ରୋଗୀସେବା ଯୋଗାଇବାକୁ ଆସି ଚୋରୀକଲେ

0 216

ମେଣ୍ଢାଶାଳ,୨୧/୧୦(ଏସଏସନିଉଜ)ଚନ୍ଦକାଥାନା ଅଧୀନସ୍ତ ଗୋଠପାଟଣାର ମହାନଦୀ ଆପାର୍ଟମେଣ୍ଟରେ ରହୁଥିବା ଜଣେ ପାରାଲିସିସ ରୋଗୀକୁ ନର୍ସିଂ ସେବା ଯୋଗାଇଦେବାକୁ ଆସି ଘରୁ ସୁନାକାନଫୁଲ ଏବଂ ୫ହଜାରେଟଙ୍କା ଚୋରୀକରି ଚମ୍ପଟ ମାରିଥିବାବେଳେ ଶୁକ୍ରବାରଦିନ ପୋଲିସ ହାତରେ ଧରାପଡିଛନ୍ତି ଅରୁଣ କୁମାର ମହାନ୍ତି ।ତାଙ୍କଠାରୁ ପୋଲିସ ୨ହଲ ସୁନାକାନର ଓ ନଗଦ ୨୫୫୦ଟଙ୍କା ଜବତ କରି କୋର୍ଟଚାଲଣ କରିଛି ।
ପ୍ରକାଶଯେ,ବ୍ରଜେଶ୍ୱରୀ ବାରିକ ଏବଂ ତାଙ୍କସ୍ୱାମୀ ଗୋଠପାଟଣାର ମହାନଦୀ ଆପାର୍ଟମେଣ୍ଟରେ ରହୁଥିଲେ ।ସ୍ୱାମୀ ଜଣେ ପାରାଲେସିସ ରୋଗୀ ହୋଇଥିବାରୁ ଦେଖାଶୁଣା ପାଇଁ ସେ ବୟସ୍କ ନାଗରିକମାନଙ୍କୁ ନର୍ସିଂସେବା ଯୋଗାଉଥିବା ଶାହୀନ ହେଲଥ କେୟାର ପା.ଲି ନାମକସଂସ୍ଥା ସହ ଯୋଗାଯୋଗ କରିଥିଲେ।ଉକ୍ତ ସଂସ୍ଥା ତରଫରୁ ୨ ଦିନ ପୂର୍ବରୁ ନେମାଳ ଗ୍ରାମରଅରୁଣ କୁମାର ମହାନ୍ତିନାମକ ଯୁବକଆସି ସେବା ଯୋଗାଇଥିଲେ। ବୟସ୍କ ହୋଇଥିବାରୁ ସ୍ୱାମୀସ୍ତ୍ରୀ ସୋଇପଡିଥିବାର ସୁଯୋଗରେ ଗତ ବୁଧବାରଦିନ ଅରୁଣ ଘରୁ ୨ହଳସୁନା କାନଫୁଲ ଏବଂ ନଗଦ ୫ହଜାରେଟଙ୍କା ନେଇ ଚମ୍ପଟ ମାରିଥିବାର ଗତକାଲି ବ୍ରଜେଶ୍ୱରୀଥାନାରେ ଅଭିଯୋଗ କରିଥିଲେ।ପୋଲିସ ୨୪୬/୨୨କେଶନମ୍ବରରେ ଏକ ମକଦମାରୁଜୁକରି ତଦନ୍ତ କରି ଶୁକ୍ରବାରଦିନ ଅରୁଣକୁ ଗିରଫ କରିବାସହ ତାଠାରୁ ୨ହଲ ସୁନାକାନର ଓ ନଗଦ ୨୫୫୦ଟଙ୍କା ଜବତ କରିଥିଲୋ (ପଦ୍ମଚରଣବଡଜେନାଙ୍କ ରିପୋର୍ଟ)

 

 

Leave A Reply

Your email address will not be published.