ସଚେତନ ହେଲେ ଚାଷୀ

0 524

ଭୁବନେଶ୍ୱର,୨୭/୧୧- ସଚେତନ ହେଲେଣି ଚାଷୀ । ନୁଆ ବିହନ ଓ ତା ସାଙ୍ଗକୁ ନୁଆ କୈ÷ାଶଳିର ଜନ୍ତ୍ରପାତିକୁ ନେଇ ଖର୍ଚ୍ଚ କମ୍ ଅନୁସାରେ ଅଧିକ ଅମଳକ୍ଷମ ପାଇପାରିବେ ।ଏଭଳି ଦୃଷ୍ଟାନ୍ତମୁଳକ ଉଦାହରଣ ଦେଖିବାକୁ ମିଳିଛି ପଂଚୁପାଳ ଗ୍ରାମରେ । ଚାଷୀମାନେ ଏବେ ନୁଆ ବିହନରେ ଧାନଚାଷ କରିବେ ।
ପ୍ରାଥମିକ ପର୍ଯ୍ୟାୟରେ ବାରଙ୍ଗବ୍ଲକ ଅର୍ନ୍ତଗତ ପଂଚୁପାଳ ଗ୍ରାମର ଚାଷୀମାନେ ଏହି ବିହନ ଆଣି ଧାନଚାଷ କରିବା ସହ ଅଧିକ ତଥ୍ୟ ଜାଣିବାପାଇଁ କୃଷିବିଭାଗର ଅଧିକାରୀଙ୍କୁ ଜଣାଇଥିଲେ ଓ ବିହନ ପରୀକ୍ଷା ପାଇଁ ଦେଇଥିଲେ । ବୁଧବାରଦିନ ଓଡିଶା କୃଷିବୈ÷ଷୟିକ ବିଶ୍ୱବିଦ୍ୟାଳୟ ର ସମ୍ପ୍ରସାରଣ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ଚାଷୀମାନଙ୍କୁ ନୁଆ ଅମଳକ୍ଷମ ଏହି ବିହନ ଉପରେ ସବିଶେଷ ତଥ୍ୟ ସହ ଚାଷକରିବାର ପ୍ରଣାଳୀ ଉପରେ ବୁଝାଇଥିଲେ ।
ଗ୍ରାମର ଭାଗବତ ଗୃହରେ ହସନ୍ତ ଧାନଚାଷ ଓ ସିଆର-୧୦୦୯ ସବଓାନ ଧାନଚାଷ ର କ୍ଷେତ୍ରଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଚାଷୀମାନଙ୍କୁ ହସନ୍ତ ଓ ସିଆର-୧୦୦୯ ଧାନଚାଷର ପ୍ରଣାଳୀ ଉପରେ ସଚେତନତ କରାଯାଇଥିଲା । ବିଶ୍ୱବିଦ୍ୟାଳୟ ର ସମ୍ପ୍ରସାରଣ ଶିକ୍ଷା ନିର୍ଦ୍ଦେଶାଳୟର ଅଧକ୍ଷ ପ୍ରଫେସର ପ୍ରଭାତ କୁମାର ରାଉତ,ଯୁଗ୍ମନିର୍ଦ୍ଦେଶକ ଡ.ମନୋରଞନ ମହାପାତ୍ର,ଉପ-ନିର୍ଦ୍ଦେଶକ ଡ.ହେମନ୍ତକୁମାର ସାହୁ,ଉପ-ନିର୍ଦ୍ଦେଶକ ଡ.ଅମିତ ପଂଙ୍ଗୋଲ୍ସା,କୃଷିଅଧିକାରୀ ଗୈ÷ାରହରି ବିଶ୍ୱାଳ ପ୍ରମୁଖ ଯୋଗଦାନ କରି ଏହି ଦୁଇଟି ଧାନ ବିହନ ଦ୍ୱାରା ଚାଷ କଲେ ଅଧିକ ଅମଳକ୍ଷମ ସାଙ୍ଗକୁ ରୋଗପୋକମୁକ୍ତ ହୋଇଥିବାରୁ ଚାଷୀମାନେ ଅଧିକ ଲାଭବାନ ହୋଇପାରିବେ ବୋଲି କହିଥିଲେ । ଏଥିରେ ପଂଚୁପାଳ ଗ୍ରାମ ସମେତ ଅଖପାଖ ଗ୍ରାମର ଚାଷୀମାନେ ଉପସ୍ଥିତ ରହି ଚାଷକାର୍ଯ୍ୟ ବିଷୟରେ ବିଭିର୍ଣ ପ୍ରଶ୍ନମାନ ପଚାରି ବୁଝିଥିଲେ ।

Leave A Reply

Your email address will not be published.