ଆଜିର ଅନୁଚିନ୍ତା

ତାରିଖ - ୧୫:୦୬:୨୦୨୧(ମଙ୍ଗଳବାର )

0 237

➡️ଲୋକେ କୁହନ୍ତି କେହି ଜଣେ ଚାଲିଗଲେ ଜୀବନ ତା’ ପାଇଁ ଅଟକି ଯାଏନାହିଁ ।କିନ୍ତୁ ସମସ୍ତଙ୍କ ଜୀବନରେ ଏମିତି ଜଣେ ଥାଏ ଯାହାର ଜାଗା ଆଉ କେହି ନେଇ ପାରିବେ ନାହିଁ ।
➡️ରାଶିଫଳ ଉପରେ ବିଶ୍ବାସ ନକରି ନିଜର କର୍ମଫଳ ଉପରେ ବିଶ୍ବାସ କରନ୍ତୁ , କାହିଁକିନା ରାଶି ତ ରାମ ଆଉ ରାବଣର ମଧ୍ୟ ଗୋଟିଏ ଥିଲା କିନ୍ତୁ ନିୟତି ସେମାନଙ୍କ କର୍ମ ଅନୁସାରେ ହିଁ ଫଳ ପ୍ରଦାନ କରିଥିଲା ।
➡️ସ୍ବର୍ଗ ମର୍ତ୍ତ୍ୟ ବୋଲି କିଛି ନାହିଁ ।ଏଇଠି ସ୍ବର୍ଗ ଏଇଠି ନର୍କ । ଭଲ କାମ କଲେ ସ୍ଵର୍ଗ ସୁଖ ମିଳେ । ମନ୍ଦ କାମ ପାଇଁ ନର୍କ ଯନ୍ତ୍ରଣା ସହିବାକୁ ପଡିଥାଏ ।
➡️ତାଙ୍କ ପାଇଁ ସକାଳ ହୋଇନଥାଏ ଯିଏ ଜୀବନରେ କିଛି ପାଇବାର ଆଶା ଛାଡ଼ିଦେଇଛି । ସକାଳ ତାଙ୍କ ପାଇଁ ହୋଇଥାଏ, ଯିଏ ବାରମ୍ବାର ପରାଜୟ ପରେବି କିଛି ପାଇବାର ଆଶା ରଖିଥାଏ ।
➡️”ଆସନ୍ତାକାଲି ଠାରୁ କରିବା” ଏହି Ward ଗୁଡିକ ଆପଣଙ୍କୁ କେବେ Success ହେବାକୁ ଦେବ ନାହିଁ !
?️”ସେ ଯେକୌଣସି ପ୍ରତିଯୋଗିତା ହେଉ ଅବା ଜୀବନର ଯୁଦ୍ଧ , ଜିତିବା ହାରିବା ତ କେବଳ ନିଜ ଭାବନା ଉପରେ ନିର୍ଭର କରିଥାଏ , ତେଣୁ ସର୍ବଦା ନିଜର ଭାବନା କୁ ସଠିକ କରନ୍ତୁ !
?️”ଜୀବନରେ ସମସ୍ତଙ୍କୁ ଗୁରୁତ୍ବ ଦେଇ ଚାଲନ୍ତୁ : ଏଥିରୁ ଗୋଟିଏ କଥା ସ୍ପଷ୍ଟ ହେବ ଯେ ଯିଏ ଭଲ ସିଏ ତୁମର ସାଥ ଦେବ , ଆଉ ଯିଏ ଖରାପ ସେ ତୁମକୁ ଶିକ୍ଷା ଦେବ !
?️”ଆମେ ଯାହା ପାଇଛୁ ତାହା ଆମର ଭାଗ୍ୟଠାରୁ ଅଧିକ… ଯଦି ଆପଣଙ୍କର ପାଦରେ ଜୋତା ନାହିଁ, ତେବେ ଦୁଃଖିତ ହୁଅନ୍ତୁ ନାହିଁ… ଦୁନିଆର ଅନେକ ଲୋକଙ୍କର ଜୋତା ପିନ୍ଧିବା ପାଇଁ ଗୋଡ ହିଁ ନାହିଁ !
?️”ସମସ୍ତଙ୍କୁ ଭଲ ବୋଲି ଭାବିବା ବନ୍ଦ କରନ୍ତୁ କାରଣ ଲୋକମାନେ ଭିତରୁ ସେମିତି ହୋଇନଥାନ୍ତି ଯାହା ବାହାରକୁ ଦେଖାଯାନ୍ତି !
?️”ଯଦି କେହି ତୁମକୁ Ignore କରନ୍ତି, ସେମାନଙ୍କଠାରୁ ଦୂରେଇ ଯାଅ … ସମ୍ପର୍କ ତା ସ୍ଥାନରେ ଏବଂ Self Respect ତା ସ୍ଥାନରେ !
?️”ହୃଦୟକୁ ସଫା ରଖନ୍ତୁ, ହିସାବ ରୋଜଗାରର ନୁହେଁ ବରଂ କର୍ମର ହୋଇଥାଏ !
??ଶୁଭ ସକାଳ,ଶୁଭ ମଙ୍ଗଳବାର ,ଦିନଟି ଆପଣଙ୍କ ପାଇଁ ମଙ୍ଗଳମୟ ହେଉ ,ଆଜି ମଙ୍ଗଳବାର ରଜ ସଂକ୍ରାନ୍ତି, ପ୍ରଭୁ ହନୁମାନଙ୍କ ନିକଟରେ ମୋର କୋଟି କୋଟି ପ୍ରଣାମ,ପ୍ରଭୁ ହନୁମାନ ଆପଣଙ୍କର ମନସ୍କାମନା ପୂର୍ଣ୍ଣ କରନ୍ତୁ ଆପଣଙ୍କ ପରିବାରକୁ ନିରୋଗ ରଖିବା ସହିତ ହସ ଖୁସିରେ ଦିନ କାଟୁଥାଆନ୍ତୁ , ଆପଣଙ୍କ ଦିନଟିକୁ ମଙ୍ଗଳମୟ କରନ୍ତୁ, ପ୍ରଭୁଙ୍କ ନିକଟରେ ଏତିକି ପ୍ରାର୍ଥନା, ? ଜୟ ଜଗନ୍ନାଥ??

Leave A Reply

Your email address will not be published.