ସରକାରୀ ଜମି ଜବର ଦଖଲକୁ ନେଇ ଗୋଷ୍ଠୀ ସଂଘର୍ଷ ,୨ମୃତ

0 254

ବଡ଼ମ୍ବା,୬/୪(ଏସଏସନିୟୁଜ)ଏକ ସରକାରୀ ଜମି ଜବର ଦଖଲକୁ ନେଇ ଗୋଷ୍ଠୀ ସଂଘର୍ଷ ଘଟି ଦୁଇ ଗାଁ ମଧ୍ୟରେ ବୋମାମାଡ଼, ଗୁଳିମାଡ଼ ହୋଇଛି । ଏହି ଗୁଳିମାଡ଼ରେ ଦୁଇଜଣ ମୃତ ଏବଂ ୨୦ରୁ ଅଧିକ ଲୋକ ଗୁରୁତର ଆହତ ହୋଇଥିବାବେଳେ ଗ୍ରାମରେ ଉତେଜନା ଲାଗିରହିଛି ।ଆହତମାନଙ୍କୁ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।
ପ୍ରକାସ ଯେ, ବଡ଼ମ୍ବା ଥାନା ମାଣିଆବନ୍ଧ ଫାଣ୍ଡି ଅଧିନସ୍ଥ କୁଆଁରପାଳ ପଞ୍ଚାୟତର ବୁଢ଼ାପଙ୍କ ଓ ଭାଗବତପୁର ଗ୍ରାମ ମଧ୍ୟରେ ସରକାର ଜମିକୁ କେନ୍ଦ୍ର କରି ଦୀର୍ଘ ପାଞ୍ଚ ବର୍ଷ ହେବ ବିବାଦ ଚାଲିଥିବାବେଳେ ଆଜି ଉଗ୍ର ରୂପ ଧାରଣ କରିଛି। ଉଭୟଙ୍କ ମଧ୍ୟରେ ବୋମା ମାଡ଼ ,ଢେଲା ପଥର, ଗୁଳି ମାଡ଼ରେ ଭାଗବତପୁରର ଦୁଇଜଣଙ୍କ ମୃତ୍ୟୁ ହୋଇଛି ଏବଂ ୨୦ରୁ ଅଧିକ ଜଣ ଗୁରୁତର ଆହତ ହୋଇଛନ୍ତି।ଖବରପାଇ ପୋଲିସ ଘଟଣାସ୍ଥଳରେ ପହଁଚିଛି । ବର୍ତ୍ତମାନ ଉଭୟଗ୍ରାମର ସ୍ଥିତି ଗମ୍ଭୀର ଥିବାବେଳେ ୬୫ନଂ ରାଜ୍ୟ ରାଜପଥରେ ମୃତଦେହକୁ ରଖି ବଡମ୍ବା ନରସିଂହପୁରର ମୁଖ୍ୟ ରାସ୍ତାକୁ ଗ୍ରାମବାସୀମାନେ ଅବରୋଧ କରିଥିବାର ଜଣାପଡିଛି ।ପୋଲିସ ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିବାପାଇଁ ପ୍ରଚେଷ୍ଟା ଚଳାଇଛି ।

 

Leave A Reply

Your email address will not be published.