ଶଳାର ଖଣ୍ଡା ଚୋଟରେ ଭିଣୋଇର ଜୀବନ ଗଲା

0 229

ଭୁବନେଶ୍ୱର,୩୧/୧୨(ଏସଏସନିୟୁଜ) ମଂଚେଶ୍ୱର ଥାନା ଧୀରିକୁଟୀ ବସ୍ତିରେ ଶଳାର ଖଣ୍ଡା ଚୋଟରେ ଭିଣୋଇର ଜୀବନ ଯାଇଛି । ବିଳମ୍ବିତ ରାତିରେ ପୁରୁଣା କଥାକୁ ନେଇ ଧୀରିକୁଟୀ ବସ୍ତିରେ ରହୁଥିବା ଶଳା ପାପୁନି ନାୟକ ଓ ଭିଣୋଇ ସୁଶାନ୍ତ ଘଡାଇ ଙ୍କ ମଧ୍ୟରେ ପାଟିତୁଣ୍ଡ ଲାଗିଥିଲା । ଏଥିରେ ଉତକ୍ଷିପ୍ତ ହୋଇ ପାପୁନି ଏକ ଖଣ୍ଡାରେ ସୁଶାନ୍ତଙ୍କୁ ଗୋଡାଇ ହାଣିଥିଲେ । ପାପୁନିର ଭଉଣୀ ତାକୁ ରକ୍ଷା କରିବାକୁ ଚେଷ୍ଠା କରୁଥିବା ବେଳେ ଏକ ଚୋଟ ତାଙ୍କ ହାତରେ ବାଜିଥିଲା । ଫଳରେ ସେ ମଧ୍ୟ ଆହତ ହୋଇଥିଲେ । ସୁଶାନ୍ତକୁ ଗୁରୁତର ଅବସ୍ଥାରେ ହସପିଟାଲରେ ଭର୍ତି କରାଯାଇଥିବାବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲା । ଖବରପାଇ ମଂଚେଶ୍ୱର ଥାନା ପୋଲିସ ଘଟଣାସ୍ଥଳରେ ପହଁଚି ଶବ ଜବତ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.