ଜନ୍ତାରେ ପଡିଲା ମଣିଷ ଖିଆ କଲରାପତରିଆ ବାଘ

0 271

ନବରଙ୍ଗପୁର,୨୨/୧୦(ଏସଏସନିୟୁଜ) ଛେଳିକୁ ଖାଇବାକୁ ଆସି ଫସି ଯାଇଛି ମଣିଷ ଖିଆ କଲରାପତରିଆ ବାଘ ।୩ ଜଣ ଶିଶୁଙ୍କୁ ଶିକାର କରିବା ସହ ଶୀତଳା ମାତା ମନ୍ଦିରରୁ ଦର୍ଶନ ସାରି ତଳକୁ ଓହ୍ଲେଇବା ବେଳେ ୬ ବର୍ଷର ବାଳକ ଅମିତ ମର୍କାମଙ୍କୁ ଝାମ୍ପି ନେଇଥିବାଭଳି ଘଟଣା ଗତ୧୧ତାରିଖରେ ଘଟିଥିଲା ।ଫଳରେ ବାଳକଟିର ମୃତ୍ୟୁ ଘଟିଥିଲ ।ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଥିଲା। ବାଘଟିକୁ ଧରିବାପାଇଁ ବନ ବିଭାଗ ୪ଟି ଟିମ୍ ଗଠନ କରିବା ସହ ଯନ୍ତା ବସାଇଥିଲା । କାଳୀ ଗୁମ୍ଫା ନିକଟରେ ବସା ଯାଇଥିବା ଯନ୍ତାରେ ରଖାଯାଇଥିବା ଛେଳିକୁ ଖାଇବା ଲୋଭରେ ଗୁରୁବାର ବିଳମ୍ବିତରାତିରେ ଫସିଯାଇଥିଲା ମଣିଷଖିଆ ବାଘ ।

Leave A Reply

Your email address will not be published.