ସାଧାରଣ ଜନତାଙ୍କୁ ଝଟକା

ସକାଳର ଖବର,୧୫-ଜୁନ-୨୦୨୧,ମଙ୍ଗଳବାର

0 259

୧-ନକଲି ଔଷଧ ଜବତ ଘଟଣାରେ ହେବ କ୍ରାଇମବ୍ରାଞ୍ଚ ତଦନ୍ତ । ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ନବୀନ ପଟ୍ଟନାୟକ ।
୨-ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ୩ୟ ଲୋକକଳା ଦିବସ ଭର୍ଚୁଆଲ୍ ମାଧ୍ୟମରେ ପାଳିତ। ବିଭିନ୍ନ ଜିଲ୍ଲାର ପ୍ରାୟ ୩୦୦ କଳାକାର ସାମିଲ ହେଲେ ।
୩- କରୋନା ଯୋଗୁଁ ଅନାଥ ହୋଇଥିବା ଶିଶୁ ଗ୍ରୀନ ପ୍ୟାସେଜ ଯୋଜନାରେ ହେବେ ସାମିଲ । ପିଲାଙ୍କ ସମସ୍ତ ଶିକ୍ଷା ଖର୍ଚ୍ଚ ଅର୍ଥ ବହନ କରିବେ ସରକାର।
୪-ଆଜି ଶୀତଳ ଷଷ୍ଠୀ, ରୀତିନୀତି ଅନୁସାରେ ହେବ ଦେବ ଦମ୍ପତିଙ୍କ ବାହାଘର।
୫-ଆସନ୍ତାକାଲିଠାରୁ ଓଡିଶା ସମେତ ଦେଶର ବିଭିନ୍ନ ସ୍ଥାନରେ ଥିବା ପ୍ରତ୍ନତତ୍ତ୍ୱ ବିଭାଗ ଏଏସଆଇ ଦ୍ୱାରା ସଂରକ୍ଷିତ ଐତିହ୍ୟସ୍ଥଳୀ ଖୋଲାଯିବ।
୬-ଘୁଞ୍ଚିଲା ଓଜେଇଇ ପରୀକ୍ଷା, ସେପଟେ ପରୀକ୍ଷା ପାଇଁ ଆବେଦନ ଅବଧି ଜୁଲାଇ ୧୨ଯାଏଁ ବଢିଥିବା ବେଳେ ଫି’ ଦାଖଲ ଅବଧି ଜୁଲାଇ ୧୪ଯାଏଁ ହେଲା ବୃଦ୍ଧି ।
୭-ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ଜମି କିଣାରେ ଦୁର୍ନୀତି ଅଭିଯୋଗ । ଆପ୍ ଓ ସମାଜବାଦୀ ପାର୍ଟି ଆଣିଲେ ଅଭିଯୋଗ, କହିଲେ ପ୍ରକୃତ ମୂଲ୍ୟ ଠାରୁ ବହୁ ଅଧିକ ମୂଲ୍ୟରେ କିଣାଯାଇଛି ଜମି ।
୮-ଦେଶରେ ଦୈନିକ କରୋନା ସଂକ୍ରମଣ ହାର ୪.୭୨%, ୨୫ କୋଟି ଟପିଲା ଟିକାକରଣ
୯-ପୁଣି ବଢିଲା ପେଟ୍ରୋଲ-ଡିଜେଲ ଦର । ପେଟ୍ରୋଲ ୨୯ ପଇସା ଲିଟର ପ୍ରତି ବୃଦ୍ଧି ପାଇଥିବା ବେଳେ ଡିଜେଲର ମୁଲ୍ୟ ୩୦ ପଇସା ପ୍ରତି ଲିଟର ବୃଦ୍ଧି ପାଇଛି ।
୧୦-ପଶ୍ଚିମବଙ୍ଗ ରେ ପୁଣି ଜୁଲାଇ ୧ ତାରିଖ ଯାଏଁ ବଢିଲା ଲକଡାଉନ୍, ଘୋଷଣା କଲେ ପଶ୍ଚିମବଙ୍ଗ ସରକାର ।
୧୧-ଚାଷୀଙ୍କ ଉପରେ ଦାଉ ସାଧିଲା ମୌସୁମୀ ବର୍ଷା : ଲଗାଣ ବର୍ଷା ଯୋଗୁଁ କଳାହାଣ୍ଡିର ଜୟପାଟଣା ବ୍ଲକରେ ଥିବା ମଣ୍ଡିରେ ଭିଜିଲା ଶହ ଶହ ବସ୍ତା ଧାନ ।
୧୨-ଆଜିଠାରୁ ନୂଆଦିଲ୍ଲୀ ଏମସ୍ ପକ୍ଷରୁ କୋଭାକ୍ସିନ୍‍ ଟିକାର ଶିଶୁମାନଙ୍କ କ୍ଷେତ୍ରରେ କ୍ଲିନିକାଲ୍‍ ଟ୍ରାଏଲ୍‍ ପାଇଁ ଆରମ୍ଭ ହେବ ପ୍ରକ୍ରିୟା ।
୧୩-କମୁଛି ‘ଭାଇରସ୍’ର ଶକ୍ତି । ସାମ୍ନାକୁ ଆସିଲା ଇନଷ୍ଟିଚ୍ୟୁଟ୍ ଅଫ୍ ଲାଇଫ୍ ସାଇନ୍ସର ତଥ୍ୟ । ଏବେ ସଂକ୍ରମିତ ହେଉଥିବା ଲୋକଙ୍କ କ୍ଷେତ୍ରରେ ଦେଖିବାକୁ ମିଳୁଛି କମ୍ ଭାଇରାଲ ଲୋଡ
୧୪-ସାଧାରଣ ଜନତାଙ୍କୁ ଝଟକା ! ଦରବୃଦ୍ଧି ଭାଙ୍ଗିଲା ୬ ମାସର ରେକର୍ଡ, ମେରେ ୬.୩୦ ପ୍ରତିଶତ ବଢିଲା ଖୁଚୁରା ମୁଦ୍ରାସ୍ଫୀତି ।
୧୫-ରେଳବାଇକୁ ବଡ ଧରଣର କ୍ଷତି, ପ୍ଲାଟଫର୍ମ ଟିକଟ ଆୟ ୯୪ ପ୍ରତିଶତ କମିଲା ।
୧୬-ଇସ୍ରାଏଲ ରାଜନୀତିରେ ପଟ୍ଟ ପରିବର୍ତନ । ନୂଆ ପ୍ରଧାନମନ୍ତ୍ରୀ ହେଲେ ନେଫ୍ଟାଲି ବେନେଟ୍ । ଦୀର୍ଘ ୧୨ ବର୍ଷର ଶାସନ ପରେ ପ୍ରଧାନମନ୍ତ୍ରୀ ପଦରୁ ବିଦା ହେଲେ ବେଂଜାମିନ ନେତାନ୍ୟାହୁ ।ଶୁଭେଚ୍ଛା ଜଣାଇଲେ ମୋଦି ।
୧୭-ପାକିସ୍ତାନରେ ହିନ୍ଦୁ ଧର୍ମଶାଳା ଭାଙ୍ଗିବା ଉପରେ ରୋକ୍‌ ଲଗାଇଲେ ସୁପ୍ରିମ୍‌କୋର୍ଟ ।
୧୮-ବାଙ୍ଗଲାଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଚଳିତ ମାସ ୩୦ ପର୍ଯ୍ୟନ୍ତ ଭାରତ-ବାଙ୍ଗଲାଦେଶ ସୀମା ସଂଯୋଗୀକରଣ ରାସ୍ତାକୁ ବନ୍ଦ ରଖାଯିବ କିନ୍ତୁ ଆବଶ୍ୟକୀୟ ସାମଗ୍ରୀ ପରିବହନ ନିମନ୍ତେ ଏହି ରାସ୍ତା ଖୋଲା ରହିବ ।
୧୯-ଚଳିତ ବର୍ଷ ଅକ୍ଟୋବରରେ ଦୁବାଇରେ ଅନୁଷ୍ଠିତ ହେବାକୁ ଥିବା ୱାର୍ଲ୍ଡ ଏକ୍ସପୋରେ ଭାରତ ତାର ମହାକାଶ ଶକ୍ତି ପ୍ରଦର୍ଶନ କରିବ ।
୨୦-ଭାରତ ଓ ନ୍ୟୁଜିଲ୍ୟାଣ୍ଡ୍ ମଧ୍ୟରେ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପର ଫାଇନାଲ୍ ମ୍ୟାଚ୍ ଜୁନ୍ ୧୮ ତାରିଖରେ ଖେଳାଯିବ।
ପ୍ରତ୍ୟେକ ବ୍ୟକ୍ତି ଟୀକା ନିଅନ୍ତୁ,ସର୍ବଦା ମାସ୍କ ପିନ୍ଧନ୍ତୁ, ହାତ ଧୁଅନ୍ତୁ ଓ ସାମାଜିକ ଦୂରତା ବଜାୟ ରଖନ୍ତୁ , ଶୁଭ ସକାଳ,ସୁପ୍ରଭାତ

Leave A Reply

Your email address will not be published.