ରିଟେଲେର ସଂଘର ଶୋଭାଯାତ୍ରା

0 313

କଟକ, ୧୧/୭(ଏସଏସନିଉଜ) ସର୍ବଭାରତୀୟ ଡିଲରସ ଫେଡ୍ରେସନର ନିଷ୍ପତି କ୍ରମେ ଓଡ଼ିଆ ରିଟେଲର ମହାସଙ୍ଗ ତରଫରୁ ଓଡ଼ିଶାର ସମସ୍ତ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶାନ୍ତିପୂର୍ଣ୍ଣ ଧାରଣା ଦବା ସହିତ ଦାବିପତ୍ର ପ୍ରଦାନ କରାଯାଇଛି।
କରୋନା ସମୟରେ ସମସ୍ତ ସ୍କୁଲ, କଲେଜ, ଅଫିସ ଆଦି ବନ୍ଦ ଥିବା ସମୟରେ ଓଡ଼ିଶାର ସମସ୍ତ ରେଟଲର ମାନେ ନିଜ ଜୀବନକୁ ବାଜିଲଗାଇ ରାସନ କାର୍ଡ ଧାରୀମାନଙ୍କୁ ଖାଦ୍ୟ ସାମଗ୍ରୀ ବଣ୍ଟନ , ସ୍କୁଲ ର ମନ୍ଧ୍ୟାନ ଭୋଜନ ଚାଉଳ ବଣ୍ଟନ ,ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନଯୋଜନା ରେ ଖାଦ୍ୟ ସାମଗ୍ରୀ ବଣ୍ଟନ କରିଥିଲେ । କେତେକ ଡ଼ିଲର ମଧ୍ୟ ଏହି କରନା କାଳରେ ଖାଦ୍ୟ ସାମଗ୍ରୀ ବାଣ୍ଟି କରନା ରେ ମୂର୍ତ୍ତୁ ବରଣ କରିଥିଲେ ।
ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ବଣ୍ଟନ ବାବଦୀୟ ପାରିଶ୍ରମିକ ଅର୍ଥ ପ୍ରଦାନ , e-pos ମେସିନ ର ବ୍ୟବହାରିକ ଖର୍ଚ ବାବଦୀୟ ବକେୟା ବର୍ଷ ଗୁଡିକର ଅର୍ଥ ପ୍ରଦାନ , କରନା ସମୟରେ ସ୍କୁଲ ଛାତ୍ରଛାତ୍ରୀ ଙ୍କୁ ମଧ୍ୟାନ ଭୋଜନ ବଣ୍ଟନର ପାରିଶ୍ରମିକ ଅର୍ଥ ପ୍ରଦାନ , ଏକକାଳୀନ ଖୁଚୁରା ବିକ୍ରୟ କେନ୍ଦ୍ରକୁ ଦ୍ରବ୍ଯ ଯୋଗାଣ , ଆକସ୍ମିକ ମୃତୁବରଣ କରିଥିବା ପରିବାରକୁ ପୁନ ନିଯୁକ୍ତି ଏବଂ ବକେୟା ଅର୍ଥ ପ୍ରଦାନ ଆଦି ଦାବି କଟକ ଜିଲ୍ଲା ରିଟେଲେର ସଂଘ ଏକ ବିରାଟ ଶୋଭାଯାତ୍ରା ରେ ଆସି କଟକ

ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶାନ୍ତିପୂର୍ଣ୍ଣ ଭାବରେ ବିକ୍ଷୋଭ ପଦର୍ଶନ କରିଥିଲେ ।ଏହି ପରିପ୍ରେକ୍ଷୀରେ ରାଜ୍ୟ ରିଟେଲ ସଂଘର ସାଧାରଣ ସମ୍ପାଦକ ସାୟଦ ଏକ୍ରମ , କଟକ ଜିଲ୍ଲା ସଭାପତି ପ୍ରଦୀପ ଦାସ ଆଦି ଉପସ୍ଥିତ ଥିଲେ ।

Leave A Reply

Your email address will not be published.