ଫାଟକ ଆଗରେ ପର୍ଯ୍ୟଟକଙ୍କ ହୋହାହ୍ଲା

ଭୟରେ ଆସିଲେ ନାହିଁ ରେଞର

0 464

ବାରଙ୍ଗ,୩୦/୧୨(ଏସଏସନିୟୁଜ) ଡିସେମ୍ବର ୩୦ତାରିଖ ଠାରୁ ଜାନୁଆରୀ ୩ତାରିଖ ପର‌୍ୟ୍ୟନ୍ତ ୫ଦିନ ପାଇଁ ନନ୍ଦନକାନନ ଓ ବଟାନିକାର୍ଲଗାର୍ଡେନ ବନ୍ଦ ରହିବପାଇଁ ନନ୍ଦନକାନନ କର୍ତୁପକ୍ଷ ବୁଧବାର ସନ୍ଧ୍ୟାରେ ଘୋଷଣା କରିଥିଲୋକିନ୍ତୁ ଗୁରବାର ସକାଳ ୧୦ଟା ପର୍ଯ୍ୟନ୍ତ ନନ୍ଦନକାନନ ୱେବସାଇଡରେ ବନ୍ଦର କୈାଣସି ସୁଚନା ନଥିଲା ।ଏପରିକି ବହୁ ପର୍ଯ୍ୟଟକ ଅନଲାଇନରେ ଟିକେଟ କାଟି ନନ୍ଦନକାନନ ବୁଲିବାକୁ ଆସି ନନ୍ଦନକାନନ ବନ୍ଦ ଥିବାର ଜାଣିବାକୁ ପାଇଥିଲେ ।ଦୁରଦୁରାନ୍ତରୁ ସପରିବାରେ ଖର୍ଚ୍ଚାନ୍ତ ହୋଇ ଆସି ନନ୍ଦନକାନନ ବୁଲିପାରିନଥିଲେ ।ଏପରିକି ପର୍ଯ୍ୟଟକମାନଙ୍କୁ ସନ୍ତୁଷ୍ଟି କରିବା ଭଳି କଥା କହି ବୁଝାଇବା ଭଳି ଅଧିକାରୀମଧ୍ୟ ଉପସ୍ଥିତ ନଥିଲେ ।ସିକୁରିଟି କର୍ମଚାରୀମାନେ ମଧ୍ୟ ନୟାନ୍ତ ହୋଇଯାଇଥିଲେ ।ସିକୁରିଟି ଓ ରେଭିନ୍ୟୁ ରେଞରଙ୍କପାଖକୁ କର୍ମଚାରୀମାନେ ଖବର ଦେଇଥିଲେ ମଧ୍ୟ ବହୁ ସଂଖ୍ୟକ ପର୍ଯ୍ୟଟକଙ୍କୁ ଦେଖି ସେମାନେ ଭୟରେ ଆସିନଥିଲେ ।ଏହାକୁ ନେଇ ପର୍ଯ୍ୟଟକମାନେ ଉତେଜିତ ହୋଇ ହୋହାହ୍ଲା ଆରମ୍ଭ କରିଥିଲେ ।ପରିସ୍ଥିତି ଅଣାୟତ ହେବାରୁ ନନ୍ଦନକାନନଥାନା ପୋଲିସ ଆସିବାରୁ ପର୍ଯ୍ୟଟକମାନଙ୍କୁ ବୁଝାଇ ବିଦାକରିଥିଲା
ଓମିକ୍ରନ ପାଇଁ ବୁଧବାର ସନ୍ଧ୍ୟାରେ ନନ୍ଦନକାନନ ଓ ବଟାନିକାର୍ଲଗାର୍ଡେନ ଡିସେମ୍ବର ୩୦ତାରିଖ ଠାରୁ ଜାନୁଆରୀ ୩ତାରିଖ ପର‌୍ୟ୍ୟନ୍ତ ୫ଦିନ ପାଇଁ ବନ୍ଦ ରହିବ ବୋଲି ନନ୍ଦନକାନନ କର୍ତୁପକ୍ଷ ଘୋଷଣା କରିଥିଲେ । କିନ୍ତୁ ଅନଲାଇନରେ ନନ୍ଦନକାନନ ୱେବସାଇଟରେ ବନ୍ଦର କିଛି ସୁଚନା ନରହିବାଫଳରେ ବହୁ ପର୍ଯ୍ୟଟକ ଅନଲାଇନରେ ଟିକେଟ କାଟିବା ସହ ଗୁରୁବାରସକାଳୁ ସକାଳୁ ନନ୍ଦନକାନନ ଦେଖିବାକୁ ଆସି ଭୀଡ ଜମାଇଥିଲୋକିନ୍ତୁ ପ୍ରାଣୀଉଦ୍ୟାନ ବନ୍ଦ ରହିଥିବାରୁ ଫାଟକରେ ଥିବା ସିକୁରିଟମାନେ ପର୍ଯ୍ୟଟକମାନଙ୍କୁ ଭିତରକୁ ଛାଡି ନଥିଲେ।ଶତାଧିକ ପର‌୍ୟ୍ୟଟକ ଏକାଠି ହୋଇ ପାଟିତୁଣ୍ଡ କରିଥିଲେ।ଏତେ ଲୋକଙ୍କ ଭିଡ ଦେଖି ସିକୁରିଟି କିମ୍ବା ରେଭିନ୍ୟୁ ବିଭାଗର ରେଞର ଭୟରେ ଘଟଣାସ୍ଥଳକୁ ଆସିନଥିଲେ । ଶେଷରେ ପରିସ୍ଥିତି ଅଣାୟତହେବାପରେ ଖବରପାଇ ନନ୍ଦନକାନନ ଥାନା ପୁଲିସ ଆସି ପର୍ଯ୍ୟଟକଙ୍କୁ ବୁଝାସୁଝା କରିଥିଲା ମଧ୍ୟ ନନ୍ଦନକାନନ ଅଧିକାରୀଙ୍କ ଉପସ୍ଥିତିକୁ ପର୍ଯ୍ୟଟକମାନେ ଚାହିଁଥିଲେ । ପରେ ପୋଲିସର ଉଦ୍ୟମ ପରେ ରେଭେନ୍ୟୁ ଓ ସିକୁରିଟି ବିଭାଗର ରେଞର ଘଟଣାସ୍ଥଳକୁ ଆସିଥିଲେ ।ପର‌୍ୟ୍ୟଟକଙ୍କ ଯୁକ୍ତି ଥିଲା,ନନ୍ଦନକାନନ ବନ୍ଦ ଘୋଷଣା ପରେ ମଧ୍ୟ ନନ୍ଦନକାନନ ଓ୍ବେବ୍ ସାଇଟ ରେ ଗୁରୁବାର ସକାଳ୧୦ଟା ପର‌୍ୟ୍ୟନ୍ତ ଅନଲାଇନ ଟିକଟ ବୁକିଂ ବ୍ୟବସ୍ଥା କାର‌୍ୟ୍ୟକ୍ଷମ ଥିଲା । ଅନଲାଇନରେ ଟିକେଟ କାଟି ଖର୍ଚ୍ଚାନ୍ତ ହୋଇ ପରିବାର ଧରି ଆସିଲୁ । ଏହି ଖର୍ଚ୍ଚ ଭରଣା କରିବ କିଏ ଓ ଏଠାରେ ସନ୍ତୋଷଜନକ ଉତ୍ତର ପ୍ରତିବଦଳରେ ସିକୁରିଟି କର୍ମଚାରୀମାନେ ଖରାପବ୍ୟବହାର କରିଥିବା ପାଇଁ ଉତରଦାୟୀ କିଏ ରହିବ ବୋଲି ପୋଲିସ ପାଖରେ ପର୍ଯ୍ୟଟକମାନେ ଅଭିଯୋଗ ରଖିଥିଲେ । ରେଭେନ୍ୟୁ ଓ ସିକୁରିଟ ବିଭାଗର ରେଞର ଉପସ୍ଥିତ ପର‌୍ୟ୍ୟଟକଙ୍କୁ ଏହି ତ୍ରୃଟି ପାଇଁ ଭୁଲ ସ୍ବୀକାର କରିଥିଲେ । ପରେ ପୋଲିସ ଉତ୍ୟକ୍ତ ପର୍ଯ୍ୟଟକମାନଙ୍କୁ ବୁଝାସୁଜାକରିବା ସହ ଅନଲାଇନ ଟିକେଟ ର ଅର୍ଥ ଫେରାଇବାର ବ୍ୟବସ୍ଥା କରାଇବାର ପ୍ରତିଶୃତି ଦେବାପରେ ପର୍ଯ୍ୟଟକମାନେ ଫେରିଥିଲେ । ତେବେ ଘଟଣା ସମ୍ପର୍କରେ ନନ୍ଦନକାନନ ପର‌୍ୟ୍ୟଟକ ପରିଚାଳନା ବିଭାଗର ଏସିଏଫ୍ ଶରତ ଚନ୍ଦ୍ର ବେହେରାଙ୍କୁ ପଚାରିବାରୁ ସେ କହିଲେ ଆମ ଆଡୁ ପ୍ରଥମ ଭୁଲ୍।ଅନଲାଇନ ଟିକଟ ବୁକିଂ ଦାୟିତ୍ବରେ ଥିବା କର୍ମଚାରୀର ଅବହେଳା ପାଇଁ ଏଭଳି ଘଟଣା ଘଟିଛି।ତୁରନ୍ତ ସେମାନଙ୍କର ଟଙ୍କା ଫେରସ୍ତ କରାଯିବା ପାଇଁ ବ୍ୟବସ୍ଥା ଚାଲିଛି।ଅନ୍ୟ ପଟେ ନନ୍ଦନକାନନ ଉପନିର୍ଦେଶକ ଡ.ସଞିତ୍ କୁମାର ଘଟଣା ଘଟିବା ପରେ ଅପରାହ୍ନରେ ଅନଲାଇନରେ ନନ୍ଦନକାନନ ଟିକଟ ବୁକିଂ ଓ ରାଜ୍ୟଉଭିଦ ଉଦ୍ୟାନରେ ବଣଭୋଜି ପାଇଁ କରିଥିବା ସବୁପ୍ରକାର ପିଣ୍ଡିର ଟଙ୍କା ୧୦ଦିନ ମଧ୍ୟରେ ପର‌୍ୟ୍ୟଟକମାନେ ଫେରସ୍ତ ନେଇ ପାରିବେ ବୋଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। (ଗୈାତମରାଉତଙ୍କ ରିପୋର୍ଟ)

Leave A Reply

Your email address will not be published.