ସୁସ୍ଥ ମସ୍ତିଷ୍କ ପାଇଁ ସଚେତନ କଲେ ନର୍ସିଂଛାତ୍ରୀ

0 56

ମେଣ୍ଢାଶାଳ,୧୮।୧(ଏସଏସନିଉଜ) ମେଣ୍ଢାଶାଳ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଏମ୍ସ ମେଡିକାଲର ମନସ୍ତତ୍ତ୍ୱ ବିଭାଗର ନର୍ସିଂଛାତ୍ରୀ ମାନଙ୍କ ଦ୍ୱାରା ସୁସ୍ଥ ମସ୍ତିଷ୍କ ବିଷୟରେ ଏକ ସଚେତନତା ଶିବିର ଗୁରୁବାରଦିନ ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ଏମ୍ସ ନର୍ସିଂର ଛାତ୍ରଛାତ୍ରୀମାନେ ପିଲାମାନଙ୍କୁ ମସ୍ତିଷ୍କ କିପରି ସୁସ୍ଥ ରହିବ ଓ଼ ମସ୍ତିଷ୍କ ସୁସ୍ଥ ରହିଲେ ଶରୀର ସୁସ୍ଥ ରହିବ ସେହି ସମ୍ବନ୍ଧରେ ସଚେତନ କରାଇଥିଲେ। । ଅନ୍ୟମାନଙ୍କ ମଧ୍ୟରେ ଏହି ଶିବିରରେ ବିଦ୍ୟାଳୟର ପ୍ରଧାନଶିକ୍ଷୟତ୍ରୀ ରତ୍ନ ମଞ୍ଜରୀ ବିଶ୍ୱାଳ, ଆଲୁମିନ କମିଟିର ସଭାପତି ସନ୍ତୋଷ କୁମାର ରାୟଙ୍କ ସମେତ ଗ୍ରାମର ମୁରବୀମାନେ ଉପସ୍ଥିତ ଥିଲେ ।(ପଦ୍ମଚରଣବଡଜେନାଙ୍କରିପୋର୍ଟ)

Leave A Reply

Your email address will not be published.