ଶନିବାର ଓ ରବିବାର ହେବ ସଟଡାଉନ

0 218

ଭୁବନେଶ୍ୱର,୧୯/୪(ଏସଏସନିୟୁଜ) ଦିନକୁଦିନ କରୋନା ସଂକ୍ରାମଣ ଉପରମୁହାଁ ହୋଇ ସକ୍ରାମଣଙ୍କ ସଂଖ୍ୟା ବଡୁଥିବାବେଲେ ଏହାକୁ ମୁକାବିଲା କରିବାପାଇଁ ରାଜ୍ୟସରକାର ଶନିବାର ଓ ରବିବାର ସଟଡାଉନ୍ ନେଇ ଘୋଷଣା କରିଛନ୍ତିା ରାଜ୍ୟର ସମସ୍ତଜିଲ୍ଲାର ସହରାଂଚଳରେ ଏହି ନିୟମ ଲାଗୁ ହେବ ବୋଲି ଘୋଷଣା କରିଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ ଜେନା ସୁଚନା ଦେଇଛନ୍ତି । କରୋନା ଆକ୍ରାନ୍ତଙ୍କ ସଂଖ୍ୟବୃଦ୍ଧିପାଇ ଦୈନିକ ୪ହାଜରେ ଅତିକ୍ରାନ୍ତ କରିଥିବାବେଲେ ବଢାଇଛି ଖୋର୍ଦ୍ଧା ଓ ସୁନ୍ଦରଗଡ ଏବେ ସମସ୍ତଙ୍କ ପାଇଁ ଚିନ୍ତା ର କାରଣ ସାଜିଛି ।ଆଜି ଆଜି ପ୍ରେସମିଟ୍ରେ ରାଜ୍ୟ ସରକାର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ସହ ସପ୍ତାହର ଦୁଇଦିନପାଇଁ ରାଜ୍ୟର ସବୁ ଜିଲ୍ଲାର ସହରାଞ୍ଚଳ ଶନିବାର ଓ ରବିବାର ସଟଡାଉନ ହେବ ବୋଲି ସୁଚନା ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର।ସେହିଭଳିଭାବେ ଆଜି ରାଜଧାନୀ ଭୁବନେଶ୍ୱରରେ ୪୬୮ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ୮୨ ଜଣ କ୍ୱାରାଣ୍ଟାଇନ୍‌ରୁ ଚିହ୍ନଟ ଓ ୩୮୬ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି। ଏମାନଙ୍କ ମଧ୍ୟରେ ବରମୁଣ୍ଡା, ବରଗଡ଼, ନୟାପଲ୍ଲୀ, ମଞ୍ଚେଶ୍ବର, ଖଣ୍ଡଗିରି, ଶୈଳଶ୍ରୀବିହାର ଆଦିରେ ଚିହ୍ନଟ ଆକ୍ରାନ୍ତ ଙ୍କ ସଂଖ୍ୟା ଅଧିକ ବୋଲି ବିଏମସି ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ଦିଆଯାଇଛି।

Leave A Reply

Your email address will not be published.