ୍ୟୟବୃଦ୍ଧି ହେଲେହେଁ ଆପଣଙ୍କର ପରିବାର ଲୋକଙ୍କ ପାଇଁ ଖୁସିରଦିନ ଅଟେ କାରଣ ଆପଣ ଆଜି ସେମାନଙ୍କସହିତ ସମୟ କଟାଇବେ । ପରିବାରର ସମସ୍ତେ ଏକହେବାର ଏବେ ସମୟଅଟେ।ବୋଧହୁଏ ଆପଣ ବାହାରକୁ ବୁଲିବାକୁ କିମ୍ବା ଚ଼ଳଚ୍ଚିତ୍ର ଦେଖିବାକୁ ଯାଇପାରନ୍ତି ।
ବିଛା:-ଆପଣ ଆସୁବିଧାରେ ପଡ଼ୁଥିବା ପରିସ୍ଥିତିରୁ ଦୂରେଇ ରୁହନ୍ତୁ । କୌଣସି ବେକାର କାର୍ଯ୍ୟରେ ପଡ଼ନ୍ତୁନାହିଁ ଏବଂ ନିଜର ସକାରାତ୍ମକ ଚ଼ିନ୍ତା ଧାରା ବଜାୟ ରଖନ୍ତୁ।ଯାହା ଆପଣ ହୋଇପାରିବେ ନାହିଁ ତାହା ହେବା ପାଇଁ ଚ଼େଷ୍ଟା କରନ୍ତୁ ନାହିଁ ।
ଧନୁ:-ଆଜି ଶାରୀରିକକଷ୍ଟ ସହ ଆପଣ ନିଜକୁ କୁସଙ୍ଗରେ ପାଇବେ, ଯଦ୍ୱାରା ଆପଣଙ୍କର ଭାବମୂର୍ତ୍ତି ନଷ୍ଟ ହୋଇପାରେ। ଏବେ ଆପଣ ସତର୍କହୋଇ ଚାଲନ୍ତୁ ,କାରଣ ମଣିଷ ତାର ସଂଗତିରୁ ହିଁ ଜଣାଯାଏ।କୁସଙ୍ଗ ଯୋଗରେ ଆପଣ କ୍ଷତି ସହିପାରନ୍ତି ।
ମକର:-ଆଜିରଦିନ ଆୟବର୍ଦ୍ଧକ ସହ ନୂଆବନ୍ଧୁ କରିବାର ଦିନ ଅଟେ।ସେମାନଙ୍କ ଅନୁଷ୍ଠାନରେ ଭାଗନିଅନ୍ତୁ ଏବଂ ନୂଆବନ୍ଧୁ ସୃଷ୍ଟି କରନ୍ତୁ।ଆପଣ କିଛି ନୂଆ ବନ୍ଧୁ କରିପାରିବେ।କାହାକୁ ବା ଜଣା ଆପଣଙ୍କପାଇଁ କୌଣସି ନୂଆ ସୁଯୋଗର ଦ୍ୱାର ଖୋଲି ପାରେ ।
କୁମ୍ଭ:-ଆଜି ବୋଧହୁଏ ଆପଣଙ୍କୁ କୌଣସିମିତ୍ର କିମ୍ବା ସହଯୋଗୀଙ୍କର ସାହାଯ୍ୟ ଆସାକରିବେ କିନ୍ତୁ ମିଳିପାରିବନାହିଁ।ଏଥିପାଇଁ ଆପଣ ନିରାଶ ହୋଇପଡ଼ିପାରେ।ଆପଣଙ୍କର ସବୁ କଥାରେ ବାଧାରହିବ ଓ ଆକସ୍ମିକ ଅର୍ଥବ୍ୟୟ ହେବାର ଯୋଗ ରହିଛି ।
ମୀନ:-ଆଜି ଆପଣ କୌଣସି ସାମାଜିକ ସମାରୋହ ପରେ ନିଜଘରକୁ ସଜାଡିବାରେ ଲାଗି ଯିବେ।ଘରକୁ ଠିକ୍ ଠାକ୍ କରନ୍ତୁ।କିଛି ଆରାମ ମଧ୍ୟ କରନ୍ତୁ । ଆପଣ ସମାରୋହର ଖୁବ୍ ମଜ୍ଜାନିଅନ୍ତୁ।କିନ୍ତୁ ନିଜ ଦାୟୀତ୍ୱ ସବୁ ତୁଲାଇବାର ସମୟ ଆଜି।।ଜୟ ଜଗନ୍ନାଥ,ଜୟ ସୋମନାଥ,ଜୟ ମାଯୋଗମାୟା।।

- Advertisement -

Leave A Reply

Your email address will not be published.