ପୋଲିସ-ଜନତା ମୁହାଁମୁହିଁ ,୪ ଆହତ

0 243

ନରସିଂହପୁର,୨୨/୦(ଏସ ଏସ ନିୟୁଜ) ନରସିଂହପୁର ଥାନା ରେ ପୋଲିସ ଓ ଜନତା ମୁହାଁମୁହିଁ ହୋଇଛନ୍ତି ।ଥାନା ପରିସର ରଣକ୍ଷେତ୍ର ପାଲଟିଛି।ଫଳରେ ୪ ଜଣ ଗୁରୁତର ଆହତ ହୋଇଥିବାବେଳେ ସେମାନଙ୍କ ମଧ୍ୟରେ ୩ ଜଣ ପୋଲିସ କର୍ମଚାରୀ ଅଛନ୍ତି। ରତାପାଟର ୩ ଜଣଙ୍କୁ ଅଟକ ପ୍ରତିବାଦରେ ବିଜେପି ପକ୍ଷରୁ ଧାରଣା ଚାଲିଥିଲା । ଥାନା ଗେଟରେ ତାଲା ପକାଇ ନାରାବାଜି ବେଳେ ପୋଲିସ ଓ ଜନତାଙ୍କ ମଧ୍ୟରେ ଖଣ୍ଡଯୁଦ୍ଧ ଆରମ୍ଭ ହୋଇଥିଲା ।ପୋଲିସ ଗୋଡ଼ାଇ ଗୋଡ଼ାଇ ଲୋକମାନଙ୍କୁ ପିଟିଥିବା ବେଳେ ଲୋକମାନେ ଢେଲାମାଡ଼ ମଧ୍ୟ କରିଥିଲେ । ଏଥିରେ ଉଭୟ ପକ୍ଷର ୪ ଜଣ ଆହତ ହୋଇଥିଲେ ।

Leave A Reply

Your email address will not be published.