ସାଂଘାତିକ ଅଭିଯୋଗ ଆଣିଲେ ବିଡିଓ

0 437

ଦେବଗଡ଼, ୩୦/୪(ଏସଏସନିଉଜ) ବିଧାୟକଙ୍କ ବିରୁଦ୍ଧରେ ସାଂଘାତିକ ଅଭିଯୋଗ ଆଣିଛନ୍ତି ତିଲେଇବଣି ବିଡିଓକୃଷ୍ଣଚନ୍ଦ୍ର ଦଳପତି । ଦେବଗଡ଼ର ବିଜେପି ବିଧାୟକ ସୁବାସ ପାଣିଗ୍ରାହୀ ତାଙ୍କୁ ଆକ୍ରମଣ କରିଥିବାନେଇ ଦେବଗଡ଼ ଥାନାରେ ଅଭିଯୋଗ କରିଛନ୍ତି । ଏକ ମାମଲାର ଯୁଗ୍ଗ ତଦନ୍ତ ପାଇଁ ଛେପିଲିପାଲି ପଞ୍ଚାୟତ ଅନ୍ତର୍ଗତ ଭଳିଆଗୁଡ଼ି ଗ୍ରାମକୁ ଅନ୍ୟ ବ୍ଲକପ୍ରଶାସନିକ ଅଧିକାରୀ,ମାନଙ୍କ ସହ ବିଡିଓ ଯାଇଥିଲେ ।ଏହି ସମୟରେ କିଛି ଲୋକ ବାରମ୍ବାର ଫୋନ କରି ବିଧାୟକଙ୍କୁ ଭେଟିବାକୁ କହିଥିଲେ ।କିନ୍ତୁ ବ୍ୟସ୍ଥଥିବାରୁ ପରେ ଦେଖାକରିବେ ବୋଲି କହିବାପରେ ଦେବଗଡ଼ ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀ ତାଙ୍କ ସହଯୋଗୀମାନଙ୍କ ସହିତ ସେଠାରେ ପହଞ୍ଚି ଅତର୍କିତ ଭାବରେ ଆକ୍ରମଣ କରିଥିଲେ ବୋଲି ସେ ଅଭିଯୋଗରେ ଦର୍ଶାଇବାସହ ଜିଲ୍ଲାପାଳଙ୍କ ନିକଟରେ ମଧ୍ୟ ଅଭିଯୋଗ କରିଛନ୍ତି ।ଏହାସହ ବିଧାୟକ ମଧ୍ୟ ବିଡିଓ ଦୁର୍ବ୍ୟବହାର କରିଥିବା ନେଇ ଥାନରେ ଏତଲା ଦେଇଥିବାରୁ ୨ ଟି ମାମଲା ହୋଇଛି ତଦନ୍ତ ହେଉଛି ବୋଲି ଏସପି କହିଛନ୍ତି ।

Leave A Reply

Your email address will not be published.