ସାବଧାନ ମାସ୍କ ନପିନ୍ଧିଲେ ୨ଗୁଣା ଜୋରିମାନା

0 311

ଭୁବନେଶ୍ୱର୯/୪(ଏସଏସନିୟୁଜ) ରାଜ୍ୟରେ ବଢୁଥିବା ସଂକ୍ରମଣକୁ ଆଖି ଆଗରେ ରଖି ରାଜ୍ୟବାସୀଙ୍କୁ ସମ୍ଭୋଧନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିନା ଲକଡାଉନରେ କରୋନାକୁ ରୋକିବାକୁ ହେଲେ ମାସ୍କ ନପିନ୍ଧିବାକୁ ପଡିବ । ରୋଜଗାର ବଞ୍ଚାଇବାକୁ, ଜୀବନ ଜୀବୀକା ବଞ୍ଚାଇବାକୁ ମାସ୍କ ପିନ୍ଧିବାକୁ ପଡିବ ।କରୋନା ସହ ଲଢେଇ ପାଇଁ ମାସ୍କ ହିଁ ଏକମାତ୍ର ଅସ୍ତ୍ର ଓ ସୁରକ୍ଷା କବଚ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।ଏହାସହ ମାଆମାନଙ୍କୁ ଗୁରୁତ୍ୱ ଦେବା ସହ ସେମାନଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।ମାଆମାନେ ସଜାଗ ଓ ସର୍ତକ ହେଲେ ଘରକୁ କରୋନା କେବେ ବି ପଶି ପାରିବନି । ଆଜିଠାରୁ ୧୪ଦିନ ଯାଏ ମାସ୍କ ଅଭିଯାନ ଆରମ୍ଭ କରିବା। ଆଜିଠାରୁ ସଂକଳ୍ପ ନେଇ ଆମେ ସମସ୍ତେ ଠିକ ଭାବେ ନାକକୁ ଘୋଡ଼ାଇ ମାସ୍କ ପିନ୍ଧିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି।
ସାବଧାନ । ମୁହଁରେ ମାସ୍କ ନାହିଁକି ଦେବାକୁ ପଡିବ ଫାଇନ ।ଏଥିପାଇଁ ରାଜ୍ୟ ସରକାର କଡା କଟକଣା କରିଛନ୍ତି । ବିନା ମାସ୍କରେ ବାହାରକୁ ବାହାରିଲେ ଦେବାକୁ ପଡିବ ୨୦୦୦ ଟଙ୍କା ଫାଇନ୍ । ପୂର୍ବରୁ ୧୦୦୦ ଟଙ୍କା ଥିବା ବେଳେ ଏବେ ଏହାକୁ ୨ଗୁଣା କରାଯାଇଛି । ମାସ୍କ ନପିନ୍ଧିଲେ ୨ ହଜାର ଫାଇନ୍ । ମୁହଁରେ ମାସ୍କ ନଥିଲେ ଦେବାକୁ ପଡିବ ଜରିମାନା । ମୁହଁରୁ ମାସ୍କ ଟିକେ ଖସିଲେ କିମ୍ବା ଆଦୌ ନଥିଲେ ତଣ୍ଡ ଗଣିବେ ଲୋକେ । ମାସ୍କ ପରିଧାନ ନେଇ କଟକଣା କଡା କଲେ ରାଜ୍ୟ ସରକାର । ପୂର୍ବ ନିୟମକୁ ସ୍ୱାସ୍ଥ୍ୟ ବିଭାଗ ବଦଳାଇ ଏବେ ବିନା ମାସ୍କରେ ବାହାରକୁ ବାହାରିଲେ ଦେବାକୁ ପଡିବ ୨୦୦୦ ଟଙ୍କା ଫାଇନ୍ । ତେବେ ଏହି ନିୟମକୁ ବର୍ତ୍ତମାନ ଠାରୁ ଲାଗୁ କରିଛନ୍ତି ରାଜ୍ୟ ସରକାର ।

 

Leave A Reply

Your email address will not be published.