କୋଭିଡ଼୍‌ ଯୋଗୁ ବନ୍ଦ ହେଲା ଲିଙ୍ଗରାଜ ମହୋତ୍ସବ

0 271

ଭୁବନେଶ୍ୱର,୧୮/୪ (ଏସ ଏସ ନିୟୁଜ)ଏକାମ୍ର ସାଂସ୍କୃତିକ ପ୍ରକାଶନୀ ପକ୍ଷରୁ ଲିଙ୍ଗରାଜ ଭଜନ ମଣ୍ଡପରେ ଲିଙ୍ଗରାଜ ମହୋତ୍ସବ ଚଳିତ ବର୍ଷ କୋଭିଡ଼୍‌ ଯୋଗୁ ବନ୍ଦ କରି ଦିଆଯାଇଛି। ଦିର୍ଘ ବର୍ଷ ହେଲା ୬ଦିନ ଧରି ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା ବେଳେ ହୋଇ ଆସୁଥିଲା। ଅନୁଷ୍ଠାନର ସଭାପତି ବିଧାୟକ ସୁରେଶ କୁମାର ରାଉତରାୟଙ୍କ ଅଧ୍ୟକ୍ଷତା ଓ ସମ୍ପାଦକ ସନତ ମିଶ୍ରଙ୍କ ସଂଯୋଜନାରେ ଠାକୁରଙ୍କ ସମ୍ମୁଖରେ କଳାକାର ନୃତ୍ୟ ପରିବେଷଣ କରୁଥିଲେ।। ଇଜେଡ୍‌ସିସି, ଓଡ଼ିଶା ସଂସ୍କୃତ ବିଭାଗ ସହଯୋଗରେ ରାଜ୍ୟ ତଥା ରାଜ୍ୟ ବାହାରୁ ୫୦୦କଳାକାର ନୃତ୍ୟ ପରିବେଷଣ କରୁଥିଲେ। ତେବେ କୋଭିଡ଼୍‌ କଟକଣା ଯୋଗୁ ସବୁ କଳାକାରଙ୍କୁ ନଆସିବାକୁ ମନା କରାଯାଇଛି। ଆସନ୍ତା ବର୍ଷ କୋଭିଡ଼୍‌ କଟକଣା ନଥିବ ତେବେ ପୁଣି ଏହି ମହୋତ୍ସବ କରାଯିବ ବୋଲି କୁହାଯାଇଥିଲା । ଏହି ରୋଗ ଆମ ଦେଶ ତଥା ରାଜ୍ୟରୁ ଦୂରାଇବା ପାଇଁ ଅନୁଷ୍ଠାନ ପକ୍ଷରୁ ଶ୍ରୀଲିଙ୍ଗରାଜଙ୍କ ନିକଟରେ ପ୍ରାର୍ଥନା କରାଯାଇଥିଲା। ଅନୁଷ୍ଠାନର ସଂଯୋଜକ ଲିଙ୍ଗରାଜ ସାହୁ ଧନ୍ୟବାଦ ଅର୍ପଣ କରି ସମସ୍ତେ ସାମଜିକ ଦୂରତା ରକ୍ଷା କରିବା ସହ ମାସ୍କ ବ୍ୟବହାର କରିବାକୁ ନିବେଦନ କରିଥିଲେ।

Leave A Reply

Your email address will not be published.