ଗୁଣି ସନ୍ଦେହରେ ବୃଦ୍ଧ ଦମ୍ପତିଙ୍କୁ ହତ୍ୟା

0 208

ସୁନ୍ଦରଗଡ଼ , ୨୨/୦(ଏସ ଏସ ନିୟୁଜ)ଗୁଣି ପାଇଁ ଚାଲିଗଲା ବୃଦ୍ଧ ଦମ୍ପତିଙ୍କ ଜୀବନ ।ସବୁକିଛି ଭୁଲିଯାଇ ଅନ୍ଧବିଶ୍ୱାର ବଶବର୍ତିହୋଇ ପଡ଼ୋଶୀ ଦମ୍ପତିକୁ ମାରଣାସ୍ତ୍ରରେ ଆକ୍ରମଣ କରି ମାରିଦେଇଥିଲେ ପୁରନ ପଡୱାର ।ଏହି ଘଟଣା ୨୦ତାରିଖରାତିରେ ରାଇବଗା ଥାନା ଅନ୍ତର୍ଗତ କାଦୋବାହାଲ ଭଡରାଟୋଲି ଗାଁରେ ଘଟିଛି ।
ପୁରନ ପଡୱାର ନାମକ ବ୍ୟକ୍ତିଙ୍କର ୧୮ ବର୍ଷର ଝିଅର ଦେହ ଖରାପ ରହୁଥିବାରୁ ଚିକିସ୍‌ାସତ୍ୱେ ସ୍ୱାସ୍ଥ୍ୟରେ ସୁଧାର ନଆସିବାରୁ ସେ ପଡୋଶି ଗୁଣୁିକରିଥିବାର ସନ୍ଦେହ କରିଥିଲେ ।ନିଜର ହିତାହିତ୍ୟ ଜ୍ଞାନ ଭୁଲିଯାଇ ମାରଣାସ୍ତ୍ର ରେ ପଡୋଶୀ ଲୟା ପଡଓ୍ଵାର ଓ ଲୁଡି ପଡଓ୍ଵାରଙ୍କୁ ତଣ୍ଟି କାଟି ହତ୍ୟା କରିଥିଲେ ବୋଲି ପୋଲିସ ସୁଚନା ଦେଇଛି ।ପୋଲିସ ଏହି ଘଟଣାର ପର୍ଦାଫାସ କରିବା ସହ ହତ୍ୟାରେ ବ୍ୟବହୃତ ହୋଇଥିବା ଖଣ୍ଡା ଓ ଫାର୍ସାକୁ ଜବତ କରି ପୁରନ ପଡୱାରକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବାର  କହିଛିପୋଲିସ ।

Leave A Reply

Your email address will not be published.