ସମଲେଇପ୍ରକଳ୍ପ ଲୋକାର୍ପଣ ପ।ଇଁ

୩ଟି ମନ୍ଦିରର ସେବାୟତଙ୍କୁ ନିମନ୍ତ୍ରଣ

0 42

କଟକ,୧୮ା୧(ଏସଏସନିଉଜ)ଚଳିତମାସ ୨୭ତାରିଖରେ ମା ସମଲେଇ ପ୍ରକଳ୍ପ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଲୋକାର୍ପିତ ହେବାକୁଯାଉଛି। ଏଥିନିମନ୍ତେ ମା ସମଲେଶ୍ଵରୀ ମନ୍ଦିର ପକ୍ଷରୁ ବିଭିନ୍ନ ଜିଲ୍ଲାର ଧାର୍ମିକ ଅନୁଷ୍ଠାନ ମନ୍ଦିରମାନଙ୍କର ସେବାୟତ ତଥା ପୂଜକମାନଙ୍କୁ ନିମନ୍ତ୍ରଣ କରାଯାଉଛି। ଏହି ପରିପରେକ୍ଷୀରେ ଆଜି ମା ସମଲେଶ୍ଵରୀ ମନ୍ଦିରର ଟ୍ରଷ୍ଟ ସଦସ୍ୟ ସନ୍ତୋଷ ପୁରସେଠ, ସେବାୟତ ସଂକୀର୍ତନ ରାୟ ଓ ଜିଲ୍ଲା ସଂସ୍କୃତି ଅଧିକାରୀ, ସମ୍ବଲପୁର ଫକୀର ମୋହନ ମାଝୀ କଟକରେ ପହଞ୍ଚି ସ୍ଥାନୀୟ ସ୍ଵତନ୍ତ୍ର ପ୍ରଦକ୍ଷଣ ଗୃହରେ ପ୍ରଥମେ ଜିଲ୍ଲାପାଳ ନରହରି ସେଠୀଙ୍କୁ ଭେଟି ସମଲେଇଙ୍କ ପ୍ରକଳ୍ପ ଲୋକାର୍ପଣରେ କଟକ ଜିଲ୍ଲାରୁ ନିମନ୍ତ୍ରିତ ହୋଇଥିବା ସେବାୟତମାନଙ୍କୁ ନିମନ୍ତ୍ରଣ ଜଣାଇଥିଲେ।ତଦନୁଯାୟୀ କଟକର ୩ଟି ଐତିହାସିକ ମନ୍ଦିର, ଧବଳେଶ୍ଵର ଶୈବପୀଠ, ମା କଟକ ଚଣ୍ଡୀ,ମା ଚର୍ଚ୍ଚିକା ମନ୍ଦିରର ସେବାୟତମାନଙ୍କୁ ସାକ୍ଷାତ କରି ଜିଲ୍ଲାପାଳଙ୍କ ଉପସ୍ଥିତିରେ ସେମାନେ ନିମନ୍ତ୍ରଣ କରିଥଲେ।ଏହି ଅବସରରେ ଜିଲ୍ଲା ସଂସ୍କୃତି ଅଧିକାରୀ ନଳିନୀକାନ୍ତ ସାହୁ ଉପସ୍ଥିତ ରହି ସମସ୍ତ ସହଯୋଗ କରିଥିଲେ।

 

 

 

Leave A Reply

Your email address will not be published.