ପିଅନ ହାତରେ ଡାକ୍ତରଖାନା

0 180

ମେଣ୍ଢାଶାଳ,୨୧/୧୦(ଏସଏସନିଉଜ)ଚନ୍ଦକା ପ୍ରାଣୀଚିକିତ୍ସାଳୟରେ ସମସ୍ତ ଭିତ୍ତିଭୂମି ଥିବାବେଳେ ଡାକ୍ତର ପଦବୀ ଖାଲି ପଡ଼ିଛି ।ଏହାଅଧିନରେ ମେଣ୍ଢାଶାଳ, ଦାରୁଠେଙ୍ଗ, ଅନ୍ଧାରୁଆ ଓ ମଳିପଡାଆଦି ୪ଟିଗାଁରେ ୪ଟି ଉପକେନ୍ଦ୍ର ମଧ୍ୟ ରହିଛି । କିନ୍ତୁ ହେଡକ୍ୱାଟର ଡାକ୍ତରଖାନା ହୋଇଥରଲେ ମଧ୍ୟ ଏଠାରେ ଦୀର୍ଘ ୧ବର୍ଷହେବ ଡାକ୍ତର ପଦବୀ ଖାଲି ପଡିଛି ।ଯାହାଫଳରେ ଅଂଚଳବାସୀ ପ୍ରାଣୀଚିକିସ୍‌।ପାଇଁ ନାହିଁନଥିବା ହଇରାଣ ହେଉଛନ୍ତି । ଏଠାରେ ପ୍ରାଣୀଚିକିସ୍‌କ ନଥିବାରୁ ଚିକିସ୍‌।ଳୟଟି ଏକପ୍ରକାର ଅବ୍ୟବସ୍ଥା ସହ ଅପରିସ୍କାର ହୋଇ ପଡିରହିଛି । ଦୁଇଜଣ ଅସ୍ଥାୟୀ କର୍ମଚାରୀ ଜଗୁଆଳି ଓ ପିଅନହାତରେ ଏହି ଚିକିସ୍‌ାଳୟଟି ଏବେ ଚାଲିଛି ।ଚନ୍ଦକା ଅଂଚଳ ଜଙ୍ଗଲ ପାଖରେ ହେଇଥିବାରୁ ଅଧିକ ପରିମାଣର ଲୋକ ଗୋପାଳନ ଉପରେ ନିର୍ଭର କରିଥାନ୍ତି ।କେତେକ ଲୋକ ଏହାକୁ ବ୍ୟବସାୟିକ ଭାବେ ନେଇ ପରିବାର ପ୍ରତିପୋଷଣ ମଧ୍ୟ କରୁଛନ୍ତି ।କିନ୍ତୁ ଗୃହପାଳିତ ପଶୁମାନଙ୍କର ସ୍ୱାସ୍ଥ୍ୟଗତ ସମସ୍ୟା ପାଇଁ ଲୋକମାନେ ନାହିଁନଥିବା ହଇରାଣ ହେଉଛନ୍ତି ।ତେଣୁ ଏଠାରେ ତୁରନ୍ତ ପ୍ରାଣୀଧନ ଚିକିସ୍‌କ ନିଯୁକ୍ତି କରିବାକୁ ଅଂଚଳବାସୀ ଦାବୀ କରିଛନ୍ତି ।(ପଦ୍ମଚରଣବଡଜେନାଙ୍କ ରିପୋର୍ଟ)

 

Leave A Reply

Your email address will not be published.