ସକାଳ୭ରୁ୧୨ ଅତ୍ୟାବଶ୍ୟକ ଦୋକାନ ଖୋଲାରହିବ-ଖୋର୍ଦ୍ଧାଜିଲ୍ଲାପ୍ରଶାସନ

0 320

ବାରଙ୍ଗ ,୬/୪(ଏସ୍‌ଏସ୍‌ନିୟୁଜ)ରାଜ୍ୟସରକାରଙ୍କ ପତ୍ରସଂଖ୍ୟା ୮୭୦୯/୨୧.୩.୨୦୨୦ ଅନୁଯାୟୀ ଖୋର୍ଦ୍ଧାଜିଲ୍ଲାକୁ ଲକ୍‌ଡାଉନ କରିଛି ପ୍ରଶାସନ । ଏହି ସମୟରେ ଭୁବନେଶ୍ୱର ଉପକଣ୍ଠରେ ଥିବା ମହାନଗରନିଗମ ଅଂଚଳବ୍ୟତିତ ସମସ୍ତ ଅତ୍ୟାବଶ୍ୟକ ସାମଗ୍ରୀ ପନିପରିବା,ମାଛ,ମାଂସ,ଫଳ ଓ ତେଜରାତି ଦୋକାନ ଗୁଡିକ ସକାଳ ୭ରୁ ୧୨ଟା ପର୍ଯ୍ୟନ୍ତ ଖୋଲା ରହିବ ।କେବଳ କ୍ଷୀର ଦୋକାନଗୁଡିକ ସକାଳ୭ରୁ୯ ଓ ସନ୍ଧ୍ୟା୫ରୁ୭ଟାପର୍ଯ୍ୟନ୍ତ ଖୋଲା ରହିବ । ଅନ୍ୟ କୈାଣସି ସମୟରେ ଔଷଧ ଦୋକାନକୁ ଛାଡି ଏହି ସବୁ ଦୋକାନଗୁଡିକ ବନ୍ଦ ରହିବ । ବିନାକାରଣରେ ଘରୁ ବାହନରୁନାହିଁ କି ଦୁଇଚକିଆଯାନ ଧରି ଘରୁ ବାହରକୁ ଆସନ୍ତୁନାହିଁ ।ଅତ୍ୟାବଶ୍ୟକ ସାମଗ୍ରୀ ପାଇଁ ଘରପାଖ ଦୋକାନକୁ ଚାଲିକରି ଯିବାକୁ ପରାମର୍ଶ ଦେଇଛନ୍ତି ଖୋର୍ଦ୍ଧାଜିଲ୍ଲାପ୍ରଶାସନ ।ଏହି ଆଦେଶ ଉଲଂଘନ କଲେ ଆଇନଅନୁଯାୟୀ ଦଣ୍ଡିତ ହେବାକୁ ଚେତାବନୀ ମଧ୍ୟ ଦେଇଛନ୍ତି । ସୋମବାରଠାରୁ ଅନ୍ୟାଦେଶ ପର୍ଯ୍ୟନ୍ତ ଏହି ନିୟମ ବଳବତର ରହିବ ବୋଲି ଭୁବନେଶ୍ୱର ଉପଜିଲ୍ଲାପାଳଙ୍କ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି ।

Leave A Reply

Your email address will not be published.