ଶାଳୀକୁ ହତ୍ୟାକରି ଫିଙ୍ଗିବା ସହ ଶାଶୁକୁ ଦୁଷ୍କର୍ମ କରିଥିବା ଅଭିଯୁକ୍ତ କୁ ଧରିଲା ପୋଲିସ

0 213

କେନ୍ଦୁଝର,୧୩/୬(ଏସଏସନିୟୁଜ) ଶାଳୀକୁ ହତ୍ୟା ଓ ଶାଶୁକୁ ଦୁଷ୍କର୍ମ କରି ଫେରାର ହେବାର ୫ ଦିନ ପରେ ପୋଲିସ ହାତରେ ଧରାପଡିଛି ଅଭିଯୁକ୍ତ । କଲାଣି ଥାନା ଅନ୍ତର୍ଗତ କିରିବୁରୁ ଅଞ୍ଚଳରେ ଏହି ଲଜ୍ଜାଜନକ ଘଟଣା ଘଟିଥିଲା। ରୂପ ସିଂ ଓ ନିଜ ଶାଳୀ ଓ ଶାଶୁଙ୍କ ସହ ୭ ତାରିଖରେ ଜଙ୍ଗଲକୁ ଯାଇଥିଲା । କୌଣସି କଥାକୁ ନେଇ ଶାଳୀ ସହ ରୁପର ଝଗଡ଼ା ହୋଇଯାଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ରୂପ ସିଂ ତା ଶାଳୀକୁ ଆକ୍ରମଣ କରି ଶରୀରରୁ ମୁଣ୍ଡକୁ ଅଲଗା କରି ମୃତଦେହକୁ ୨ ଶହ ଫୁଟ ଘାଟି ତଳକୁ ଫିଙ୍ଗି ଦେଇଥିଲା। ଏତିକିରେ ରୂପ ସିଂର ରାଗ ଥମି ନ ଥିଲା । ଶେଷରେ ସାଙ୍ଗରେଥିବା ଶାଶୁଙ୍କୁ ଦୁଷ୍କର୍ମ କରିବାକୁ ପଛାଇନଥିଲା । କୌଶଳ କ୍ରମେ ଶାଶୁ ଖସିଆସି ଘଟଣା ସଂପର୍କରେ ପୁଲିସରେ ଜଣାଇଥିଲେ । ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ରୂପ ସିଂର ଶାଳୀର ମୃତଦେହକୁ ଉଦ୍ଧାର କରିଥିଲା । ଘଟଣା ଘଟାଇ ରୁପ ସେହିଦିନଠାରୁ ଫେରାର ହୋଇଯାଇଥିଲା । ଗତକାଲି ବୁଲାଣି ପୁଲିସ କେନ୍ଦୁଝର ଜିଲ୍ଲାର ବାମେବାରୀ ଥାନା ଅଞ୍ଚଳରୁ ରୂପ ସିଂକୁ ଗିରଫ କରିବାରେ ସଫଳ ହୋଇଛି

Leave A Reply

Your email address will not be published.