ରଜ ଉପଲକ୍ଷେ ବିଶେଷ ଉପସ୍ଥାପନା

0 223

ବରଷକେ ଥରେ ଆସିଛି ରଜ-ଆଜି ସଜବାଜ   -’ବନସ୍ତେ ଡାକିଲା ଗଜ , ବରଷକେ ଥରେ ଆସିଛି ରଜ     ଆସିଛି ରଜ ଲୋ ଘେନି ନୂଆ ସଜବାଜ’
ଭାବର ଆଦାନ ପ୍ରଦାନର ପର୍ବ ରଜ। ମିଳନର ପର୍ବ ରଜ। ଓଡ଼ିଶାବାସୀଙ୍କ କୃଷିଭିତ୍ତିକ ପର୍ବ ରଜ। ଆଷାଢର ଆରମ୍ଭରେ ରଜ ଆସେ। ଏହାର ପୂର୍ବଦିନ ସଜବାଜ ଏବଂ ଶେଷଦିନ ବସୁମତି ସ୍ନାନକୁ ମିଶାଇ ଏହା ପାଞ୍ଚଦିନ ଧରି ପାଳନ କରାଯାଏ।
ରଜର ମୁଖ୍ୟ ତିନିଦିନ ହେଲା :- ପହିଲି ରଜ, ରଜ ସଂକ୍ରାନ୍ତି ଏବଂ ଭୂମିଦହନ
ପହିଲି ରଜର ପୂର୍ବଦିନ ସଜବାଜ ହୋଇ ରଜ ପାଳନ କରିବାକୁ ସମସ୍ତେ ପ୍ରସ୍ତୁତ ହୋଇଥାନ୍ତି। ପୋଷାକ ଓ ଅନ୍ୟାନ୍ୟ ପ୍ରସ୍ତୁତି ହେବ। ମାତ୍ର ଚଳିତ ବର୍ଷ କରୋନା ମହାମାରୀ କାରଣରୁ ଦୋକାନ ବଜାର ସବୁକିଛି ବନ୍ଦ ଥିବାରୁ କେବଳ ଘରେ ରଖି ଯଥାସମ୍ଭବ ଉପାୟରେ ରଜ ପାଳନ କରାଯିବ।
ଆଜିଠାରୁ ପିଠାପଣାରେ ମହକିବ ଘର। ଓଠରେ ହସ ,ପାଟିରେ ରଜ ପାନ ଓ ମନରେ ଉଲ୍ଲାସ ଭରିଦେବ ରଜ। ପହିଲି ରଜର ପୂର୍ବଦିନ ସଜବାଜ ହୋଇ ରଜ ପାଳନ କରିବାକୁ ସମସ୍ତେ ପ୍ରସ୍ତୁତ ହୋଇଥାନ୍ତି। କାରଣ, ରଜର ତିନିଦିନଯାକ ମହିଳାମାନଙ୍କୁ କାମ କରିବା ମନା। ବିଶେଷକରି ଝିଅ ଏବଂ ନୂଆବୋହୂମାନଙ୍କୁ କାମ କରିବାକୁ ଦିଆଯାଏ ନାହିଁ। ପୃଥିବୀକୁ କଷ୍ଟ ହେବ ବୋଲି ଛେଚା, କୁଟା, ବଟା, ଘଷା ଆଦି କାମ ବନ୍ଦ ରଖାଯାଏ। ଚାଷୀମାନେ ବି ହଳ, ଲଙ୍ଗଳ ରଖିଦେଇ ଆମୋଦପ୍ରମୋଦରେ ଲାଗିଯା’ନ୍ତି। କାରଣ, ଏହାପରେ ଆରମ୍ଭ ହୋଇଯାଏ ମାଟି ସହ ମାଟି ହୋଇ ଖଟିବାର ସମୟ। ଭୂମିଦହନ ପରଦିନ ବସୁମତି ସ୍ନାନ ପରେ ରଜକୁ ବିଦାୟ ଦିଆଯାଏ ।
ରଜ:- ରଜକୁ କୃଷକର ପର୍ବ ବୋଲି କୁହାଯାଏ। ଓଡ଼ିଶାର କୃଷକମାନେ ଚାଷ ପାଇଁ ମୁଖ୍ୟତଃ ମୌସୁମୀ ଉପରେ ନିର୍ଭର କରିଥାନ୍ତି। ଆମ ରାଜ୍ୟରେ ସାଧାରଣତଃ ରଜ ସମୟରେ ହିଁ ମୌସୁମୀ ଆସିଥାଏ। ରଜ ଆଗରୁ ଚାଷୀ ହଳ କରି ଜମିକୁ ଉର୍ବର କରି ରଖିଥାଏ। ଏହି ସମସ୍ତ କାର୍ୟ୍ୟକରି ମଣିଷ ଥକି ଯାଇଥାଏ, ତେଣୁ ରଜକୁ ଉପଭୋଗ କରିବା ପାଇଁ ଚାଷୀ ଏହି ସମୟରେ କୌଣସି କାର୍ୟ୍ୟ କରି ନ ଥାଏ।
ରଜ ସଂକ୍ରାନ୍ତି ଉପଲକ୍ଷେ ଆପଣ ସମସ୍ତଙ୍କୁ ଅନେକ୍ ଅନେକ୍ ଶୁଭେଚ୍ଛା ଓ ଶୁଭକାମନା,
?ଜୟ ଜଗନ୍ନାଥ?

Leave A Reply

Your email address will not be published.