ସାଙ୍ଗିଆ ବଦଳାଇବାକୁ କୁକୁରଭଳି ଭୁକିଲେ

0 144

ଭୂବନେଶ୍ୱର,୨୧/୧୧(ଏସଏସନିଉଜ)ରାସନକାର୍ଡରେ ନାମ ସଂଶୋଧନ ପାଇଁ କୁକୁର ପରି ଭୁକି ପ୍ରତିବାଦ ଜଣାଇଛନ୍ତି ପଶ୍ଚିମବଙ୍ଗର ଶ୍ରୀକାନ୍ତ ଦତ୍ତା । ଶ୍ରୀକାନ୍ତ ଦତ୍ତା ବଦଳରେ ରାସନ କାର୍ଡରେ ଲେଖା ହୋଇଥିଲା ଶ୍ରୀକାନ୍ତ କୁତ୍ତା। ଏହାକୁ ବଦଳାଇବାପାଇଁ ସରକାରୀ ଅଧିକାରୀଙ୍କ ଆଗରେ କୁକୁରଭଳି ଭୁକି ପ୍ରତିବାଦ କରିବା ଘଟଣା ସୋସିଆଲମିଡିଆରେ ଭାଇରାଲ ହେବାରେ ଲାଗିଛି ।ଶେଷରେ ନାଁଟି ସଂଶୋଧନ ହୋଇଛି ।ପ୍ରଥମଥି ମିଳିଥିବା ରାସନକାର୍ଡରେ ଶ୍ରୀକାନ୍ତ ମଣ୍ଡଳ ହୋଇଥିଲା ।ସଂଶୋଧନପାଇଁ ଆବେଦନ କରିବାପରେ ଶ୍ରୀକାନ୍ତ କୁମାର ଦତ୍ତ କରାଯାଇଥିଲା । ଏହାପରେ ପୁଣି ଆବେଦନ ପରେ ମଣିଷ ନୁହେଁ, କୁକୁର କରିଦେଲେ। ରାସନ କାର୍ଡରେ ଶ୍ରୀକାନ୍ତ କୁମାର କୁତ୍ତା ଲେଖାଯାଇଥିଲା ।

Leave A Reply

Your email address will not be published.