ସମ୍ବଲପୁର ବିଶ୍ବବିଦ୍ୟାଳୟର ପୂର୍ବତନ କୁଳପତିଙ୍କୁ ହତ୍ୟା

0 163

ଝାରସୁଗୁଡା, ୨୭/୬(ଏସଏସନିୟୁଜ) ସମ୍ବଲପୁର ବିଶ୍ବବିଦ୍ୟାଳୟର ପୂର୍ବତନ କୁଳପତି ଡ. ଧ୍ରୁବରାଜ ନାଏକ(୮୩)ଙ୍କୁ କେହି ଆତତାୟୀ ଟାଙ୍ଗିଆରେ ହାଣି ହତ୍ୟା କରିଥିବାର ଲଇକେରା ଥାନା ଅନ୍ତର୍ଗତ କୁଅଁରମାଲ ଗ୍ରାମରେ ଆଜି ସକାଳେ ଦେଖିବାକୁ ମିଳିଛି । ମଦ ପିଇବା ପାଇଁ ୧୦୦ ଟଙ୍କା ନଦେବାରୁ ରିମିତ ଧୁରୁଆ ନାମକ ଜଣେ ମଦ୍ୟପ ନାଏକଙ୍କ ତଣ୍ଟିକୁ ଏକ ଚୋଟ ପକାଇଥିବା ଜଣାପଡିଛି । ରକ୍ତଜୁଡୁବୁଡୁ ଅବସ୍ଥାରେ ପରିବାର ଲୋକେ ତୁରନ୍ତ ତାଙ୍କୁ ଚିକିସ୍‌ାପାଇଁ ଡାକ୍ତରଖାନାରେ ଭର୍ତି କରାଇଥିଲେ ମଧ୍ୟ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଡ. ଧ୍ରୁବରାଜ ନାଏକ ୨୦୦୧ ରେ ସମ୍ବଲପୁର ବିଶ୍ବ ବିଦ୍ୟାଳୟରେ କୁଳପତି ଦାୟିତ୍ବ ନିର୍ବାହ କରି ଅବସର ଗ୍ରହଣ କରିଥିଲେ।

Leave A Reply

Your email address will not be published.