ଆଜିର ରାଶିଫଳ

0 288

ଗୋବତ୍ସାଦ୍ୱାଦଶୀ ,୨୦୨୨ମସିହା ଅକ୍ଟୋବରମାସ ୨୨ତାରିଖ (ଶନିବାର)କାର୍ତିକମାସ –କୃଷ୍ଣପକ୍ଷ ,ତିଥି-ଦ୍ବାଦଶୀ ସଂଘ୬/୬ପର୍ଯ୍ୟନ୍ତ ତଦନ୍ତେ ତ୍ରୟୋଦଶୀ ,ସୁର୍ୟୋଦୟ ପ୍ରାତଃଘ୦୫/୪୭/୩୫ ,ସୂର୍ଯ୍ୟାସ୍ତ ସନ୍ଧ୍ୟା ଘ୦୫/୧୫/୩୭ ,ବୃଷ, ସିଂହ ଓ କନ୍ୟା ରାଶିର ଘାତବାର ,ବୃଷ ରାଶିର ଘାତଚନ୍ଦ୍ର ,ଦ୍ବାଦଶୀର ଏକୋଦିଷ୍ଟ ଓ ପ୍ରାବଣଶ୍ରାଦ୍ଧ ,ପୋଇ ଶାଗ ସନ୍ଧ୍ୟା ଘ୬/୬ ଗତେ ବାଇଗଣ ଭକ୍ଷଣ ନିଷେଧ ।
ମେଷ-ବର୍ତ୍ତମାନ ପରିସ୍ଥିତିରେ ଅନ୍ୟମାନଙ୍କ ସହ ଶତ୍ରୁତା କଲେ କ୍ଷତିରେ ପଡିବେ ।କର୍ମକ୍ଷେତ୍ରରେ ପାରିପାଶ୍ୱିର୍କ ପରିସ୍ଥିତି କେତେକାଂଶରେ ଭଲରହିବା କାରଣରୁ କାମଗୁଡିକ ଅଟକିବନାହିଁ । ସାମାଜିକସ୍ତରରେ ସାହିତ୍ୟ,କଳା,ସଙ୍ଗିତ କାର୍ଯ୍ୟରେ ଅଗ୍ରଗତି ଘଟିବ ।
ବୃଷ-ଦରକାରୀ କାଗଜପତ୍ର କୋଣସି ଅଲଗା ସ୍ଥାନରେ ରଖି ଠିକ୍ ସମୟରେ ପାଇପାରିବେ ନାହିଁ ।କର୍ମକ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ପଡିପାରେ । ଆନୁଷ୍ଠାନିକ କ୍ଷେତ୍ରରେ ଗଠନମୂଳକ କାର୍ଯ୍ୟର ଗତି ମନ୍ଥର ହେବ । ପରିବାରରେ ଭୁଲ୍ ବୁଝାମଣାରୁ ମାନୋମାଳିନ୍ୟ ଘଟିପାରେ ।
ମିଥୁନ-ଅନ୍ୟମାନଙ୍କ ଦ୍ୱାରା ପ୍ରଭାବିତ ହୋଇ ବିଦେଶ ଯାତ୍ରାକୁ ମନ ବଳାଇବେ । ପରୋକ୍ଷ ଶତ୍ରୁତା ପ୍ରତି ସଜାଗ ରହି କାମ କରିବା ଭଲ ହେବ ।ଆଲୋଚନା ପରିସରରେ ସତର୍କତାର ସହ କଥାବାର୍ତ୍ତା ନ କଲେ ଅପଦସ୍ଥ ହୋଇପାରନ୍ତି । ନିଜ ଲୋକ କେହି ହଇରାଣରେ ପକାଇବାକୁ ଚେଷ୍ଟା କରିପାରନ୍ତି ।
କର୍କଟ-କର୍ମକ୍ଷେତ୍ରରେ ନିଜର ଭୁଲ୍ ବୁଝାମଣାଜନିତ ବିଶୃଙ୍ଖଳା ମାନସିକ ସ୍ଥିତିକୁ କଳୁଷିତ କରିବ । କର୍ମକ୍ଷେତ୍ରରେ ଉଚ୍ଚବର୍ଗଙ୍କ ସାହାର‌୍ୟ୍ୟ ଓ ବନ୍ଧୁମିଳନରୁ ଉତ୍ସାହିତ ହେବେ । ମଉଜିଆ କଥା କହି ଅନ୍ୟକୁ ଆପଣାର କରିବେ, ଯାହାକି କାମ ହାସଲରେ ସାହାର୍ଯ୍ୟ କରିବ ।
ସିଂହ-ଈର୍ଷା ଓ ଅସୂୟା ମନୋଭାବ ଓ ପୋଷଣ କରି ନିଜ ଲୋକମାନେ ଶତ୍ରୁତା ଆଚରଣ କରିପାରନ୍ତି । ଅଧିକାଂଶ ସମୟ ଆର୍ଥିକ ଅନଟନ, ରୋଗ,ଋଣ ଓ ପରୋକ୍ଷ ଶତ୍ରୁତା ଯୋଗୁ ବ୍ୟସ୍ତ ରହିବେ । ପୁନଶ୍ଚ କର୍ମକ୍ଷେତ୍ରରେ ଏକାଧିକ କାମ ହାତକୁ ନେଇ ବ୍ୟସ୍ତ ବିବ୍ରତ ହୋଇପାରନ୍ତି ।
କନ୍ୟା-ନିଜ ପରିସରରେ କୌଣସି ସ୍ପର୍ଶକତା କାଥାରେ ଚିହ୍ନା ପଡନ୍ତୁ ନାହିଁ । ଅଧିକାଂଶ ସମୟରେ ଅପୂରଣୀୟ ଆଶା ମନରେ ନିରାଶା ଭାବ ସୃଷ୍ଟି କରିବ । ଅବଶ୍ୟ କେତେକ କ୍ଷେତ୍ରରେ ବନ୍ଧୁମାନଙ୍କ ସହ ଯୋଗରୁ ଉତ୍ସାହିତ ହେବେ ।
ତୁଳା-ପରିବାରରେ ସାଧାରଣ କଥାରେ ପାଟିତୁଣ୍ଡ ହୋଇ କଚେରି ପର୍ଯ୍ୟନ୍ତ ଯାଇପାରନ୍ତି । ପାରିପାଶ୍ୱିର୍କ ପରିସ୍ଥିତି ଭଲ ନ ଥିଲେ ମଧ୍ୟ ଦିନ ଗୋଟାଏ ପରେ ଏକପ୍ରକାର ସାମାଧାନର ରାସ୍ତା ବାହାର କରିବାରେ ସମର୍ଥ ହେବେ । ପୂର୍ବରୁ କଳହ ଲାଗିଥିବା ବନ୍ଧୁଙ୍କ ପ୍ରତି ସତର୍କ ରୁହନ୍ତୁ ।
ବିଛା-ଆତ୍ମୀୟଙ୍କ ସହାୟତାରେ ବହୁ କଷ୍ଟ ସ୍ୱୀକାର କରି ଟଙ୍କା ଯୋଗାଡ କରିବାରେ ସକ୍ଷମ ହେବେ । ବିଭିନ୍ନ ପ୍ରକାର ପାରିବାରିକ ସମସ୍ୟା ବିଷୟ ଚିନ୍ତାକରି ମନ ଭାରାକ୍ରାନ୍ତ ରହିବ । କର୍ମକ୍ଷେତ୍ରରେ ନୀଚ ସଂସର୍ଗରୁ ଦୂରେଇ ରହିବ । ଭଲ, ଅନ୍ୟଥା କଳହର ସମ୍ଭାବନା ରହିଛି ।
ଧନୁ-ଟାଉଟରି କରୁଥିବା ଲୋକଟି ପ୍ରତି ସତର୍କ ରହନ୍ତୁ, ନତୁବା ଅସୁବିଧାରେ ପଡିପାରନ୍ତି । ଆଜି ଦିନଟି ପ୍ରତିଟିକାର୍ଯ୍ୟ ସୁରୁଖୁରୁରେ ସମ୍ପନ୍ନ ହୋଇବ । ସଭାସମିତି, ପାରିବାରିକ, ପ୍ରଶାସନ, ଯାନବାହନ, ନିର୍ମାଣ ଓ ଯାତ୍ରାରୁ ସୁଫଳ ପାଇବେ ।
ମକର-ଅନ୍ୟ ଦ୍ୱାରା ପ୍ରଭାବିତ ହୋଇ ଭଲ ସମ୍ପର୍କ ରହିଥିବା ବନ୍ଧୁଟି କ୍ରମଶଃ ଦୂରେଇ ଯିବ । ବିଭିନ୍ନ ସୂତ୍ରରୁ ରୋଜଗାର ବୃଦ୍ଧି ପାଇବ ଓ କୌଣସି କ୍ଷେତ୍ରରେ ତାହାକୁ ବିନିଯୋଗ କରିବା ପାଇଁ ଚେଷ୍ଟା କରି ଉପକୃତ ହେବେ । ଆନୁଷ୍ଠାନିକ କ୍ଷେତ୍ରରେ କିମ୍ବା ଗଠନମୂଳକକାର୍ଯ୍ୟରୁ ପ୍ରଶଂସିତ ହେବେ ।
କୁମ୍ଭ-ସତର୍କତା ଅଭାବରୁ ଟଙ୍କା, ସୁନା, ଚୋରି ହୋଇଯାଇପାରେ । ଲକ୍ଷ୍ୟ ଭ୍ରଷ୍ଟ ହୋ ମରୀଚିକା ପଛରେ ଦୌଡି ପାରନ୍ତି । ଆତ୍ମୀୟମାନଙ୍କ ସହ ଯୋଗରେ ସହଜ ଓ ସୁବିଧାରେ ଆଜିର କାମଗୁଡିକ ସମ୍ପନ୍ନ ହୋଇଯିବ । ଶିଳ୍ପ, ବାଣିଜ୍ୟ, ବ୍ୟବସାୟ ଓ ପରିବହନ ପାଇଁ ବିଶେଷ ସୁବିଧା ହେବ ନାହିଁ ।
ମୀନ-କୌଣସି ବନ୍ଧୁଙ୍କ ମିଥ୍ୟା ପ୍ରତିଶ୍ରୁତିରେ ସବୁ ଦୁଃଖ ଭୁକିଯିବେ, ଯାହାକି ପରିକ୍ଷଣରେ ପାରିବାରିକ ଜୀବନରେ ପ୍ରତିକୂଳ ପ୍ରଭାବ ପକାଇବ । ଈର୍ଷାପରାୟଣ ନିଜ ଲୋକଙ୍କକଦର୍ଯ୍ୟ ବ୍ୟବହାରରେ ଅସନ୍ତୁଷ୍ଟ ହୋଇପାରନ୍ତି । ନିର୍ମାଣ ଓ ପରିବହନରେ ସଫଳତା ହାସଲ କରିବେ ଓ ଜମା ଧନ ବୃଦ୍ଧି ପାଇବ ।

ନିତୀବାଣୀ-ଯଦି କେହି ଅଭିମାନ କରିଛି ତାକୁ ଶୀଘ୍ର ମନେଇନେବା ଉଚିତ୍,କାହିଁକିନା ଅଭିମାନ ଯେତେବେଳେ ଅହଂକାରର ରୂପ ନିଏ ସେତେବେଳେ ବର୍ଷବର୍ଷର ସମ୍ପର୍କ ଭାଙ୍ଗିଯାଏ।
ବାସ୍ତୁ ଟିପ୍ପଣୀ-ଘରେ ଅଳିଆ ରଖିବା ଅର୍ଥ ସମସ୍ୟାକୁ ନିମନ୍ତ୍ରଣ-
କେବଳ ବାସ୍ତୁଅନୁସାରେ ଘର କରିଦେଲେ ସବୁ ସମସ୍ୟା ଦୂର ହୋଇଯାଏନାହିଁ। ଘରକୁ ସଫାସୁତର ରଖିବାକୁ ମଧ୍ୟ ହୁଏ। ଘରକୁ ପରିଷ୍କାର ନରଖି ଏଣେତେଣେ ଅଳିଆପକାଇଲେ ଅନେକ ବାସ୍ତୁଜନିତ ସମସ୍ୟା ସୃଷ୍ଟି ହୋଇଥାଏ। ଆଉ ଏହାର କୁପ୍ରଭାବ ଘରେରହୁଥିବା ଲୋକଙ୍କ ଉପରେ ପଡ଼ିଥାଏ। ତାହେଲେ ଆସନ୍ତୁ ଜାଣିବା, ଘରେ କେଉଁସ୍ଥାନରେ ଅଳିଆ ପଡ଼ିରହିଲେ କିପ୍ରକାରର ସମସ୍ୟା ଉତ୍ପନ୍ନ ହୋଇଥାଏ।
ଐଶାନ୍ୟକୋଣ ବା ଉତ୍ତର-ପୂର୍ବକୋଣରେ ଅଳିଆଆବର୍ଜନା ରହିଲେ ଘରଲୋକଙ୍କଠାରେ ମାନସିକ ଅଶାନ୍ତି ଦେଖା ଦେଇଥାଏ।
ପୂର୍ବଦିଗରେ ଅଳିଆଆବର୍ଜନା ରହିଲେ ଅପମାନିତ ହୋଇପାରନ୍ତି।
ଅଗ୍ନି ବା ଦକ୍ଷିଣ-ପୂର୍ବକୋଣରେ ଅଳିଆଆବର୍ଜନା ରହିଲେ ସ୍ୱାସ୍ଥ୍ୟଗତସମସ୍ୟା ଦେଖାଯାଇଥାଏ। ତାସହିତ ଆର୍ଥିକ ସ୍ଥିତି ଖରାପ ହୋଇଥାଏ।
ଦକ୍ଷିଣଦିଗରେ ଅଳିଆ ରହିଲେ ପିଲାଙ୍କ କ୍ୟାରିୟରରେ ସମସ୍ୟା ଆସିଥାଏ।
ଦକ୍ଷିଣ-ପଶ୍ଚିମରେ ଅଳିଆ ରହିଲେ ଘରେ ଗୁରୁଜନଙ୍କର ସ୍ୱାସ୍ଥ୍ୟସମସ୍ୟା ଦେଖାଦେଇଥାଏ।
ଘରର ପଶ୍ଚିମରେ ୨୬୦ ଡିଗ୍ରୀରୁ ୨୭୦ଡିଗ୍ରୀ ମଧ୍ୟରେ ଅଳିଆ ପଡୁଥିଲେ ସଞ୍ଚିତଅର୍ଥ ଅପବ୍ୟୟ ହୋଇଥାଏ।
ଏଣୁ ଘରେ କେବେହେଲେ ଅଳିଆ ରଖନ୍ତୁନାହିଁ। ଘରକୁ ସଦାସର୍ବଦା ସଫାରଖନ୍ତୁ।
ଆଜିର ଦିନଟି ମଙ୍ଗଳମୟ ହେଉ!!ଜୟଜଗନ୍ନାଥ,ଜୟସୋମନାଥ,ଜୟମାଯେଗମାୟା!!

 

Leave A Reply

Your email address will not be published.